ETV Bharat / state

ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ଭଦ୍ରକ ବିଧାୟକ

author img

By

Published : Feb 12, 2022, 9:26 AM IST

ପ୍ରାର୍ଥୀଙ୍କ ପାଇଁ ଭୋଟମାଗିଲେ ଭଦ୍ରକ ବିଧାୟକ
ପ୍ରାର୍ଥୀଙ୍କ ପାଇଁ ଭୋଟମାଗିଲେ ଭଦ୍ରକ ବିଧାୟକ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଭଦ୍ରକ ରାଜନୀତି । ପ୍ରଚାରରେ ସବୁଠୁ ଆଗରେ ରହିଛି ବିଜେଡି ।ଅଧିକ ପଢନ୍ତୁ

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଭଦ୍ରକ ରାଜନୀତି । ଆସନ୍ତା 16 ତାରିଖରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର 4ଟି ଜୋନରେ ଭୋଟ ଗ୍ରହଣ କରାଯିବ । ଏହା ପୂର୍ବରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ ବିଜେପି ଏବଂ କଂଗ୍ରେସ ଦଳ ଅପେକ୍ଷା ଶାସକ ବିଜେଡି ଦଳର ପ୍ରଚାର ଟିକେ ଆଗରେ ଥିବା ଦେଖିବାକୁ ମିଳିଛି । ସମର୍ଥିତ ପ୍ରାର୍ଥୀ ମାନଙ୍କ ପାଇଁ ଏବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ।

ପ୍ରାର୍ଥୀଙ୍କ ପାଇଁ ଭୋଟମାଗିଲେ ଭଦ୍ରକ ବିଧାୟକ

ସୂଚନା ଅନୁଯାୟୀ 2012 ଏବଂ 2017 ପଞ୍ଚାୟତ ନିର୍ବାଚନରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ 4 ଟି ଜୋନରେ ବିଜେଡି ବାଜିମାତ କରିଥିବା ବେଳେ ପଞ୍ଚାୟତ ସମିତି ମଧ୍ୟ ଦଖଲ କରିଥିଲା । ତେବେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସମାନ ସ୍ଥିତି ଦଳ ଦୋହରାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ସଞ୍ଜୀବ ମଲ୍ଲିକ । ଗତକାଲି ନିଜେ ପ୍ରଚାର ମୈଦାନକୁ ଓହ୍ଲାଇ ଜିଲ୍ଲା ପରିଷଦ ପ୍ରାର୍ଥୀ ଏବଂ ସମର୍ଥିତ ପ୍ରାର୍ଥୀ ମାନେ କେଦାରପୁର, ବେନ୍ତାଳ, ଖଣ୍ଡପଡ଼ା, ଗୁଜିଦରଡା ଇତ୍ଯାଦି ପଞ୍ଚାୟତ ପରିକ୍ରମା କରିବା ସହିତ ପଥପ୍ରାନ୍ତ ସଭା କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.