ETV Bharat / state

ସାପ ଖେଳ ଦେଖାଇ ମହିଳାଙ୍କ ଠୁ ସୁନାଲୁଟ, 4 ଅଟକ

author img

By

Published : Nov 28, 2019, 10:04 PM IST

gold looted by women in Bhadrak
ସାପ ଖେଳ ଦେଖାଇ ମହିଳାଙ୍କଠାରୁ ସୁନା ଲୁଟ, 4 ଅଟକ

କିଛି ମହିଳା ଓ ପୁରୁଷ ମିଶି ଗାଁ ଗାଁ ବୁଲି ସାପ ଖେଳ ଦେଖାଇବା ବାହାନାରେ ମହିଳାଙ୍କ ସୁନା ଗହଣା ଲୁଟ କରୁଥିବା ଅଭିଯୋଗ ହୋଇଛି ।

ଭଦ୍ରକ: ଅଭିନବ ଉପାୟରେ ସୁନା ଗହଣା ଲୁଟ । 4 ଜଣ ଥାନାରେ ଅଟକ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁରଠାରେ । କିଛି ମହିଳା ଓ ପୁରୁଷ ମିଶି ଗାଁ ଗାଁ ବୁଲି ସାପ ଖେଳ ଦେଖାଇବା ବାହାନାରେ ମହିଳାଙ୍କ ସୁନା ଗହଣା ଲୁଟ କରୁଥିବା ଅଭିଯୋଗ ହୋଇଛି ।

ସାପ ଖେଳ ଦେଖାଇ ମହିଳାଙ୍କଠାରୁ ସୁନା ଲୁଟ, 4 ଅଟକ

ସୂଚନା ଅନୁଯାୟୀ ସାପ ଖେଳ ଦେଖାଇବାକୁ ଆସିଥିବା 4 ରୁ 5 ଜଣ ଲୋକ ପାଖରେ ରଖିଥିବା କିଛି ସୁନା ବଲ୍‌କୁ କମ ଦରରେ ବିକିବା ଲାଗି ବିଦେଇପୁରର କିଛି ଯୁବକଙ୍କୁ କହିଥିଲେ । ଏଥିରେ ଗାଁ ଲୋକଙ୍କ ସନ୍ଦେହ ହେବାରୁ ତା ନିକଟରେ ଥିବା ସମସ୍ତ ସୁନାକୁ ଖୋଲିବା ପରେ ବହୁ ପରିମାଣରେ ନକଲି ସୁନା ବଲ୍‌ ଥିବା ଦେଖି 4 ଜଣଙ୍କୁ ଅଟକ କରି ନିକଟସ୍ଥ ନାୟକାନୀଡିହି ଥାନାକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି 4 ଜଣଙ୍କୁ ଥାନାକୁ ଆଣି ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ପାଖାପାଖି 10 ରୁ 11 ଜଣ ଲୋକ କିଛି ଦିନ ଧରି ବିଦେଇପୁର ବାତ୍ୟା ଆଶ୍ରୟସ୍ଥଳୀରେ ରହି ଗାଁ ଗାଁ ବୁଲି ସାପ ଖେଳ ଦେଖାଉଛନ୍ତି । ଏମାନେ ସାପ ଖେଳ ବାହାନାରେ ମହିଳାଙ୍କ ନିକଟରୁ ସୁନା ଗହଣା ଲୁଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : LOOT
FORMAT : AVB
REPORT : DEBASIS MOHAPATRA / BHADRAK
DATE : 28.11.2019

ANCHOR : ଅଭିନବ ଉପାୟରେ ସୁନା ଗହଣା ଲୁଟ ଉଦ୍ୟମ। 4 ଜଣ ଥାନାରେ ଅଟକ। ଏକ ଅଭିନବ ଉପାୟରେ ଲୋକଙ୍କ ନିକଟରୁ ସୁନା ଗହଣା ଲୁଟୁଥିବା ଘଟଣା ସାମନା କୁ ଆସିଛି । ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ବିଦେଇପୁର ଠାରେ । କିଛି ମହିଳା ଗାଁ ଗାଁ ବୁଲି ସାପ ଖେଳ ଦେଖାଇବା ବାହାନାରେ ମହିଳାଙ୍କ ସୁନା ଗହଣା ଲୁଟ କରୁଥିବା ଅଭିଯୋଗ ହେଇଛି । ସୂଚନା ଅନୁଯାୟୀ 4 ରୁ 5 ଜଣ ଲୋକ ପାଖରେ ରଖିଥିବା କିଛି ସୁନାର ବଲକୁ କମ ଦରରେ ବିକିବା ଲାଗି ବିଦେଇପୁରର କିଛି ଯୁବକଙ୍କୁ କହିଥିଲେ । ଏଥିରେ ଗାଁ ଲୋକଙ୍କ ସନ୍ଦେହ ହେବାରୁ ତା ନିକଟରେ ଥିବା ସମସ୍ତ ସୁନାକୁ ଖୋଲିବା ପରେ ବହୁ ପରିମାଣରେ ନକଲି ସୁନା ବଲ ଥିବା ଦେଖି 4 ଜଣଙ୍କୁ ଅଟକ କରି ନିକଟସ୍ଥ ନାୟକାନୀଡିହି ଥାନାକୁ ଖବର ଦେଇଥିଲେ । Body:ଘଟଣା ସ୍ଥଳରେ ପୋଲିସ ପହଂଚି 4 ଜଣଙ୍କୁ ଥାନାକୁ ଆଣି ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ପାଖାପାଖି 10 ରୁ 11 ଜଣ ଲୋକ କିଛି ଦିନ ଧରି ବିଦେଇପୁର ବାତ୍ୟା ଆଶ୍ରୟ ସ୍ଥଳୀରେ ରହି ଗାଁ ଗାଁ ବୁଲି ସାପ ଖେଳ ଦେଖାଉଛନ୍ତି । ଏହିମାନେ ସାପ ଖେଳ ବାହାନାରେ ମହିଳାଙ୍କ ନିକଟରୁ ସୁନା ଗହଣା ଲୁଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିବା ଜଣାପଡିଛି।
Bite : ବିଦ୍ୟାଧର ମୁଦୁଲି_ଗ୍ରାମବାସୀ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.