ETV Bharat / state

ଲଙ୍କେଶ୍ୱରୀ ବେଶରେ ପଦ୍ମଶ୍ରୀ ହଳଧର ନାଗ

author img

By ETV Bharat Odisha Team

Published : Oct 25, 2023, 10:12 PM IST

haldhar nags performance as lankeswari
ଲଙ୍କେଶ୍ବରୀ ବେଶରେ ହଳଧରଙ୍କ ଅଭିନୟ

ହନୁମାନଙ୍କଠାରୁ ଲଙ୍କେଶ୍ଵରୀ ଯେପରି ପରାସ୍ତ ହୋଇଥିଲେ, ସେହିପରି ପଦ୍ମଶ୍ରୀ ହଳଧର ନାଗ ନିଜେ ଲଙ୍କେଶ୍ୱରୀ ବେଶ ହୋଇ ହନୁମାନ ସହ ଲଢେଇ କରି ପରାସ୍ତ ହୋଇଥିବା ଅଭିନୟ କରିଛନ୍ତି । ବିଭିନ୍ନ ସ୍ଥାନରେ ବହୁ ଆଡମ୍ବରରେ ଚାଲିଥିବା ଶାରଦୀୟ ଦୁର୍ଗାପୂଜା ସମାପ୍ତ ହୋଇଛି ।

ଲଙ୍କେଶ୍ବରୀ ବେଶରେ ହଳଧରଙ୍କ ଅଭିନୟ

ବରଗଡ଼: ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ଆଡମ୍ବରରେ ଚାଲିଥିବା ଶାରଦୀୟ ଦୁର୍ଗାପୂଜା ସମାପ୍ତ ହୋଇଛି । ବରଗଡ଼ ସହରରେ 12ଟି ମେଢରେ ଦେବୀ ମା' ପୂଜା ପାଇଛନ୍ତି । ତେବେ ଚଳିତ ବର୍ଷ 80 ବର୍ଷରେ ପଦାର୍ପଣ କରିଥିବା ସୋହେଲାର ପ୍ରସିଦ୍ଧ ଦୁର୍ଗାପୂଜା ଚଳିତ ବର୍ଷ ବେଶ ଆକର୍ଷଣୀୟ ରହିଥିଲା । ସୋହେଲାର ରାମ ଲୀଳା ସହିତ ରାବଣ ପୋଡ଼ି କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଆଖପାଖ ଅଞ୍ଚଳରୁ ତଥା ପଡୋଶୀ ଛତିଶଗଡ ରାଜ୍ୟରୁ ଭକ୍ତଙ୍କ ସୁଅ ଛୁଟିଥିଲା । ସେହିପରି ଘେଁସଠାରେ ଚାଲିଥିବା ଦୁର୍ଗାପୂଜାରେ ପଦ୍ମଶ୍ରୀ ଲୋକକବି ହଳଧର ନାଗ ନିଜେ ଲଙ୍କେଶ୍ୱରୀ ବେଶରେ ସହର ପରିକ୍ରମାର କରିଥିଲେ ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ଅନେକ ଲୋକ ଆସିଥିଲେ ।



ଲଙ୍କେଶ୍ୱରୀ ବେଶରେ ଅଭିନୟ କରି ଲୋକଙ୍କ ମନୋରଞ୍ଜନ କଲେ ପଦ୍ମଶ୍ରୀ ହଳଧର ନାଗ । ପଦ୍ମପୁର ଉପଖଣ୍ଡ ଘେଁସ ଠାରେ ଚାଲିଥିବା ଶାରଦୀୟ ଦୁର୍ଗା ପୂଜା ଅବସରରେ ପଦ୍ମଶ୍ରୀ ହଳଧର ନାଗ ଲଙ୍କେଶ୍ୱରୀ ବେଶରେ ସହର ପରିକ୍ରମାର କରିଥିଲେ। ପୂରାଣ ଅନୁସାରେ ରାବଣ, ମାତା ସୀତାଙ୍କୁ ଚୋରି କରିଥିଲା । ମାତା ସୀତାଙ୍କୁ ଠାବ କରିବା ପାଇଁ ଶ୍ରୀରାମ ହନୁମାନଙ୍କୁ ଲଙ୍କା ପଠାଇଥିଲେ । ହନୁମାନ ଲଙ୍କାକୁ ପ୍ରବେଶ କରିବା ସମୟରେ ଲଙ୍କାର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀ ନିଜେ ପ୍ରକଟ ହୋଇ ହନୁମାନଙ୍କୁ ଲଙ୍କା ଭିତରକୁ ପ୍ରବେଶ କରିବାକୁ ବାଧା ଦେଇଥିଲେ ଓ ହନୁମାନଙ୍କ ସହିତ ଲଢେଇ କରିଥିଲେ । ତେବେ ହନୁମାନଙ୍କଠାରୁ ଲଙ୍କେଶ୍ଵରୀ ଯେପରି ପରାସ୍ତ ହୋଇଥିଲେ ସେହିପରି ବିଜୟା ଦଶମୀ ଦିନ ଘେଁସ ଶାରଦୀୟ ଦୁର୍ଗାପୂଜାରେ ପଦ୍ମଶ୍ରୀ ହଳଧର ନାଗ ନିଜେ ଲଙ୍କେଶ୍ୱରୀ ବେଶ ହୋଇ ହନୁମାନ ସହ ଲଢେଇ କରି ପରାସ୍ତ ହୋଇଥିବା ଅଭିନୟ କରିଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...Durga puja in USA: ଧୁମଧାମରେ ଦୁର୍ଗାପୂଜା ପାଳିଲେ ପ୍ରବାସୀ ଓଡିଆ

ଏନେଇ ପଦ୍ମଶ୍ରୀ ହଳଧର ନାଗ କହିଛନ୍ତି, "ଏହି ପରମ୍ପରା ଦୁଷ୍ଟର ବିନାଶ ଓ ସଂସାର ପାଳନର ବାର୍ତ୍ତା ପ୍ରଦାନ କରିଥାଏ । ସେ କହିଛନ୍ତି, "ଯିଏ ଯେତେ ବଡ ପଦ ପଦବୀରେ ଥାଉ ନା କାହିଁକି ଗର୍ବ କରିବା ଉଚିତ ନୁହେଁ , କାରଣ ଗର୍ବ କାରଣରୁ ରାବଣର ନିପାତ ହୋଇଥିଲା ।" ପଦ୍ମଶ୍ରୀଙ୍କ ଏହି ଅଭିନୟ ଜନସାଧାରଣଙ୍କୁ ବେଶ ଆକୃଷ୍ଟ କରିଥିଲା । ସେହିପରି ସୋହେଲାଠାରେ ମଧ୍ୟ ରାମଳୀଳାରେ ରାବଣ ବଦ୍ଧ ପରେ ରାବଣ ପୋଡି କାର୍ଯ୍ୟକ୍ରମ କରାଯାଇ ସମାଜକୁ ଏକ ବାର୍ତ୍ତା ପ୍ରଦାନ କରାଯାଇଛି । ସେହି ବାର୍ତ୍ତା ହେଉଛି, "ଅନ୍ୟାୟ, ଅତ୍ୟାଚାର ଓ ପାପର ବିନାଶ ନିଶ୍ଚୟ ଏବଂ ନ୍ୟାୟ ଓ ଧର୍ମର ବିଜୟ ସୁନିଶ୍ଚିତ ।"

ଇିଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.