ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣା, କ୍ଷମା ମାଗିଲେ ବିଶ୍ବବିଦ୍ୟାଳୟର କୁଳପତି

By

Published : May 6, 2023, 4:02 PM IST

thumbnail

ରାଇରଙ୍ଗପୁର: ବାରିପଦା ତକତପୁର ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ । କ୍ଷମା ମାଗିଛନ୍ତି ବିଶ୍ବବିଦ୍ୟାଳୟର କୁଳପତି । ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଆରମ୍ଭ ହୋଇଥିବା ବେଳେ ହଠାତ ସେଠାରେ ବିଜୁଳି କଟିଯାଇଥିଲା । ତେବେ ୯ ମିନିଟ ଧରି ଅନ୍ଧାରରେ ଅଭିଭାଷଣ ଦେଇଥିଲେ ରାଷ୍ଟ୍ରପତି । ହାଲୁକା ଲାଇଟରେ କେବଳ ରାଷ୍ଟ୍ରପତିଙ୍କ ଚେହେରା ଦେଖାଯାଉଥିଲା । ତେବେ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହୋଇ ମଧ୍ୟ ଏତେ ବଡ଼ ଘଟଣାରେ ଅସନ୍ତୋଷ ପ୍ରକାଶ କରିନଥିଲେ । ଯାହାକି ତାଙ୍କର ମହାନତାକୁ ଦର୍ଶାଉଛି ।  

ଏହା ବି ପଢନ୍ତୁ-  Power outage: ଭାଷଣ ଦେବା ବେଳେ କଟିଲା ଲାଇନ, ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ବିଶ୍ଵବିଦ୍ୟାଳୟ ଗସ୍ତ ପୂର୍ବରୁ ଟିକିନିଖି ଯାଞ୍ଚ କରାଯାଇ ସମସ୍ତ ପ୍ରକାର ଆୟୋଜନ କରିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ତେବେ ସମାବର୍ତ୍ତନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସମୟରେ ହଠାତ ବିଜୁଳି ୯ ମିନିଟ ଧରି ଚାଲିଯିବାର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ମୟୂରଭଞ୍ଜ ବାସୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିବା ବେଳେ ବିଜୁଳି କଟିବା ଘଟଣାକୁ ନେଇ କ୍ଷମା ମାଗିଛନ୍ତି ବିଶ୍ବବିଦ୍ୟାଳୟର କୁଳପତି । MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ଏନେଇ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏଭଳି ତ୍ରୁଟି ପାଇଁ ସେ ନିଜେ ନିଜକୁ ଦାୟୀ କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.