ETV Bharat / state

ଦୁବୃର୍ତ୍ତଙ୍କ ବର୍ବରକାଣ୍ଡ, ଘରେ କିରୋସିନ ଢାଳି ଲଗାଇଲେ ନିଆଁ

author img

By

Published : Jun 27, 2020, 12:02 PM IST

fire break in bhadrak district
ଦୁବୃର୍ତ୍ତଙ୍କ ବର୍ବରକାଣ୍ଡ, ଘରେ କିରୋସିନ ଢାଳି ଲଗାଇଲେ ନିଆଁ

ଦୁବୃର୍ତ୍ତଙ୍କ ବର୍ବରକାଣ୍ଡ, ବିଳମ୍ବିତ ରାତିରେ ଘରେ କିରୋସିନ ଢାଳି ଲଗାଇଲେ ନିଆଁ । ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡି ନଷ୍ଟ । ଅଧିକ ପଢନ୍ତୁ....

ଭଦ୍ରକ: ଦୁବୃର୍ତ୍ତଙ୍କ ବର୍ବରକାଣ୍ଡ, ବିଳମ୍ବିତ ରାତିରେ ଘରେ କିରୋସିନ ଢାଳି ଲଗାଇଲେ ନିଆଁ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତର ସହଦେବ ପାଟଣା ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ ଗାଁର ଏକ ପରିବାର ରାତିରେ ଶୋଇଥିବା ସମୟରେ ଦୁବୃର୍ତ୍ତ ଘରର କବାଟ ବନ୍ଦ କରି ଚାଳରେ କିରୋସିନ ଢାଳି ନିଆଁ ଲଗାଇ ଥିଲେ। ଏହାପରେ,ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ ।

ଦୁବୃର୍ତ୍ତଙ୍କ ବର୍ବରକାଣ୍ଡ, ଘରେ କିରୋସିନ ଢାଳି ଲଗାଇଲେ ନିଆଁ

ନିଆଁ ଲାଗିବାରୁ ଘରେ ଶୋଇଥିବା ପରିବାର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା । ପରେ ଗାଁଲୋକଙ୍କୁ ଡାକ ପକାଇଥିଲେ । ଗାଁ ଲୋକେ ନିଆଁକୁ ଆୟତ୍ତ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି । ତେବେ ପୀଡିତ ପରିବାରଙ୍କ ସହିତ କାହାର ଶତ୍ରୁତା ନଥିବା ବେଳେ କେଉଁ କାରଣରୁ ଦୁବୃର୍ତ୍ତମାନେ ଏଭଳି କାଣ୍ଡ ଘଟାଇଲେ, ତାହା ପୋଲିସ ପାଇଁ ଚିନ୍ତା ବଢ଼ାଇଛି । ତେବେ,ଏହି ଅଗ୍ନିକାଣ୍ଡରେ ଘରେ ଥିବା ଅଧିକାଂଶ ଆସବାପତ୍ର ପୋଡି ଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.