ETV Bharat / state

ଚାନ୍ଦବାଲି ପୋଲିସ ପଞ୍ଝାରେ କ୍ୟାମେରାମ୍ୟାନ ମାନସ ହତ୍ୟା ଅପରାଧୀ

author img

By

Published : Mar 14, 2022, 10:06 PM IST

ଫଟୋଗ୍ରାଫରଙ୍କୁ ଅମାନୁଷିକ ଭାବେ ହତ୍ୟା ଘଟଣାରେ 3 ଜଣ ଅଭିଯୁକ୍ତକୁ ଗିରଫ । ଘଟଣାର ପର୍ଦ୍ଦାଫାସ କରିଛି ଚାନ୍ଦବାଲି ପୋଲିସ । ଅଧିକ ପଢନ୍ତୁ

Cameraman Manas Murder Case: three accused arrested
ଚାନ୍ଦବାଲି ପୋଲିସ ପଞ୍ଝାରେ କ୍ୟାମେରାମ୍ୟାନ ମାନସ ହତ୍ୟା ଅପରାଧୀ

ଭଦ୍ରକ: ଫଟୋଗ୍ରାଫରଙ୍କୁ ଅମାନୁଷିକ ଭାବେ ହତ୍ୟା ଘଟଣାରେ 3 ଜଣ ଅଭିଯୁକ୍ତକୁ ଗିରଫ କଲା ଚାନ୍ଦବାଲି ପୋଲିସ। ଚାନ୍ଦବାଲି ଥାନା ଅଧିନରେ ଥିବା ପଳାଶପୁରରୁ ପ୍ରଥମେ ଅପହରଣ କରି ଭୁବନେଶ୍ଵରରେ ହତ୍ୟା ପରେ ମୃତଦେହ ଉଦ୍ଧାର ହେଲା ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳ ବଢିପାଟଣା ଧାନ ବିଲରୁ। ଏଭଳି ଘଟଣାର ପର୍ଦ୍ଦାଫାସ କରିଛି ଚାନ୍ଦବାଲି ପୋଲିସ ।

ମୃତକ ନୟାଗଡ ଜିଲ୍ଲା ରଣପୁର ନୟାପଲ୍ଲୀ ଅଞ୍ଚଳର ମାନସ ସ୍ବାଇଁ ବୋଲି ଜଣାପଡିଛି। ମୃତକ ମାନସ ସହିତ ଭୁବନେଶ୍ଵରରେ ଏକ ୱେବ ଚ୍ୟାନେଲ୍‌ର ମାଲିକଙ୍କ ସହିତ ଆର୍ଥିକ ବିବାଦ ଥିଲା। ଯାହାକୁ ନେଇ ତାଙ୍କୁ ଅପହରଣ କରାଯାଇଥିବା ପୋଲିସ ତଦନ୍ତରେ ଜାଣିବାକୁ ପାଇଛି। ଏହି ଅପହରଣ ଓ ହତ୍ୟା ଘଟଣା ଉପରୁ ପରଦା ହଟାଇଛି ଚାନ୍ଦବାଲି ପୋଲିସ।

ଚାନ୍ଦବାଲି ପୋଲିସ ପଞ୍ଝାରେ କ୍ୟାମେରାମ୍ୟାନ ମାନସ ହତ୍ୟା ଅପରାଧୀ

ଚଳିତ ମାସ ଫେବ୍ରୁଆରୀ 7 ତାରିଖରୁ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନ ନୂଆପଲ୍ଲୀ ଗୋଡ଼ିପୋଖରୀ ଗାଁର ଫଟୋଗ୍ରାଫର ମାନସ ସ୍ଵାଇଁ ଚାନ୍ଦବାଲି ନାଲଗୁଣ୍ଡା ପଳାସପୁର ଗାଁରେ ଏକ ବାହାଘରରେ ଫଟୋଚିତ୍ର ଉତ୍ତୋଳନ କରିବାକୁ ଆସିଥିଲେ। ଭୁବନେଶ୍ବର ଅଞ୍ଚଳରୁ 5 ଜଣ ମାନସକୁ ଚାନ୍ଦବାଲି ଥାନା ନାଲଗୁଣ୍ଡା ପଞ୍ଚାୟତ ପଳାସପୁର ଛକ ନିକଟରୁ ଅପହରଣ କରି ନେବା ସହ ତାକୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ମାନସଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ଫେବ୍ରୁଆରୀ 14 ତାରିଖରେ ଅଭିଯୋଗ କରାଯାଇଥିଲା ।

ପରେ ଚାନ୍ଦବାଲି ଥାନା ଅଧିକାରୀ କରୁଣାକର ରାଉତ ଓ ଏସଡ଼ିପିଓ ଦେବୀ ଶଙ୍କର ପ୍ରତାପ ଏହି ଘଟଣାକୁ ଗରୁତ୍ବର ନେବା ସହ 3 ଜଣ ଅଭିଯୁକ୍ତଙ୍କୁ ଠାବ କରିବା ସହ ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ବଧୂପାଟଣା ପାହାଡ଼ ନିକଟରୁ ମୃତଦେହକୁ ମାଟିତଳୁ ଉଦ୍ଧାର କରିଥିଲେ ।

ଏନେଇ ଚାନ୍ଦବାଲି ଥାନାରେ କେସ୍‌ ନମ୍ବର 63 /22ରେ ତଦନ୍ତ କରାଯାଇ ମୃତଦେହ ଜବତ ସହ 3 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରି କୋର୍ଟ ଚାଲଣ କରିଛି। ଅଭିଯୁକ୍ତମାନେ ଭୁବନେଶ୍ବର ବରମୁଣ୍ଡା ଅଞ୍ଚଳର ଭାଗ୍ୟଧର ନାୟକ, ନୟାଗଡ ଅଞ୍ଚଳର ନିଲୁ ଓରଫ ବିବେକ ନାୟକ ଓ ଖୋର୍ଦ୍ଧା ଅଞ୍ଚଳର କୃଷ୍ଣଚନ୍ଦ୍ର ନାୟକ ବୋଲି ଜଣାଯାଇଛି। ତେବେ ସବିଶେଷ ତଦନ୍ତ ପରେ ଅନ୍ୟମାନଙ୍କ ସଂପୃକ୍ତି ଥିଲେ ଗିରଫ କରାଯିବ ବୋଲି କହିଛନ୍ତି ଏସଡିପିଓ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.