ETV Bharat / state

ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା, ପୁଅ ହତ୍ୟାକାରୀମାନଙ୍କୁ ଗିରଫ କରିବାକୁ ଦାବି

author img

By ETV Bharat Odisha Team

Published : Dec 17, 2023, 9:07 AM IST

protest in front of Bhadrak Police Superintendent Office
ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Bhadrak SP Office Protest: ମୃତ ପୁଅକୁ ନ୍ୟାୟ ଦେବା ପାଇଁ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ପରିବାର । ଯଥାଶୀଘ୍ର ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୁକ୍ତମାନଙ୍କୁ ଗିରଫ ନ କରାଗଲେ ଆତ୍ମାହୁତି ଚେତାବନୀ । ଅଧିକ ପଢନ୍ତୁ

ଭଦ୍ରକ: ମୃତ ପୁଅକୁ ନ୍ୟାୟ ଦେବାପାଇଁ ଧାରଣାରେ ସପରିବାର । ହତ୍ୟାକାରୀକୁ ଦଣ୍ଡ ନମିଳିଲେ ସପରିବାର ଆତ୍ମାହୁତି ଦେବା ନେଇ ଚେତାବନୀ ଦେଇଛନ୍ତି ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ମୃତ ସୁକାନ୍ତଙ୍କ ପରିବାର । ତେବେ ଚାନ୍ଦବାଲି ଅଞ୍ଚଳର ରମେଶ ଦାସଙ୍କ ପୁଅ ସୁକାନ୍ତ ଦାସଙ୍କୁ ଗତ 2 ମାସ ତଳେ ହତ୍ୟା କରାଯାଇଥିବା ବେଳେ ଏବେ ସୁଦ୍ଧା ହତ୍ୟାକାରୀ ଧରାପଡ଼ିନଥିବା ବେଳେ ଉଚିତ ତଦନ୍ତ ଦାବିରେ ପରିବାର ଲୋକେ ଧାରଣାରେ ବସିଛନ୍ତି ।

ତେବେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଜ୍ୟୋତିସିଂହପୁର ଅଣଖାସାହିର ରମେଶ ଦାସଙ୍କ ପୁଅ ସୁକାନ୍ତ ଦାସଙ୍କୁ ତାଙ୍କର କିଛି ସାଙ୍ଗ ଚଳିତ ବର୍ଷ ଅକ୍ଟୋବର ମାସ 13 ତାରିଖ ସନ୍ଧ୍ୟା 7ଟା ସମୟରେ ଘରୁ ଡ଼ାକି ନେଇଥିଲେ । ହେଲେ ବିଳମ୍ବିତ ରାତି ଯାଏ ସୁକାନ୍ତ ଘରକୁ ଫେରିନଥିଲେ । ତେଣୁ ସନ୍ଦେହ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ସୁକାନ୍ତଙ୍କ ବିଷୟରେ କୌଣସି ସୂଚନା ପାଇ ପାରି ନଥିଲେ ।

2ଦିନ ପରେ ଅର୍ଥାତ ଅକ୍ଟୋବର 15 ତାରିଖରେ ପୁଅର କ୍ଷତ ବିକ୍ଷତ ମୃତଦେହ ଗ୍ରାମ ପାଖ ନୟନଜୋରିରୁ ପାଇଥିଲେ ପରିବାର ଲୋକେ । ଏନେଇ ପରିବାର ପକ୍ଷରୁ ଚାନ୍ଦବାଲି ଥାନା ପୋଲିସକୁ ପରିବାର ପକ୍ଷରୁ ଖବର ଦିଆଯାଇଥିଲା । ଏଥିସହ ଗ୍ରାମର ହୃଷିକେଶ ଦାସ, ପାତିଲତା ଦାସ, ବାଇଧର ଦାସ, ଜୟଦେବ ଦାସଙ୍କ ଉପରେ ସନ୍ଦେହ ଉପୁଜିବାରୁ ସେହି ମାନେ ହିଁ ସୁକାନ୍ତଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ପରେ ଫିଙ୍ଗି ଦେଇଥିବା କଥା ଥାନାରେ କହିବା ସହ ସେମାନଙ୍କ ନାମରେ ଏତଲା ଦେଇଥିଲେ ପରିବାର ଲୋକେ ।

ଏହାମଧ୍ୟ ପଢନ୍ତୁ..ଚଣ୍ଡିଖୋଲ JMFC କୋର୍ଟରେ ହାଜର ପରେ ରଗଡି ଜେଲ ଗଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ

ପରେ ଏନେଇ ଏକ ମାମଲା ରୁଜ୍ଜୁ କରି କେବଳ ଜୟଦେବ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ହେଲେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଏଯାବତ ଗିରଫ ନକରିବାରୁ ଅଭିଯୁକ୍ତ ମାନେ ଓଲଟା ପୁଣି ସୁକାନ୍ତଙ୍କ ପରିବାରକୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛିି । ନ୍ୟାୟ ଦାବିରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ମୃତ ସୁକାନ୍ତଙ୍କ ପରିବାର ଲୋକେ । ଯଦି ଦାବି ପୂରଣ ନହୁଏ ତେବେ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଆତ୍ମାହୁତି ଦେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ରମେଶ ଦାସ କହିଛନ୍ତି, "ପୁଅକୁ ହତ୍ୟା କରି ଅଚିନ୍ତାରେ ଅନ୍ୟ ଅପରାଧୀମାନେ ଖୋଲା ଆକାଶ ତଳେ ବୁଲୁଛନ୍ତି । ପୋଲିସକୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଯଦି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ସପରିବାର ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବୁ ।"

ଅନ୍ୟପଟେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉଚିତ ପଦକ୍ଷେପ ଗ୍ରହଣ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଓହରି ଥିବା ନେଇ ସୂଚନା ରହିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.