ETV Bharat / state

ଚକୋଲେଟ ଦେବାକୁ କହି 3 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

author img

By

Published : Apr 10, 2021, 5:14 PM IST

3 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ
3 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳର ଜଣେ 3 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ଭଦ୍ରକ: 3 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳର ଜଣେ 3 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗରୁ ପ୍ରକାଶ ଯେ, ଶିଶୁକନ୍ୟା ଜଣଙ୍କ ଖେଳୁଥିବା ବେଳେ ଗୁଆମାଳ ପଞ୍ଚାୟତ ଈଶାଣପୁର ଗ୍ରାମର ଅଜୟ କୁମାର ଜେନା ତାଙ୍କୁ ଚକୋଲେଟ ଦେବ କହି ଘରକୁ ଡ଼ାକିନେଇ ଦୁଷ୍କର୍ମ କରିଥିଲେ। ପିଲାଟି କାନ୍ଦି କାନ୍ଦି ଘର ଲୋକଙ୍କୁ ଏହି ଘଟଣା ସମ୍ପର୍କରେ କହିବା ପରେ ପରିବାର ପକ୍ଷରୁ ଥାନାରେ ଏନେଇ ଅଭିଯୋଗ କରାଯାଇଥିବା ଜଣାପଡିଛି।

ପୋଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରି ଶିଶୁ କନ୍ୟାକୁ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତ ଅଜୟକୁ ଗିରଫ କରି ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.