ETV Bharat / state

ଭଦ୍ରକ ଗ୍ରାମାଞ୍ଚଳ ପୋଲିସ କବ୍ଜାରେ 3 ଆନ୍ତଃ ଜିଲ୍ଲା ଲୁଟେରା

author img

By

Published : Apr 24, 2022, 10:03 AM IST

ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ତିନି ଓ ଜଣେ ରିସିଭର ଗିରଫ
ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ତିନି ଓ ଜଣେ ରିସିଭର ଗିରଫ

ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । କୋଡିଏ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ନଗଦ କ୍ୟାସ, ମୋବାଇଲ ଫୋନ, ଏଟିଏମ କାର୍ଡ ଓ ବିଭିନ୍ନ ଧାରୁଆ ମାରଣାସ୍ତ୍ର ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଭଦ୍ରକ: ଏକ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ତିନି ଜଣ ଲୁଟେରା ସହ ଜଣେ ରିସିଭରକୁ ଗିରଫ କରିଛି ପୋଲିସ । ଏଥିସହ ସେମାନଙ୍କ ଠାରୁ ବାଇକ, ନଗଦ ଟଙ୍କା ଓ ବିପୁଳ ପରିମାଣରେ ସୁନା, ଧାରୁଆ ମାରଣାସ୍ତ୍ର ଜବତ କରାଯାଇଛି । ଖବର ଅନୁଯାୟୀ ଭଦ୍ରକ ଧରିତ୍ରୀ ନଗର ଅଞ୍ଚଳର ଜଣେ ମହିଳା ନିଜ ପିଲାଙ୍କୁ ସ୍କୁଲରୁ ଛାଡି ଫେରୁଥିବା ସମୟରେ ଛିନତାଇର ଶିକାର ହୋଇଥିଲେ । ଦୁଇ ଯୁବକ ଏକ ବାଇକ ଯୋଗେ ଆସି ମହିଳାଙ୍କ ବେକରୁ ଜୋରଜବରଦସ୍ତ ସୁନା ଚେନ ଛିଡ଼ାଇ ନେଇ ପଳାଇଯାଇଥିଲେ । ଏନେଇ ମହିଳା ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ ।

ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ତିନି ଓ ଜଣେ ରିସିଭର ଗିରଫ

ପୋଲିସ ସିସିଟିଭି ଆଧାରରେ ଦୁଇ ଲୁଟେରାଙ୍କୁ ଠାବ କରିଛି । ଶୁକ୍ରବାର ଆରଡି ଛକ ନିକଟରେ ଏହି ଦୁଇ ଲୁଟେରାଙ୍କୁ ସ୍ଥାନୀୟ ଲୋକ ଚିହ୍ନି ଅଟକାଇ ଥିଲେ । ପରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଲୁଟେରା ଦ୍ବୟ ସହ ଜଣେ ରିସିଭରକୁ ଚିହ୍ନଟ କରି ଅଧିକ ତଦନ୍ତ ଚଳାଇଥିଲେ । ଲୁଟେରାମାନେ ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକ ମାନଙ୍କୁ ଭୟଭୀତ କରାଇ ଲୁଟ ତରାଜ କରୁଥିଲେ । ଏହାସହ ଲୁଟ ସୁନା ସାମଗ୍ରୀ ଗୁଡିକ ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳର ଜଣେ ସୁନା ଦୋକାନୀକୁ ବିକ୍ରି କରୁଥିଲେ ।

ଯାହାକି ତିନିଜଣ ଲୁଟେରାଙ୍କ ସହ ଜଣେ ରିସିଭରଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଲୁଟେରାଙ୍କ ନିକଟରୁ ଲୁଟ ସମୟରେ ବ୍ୟବହୃତ ହେଉଥିବା ଗୋଟିଏ କାର, ମୋଟର ସାଇକେଲ ଜବତ କରିବା ସହ ୫୫ ଗ୍ରାମର ୫ଟି ସୁନା ଚେନ, କୋଡିଏ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ନଗଦ କ୍ୟାସ, ମୋବାଇଲ ଫୋନ, ଏଟିଏମ କାର୍ଡ ଓ ବିଭିନ୍ନ ଧାରୁଆ ମାରଣାସ୍ତ୍ର ଜବତ କରିଛି ପୋଲିସ । ଏହି ଲୁଟେରା ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ପୋଲିସ ପକ୍ଷରୁ ଜାରି ରହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.