ETV Bharat / state

BSKY ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା ଭଦ୍ରକ, ଉପକୃତ ହେବେ ୧୧ ଲକ୍ଷରୁ ଊର୍ଦ୍ଧ୍ବ

author img

By

Published : Nov 26, 2021, 8:53 PM IST

ଭଦ୍ରକରେ ବଣ୍ଟା ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ । ଭର୍ଚ୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି । ଅଧିକ ପଢନ୍ତୁ

ଭଦ୍ରକରେ BSKY SMAR CARD ବାଣ୍ଟିଲେ ନବୀନ
ଭଦ୍ରକରେ BSKY SMAR CARD ବାଣ୍ଟିଲେ ନବୀନ

ଭଦ୍ରକ: ଜିଲ୍ଲାରେ ବଣ୍ଟା ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ । ଭର୍ଚ୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି । ଭଦ୍ରକ ସହରର ନେହେରୁ ଷ୍ଟାଡିୟମ ଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ଏହି କାର୍ଡ଼ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ସଚିବ ଭର୍ଚ୍ଚୁଆଲରେ ଉପସ୍ଥିତ ଥିବା ବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସହ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଉପସ୍ଥିତ ରହିଥିଲେ ।

ଭଦ୍ରକରେ BSKY SMAR CARD ବାଣ୍ଟିଲେ ନବୀନ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଭଦ୍ରକ ଜିଲ୍ଲାର 3 ଲକ୍ଷ 26 ହଜାର 192 ଜଣ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯିବ । ଏହି କାର୍ଡରେ ଜିଲ୍ଲାର 11 ଲକ୍ଷରୁ ଅଧିକ ଲୋକେ ଉପକୃତ ହେବେ । ଜିଲ୍ଲାର 7 ବ୍ଲକ, ଦୁଇଟି ପୌରପାଳିକା, ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗୋଟିଏ ସପ୍ତାହ ମଧ୍ୟରେ ସମସ୍ତ କାର୍ଡ ବଣ୍ଟନ କରାଯିବ ।

ଜିଲ୍ଲାର 278ଟି କାଉଣ୍ଟରରେ ଏହି କାର୍ଡ ବଣ୍ଟନ ହେବ । ଭଦ୍ରକର ଜନସଂଖ୍ୟାର 86 ପ୍ରତିଶତ ବାସିନ୍ଦା ଏହି କାର୍ଡ ମାଧ୍ୟମରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବେ । ରାଜ୍ୟର 183 ଓ ରାଜ୍ୟ ବାହାରର ବହୁ ଘରୋଇ ହସ୍ପିଟାଲରେ ମଧ୍ୟ ସେବା ମିଳିବ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ଉନ୍ନତିକରଣ ପାଇଁ 300 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ 159ଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ 112ଟି ପ୍ରକଳ୍ପର ଶୁଭ ଶିଳାନ୍ୟାସ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.