ETV Bharat / state

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଝାରବନ୍ଦ BEO

author img

By

Published : Jun 9, 2022, 10:44 PM IST

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ ଜିଲ୍ଲା ଶିକ୍ଷା ବିଭାଗର ଝାରବନ୍ଦ BEO ରଞ୍ଜିତ ଭୋଇ । ଜନୈକ ଶିକ୍ଷକଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଆଜି(ଗୁରୁବାର) ଭିଜିଲାନ୍ସ ଜାଲ । ଅଧିକ ପଢନ୍ତୁ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଝାରବନ୍ଦ BEO
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଝାରବନ୍ଦ BEO

ବରଗଡ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ ଜିଲ୍ଲା ଶିକ୍ଷା ବିଭାଗର ଝାରବନ୍ଦ BEO ରଞ୍ଜିତ ଭୋଇ । ଜନୈକ ଶିକ୍ଷକଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଆଜି(ଗୁରୁବାର) ଭିଜିଲାନ୍ସ ଜାଲ । ତେବେ ଭିଜିଲାନ୍ସ ବିଭାଗ ପକ୍ଷରୁ କେମିକାଲ ଦିଆ ନୋଟ ସବୁକୁ ଜବତ କରାଯାଇଥିବା ବେଳେ BEOଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଝାରବନ୍ଦ BEO

ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ କିଛି ଦିନ ତଳେ ଡୂଙ୍ଗୁରିପାଳି ବିଦ୍ୟାଳୟର 5 ଜଣ ଶିକ୍ଷକଙ୍କ ଦରମାକୁ କୌଣସି କାରଣ ଦେଖାଇ ବନ୍ଦ କରିଥିଲେ । ପରବର୍ତ୍ତୀ ସମୟରେ ପୁଣି ସେହି ଦରମାକୁ ବନ୍ଦ ନକରିବା ପାଇଁ ଶିକ୍ଷକ ମାନଙ୍କୁ ପାଞ୍ଚ ହଜାର ଟଙ୍କା ଦାବି କରିଥିଲେ ଭୋଇ । ତେବେ ସଚେତନ ଶିକ୍ଷକ ମାନେ ଏଭଳି ଦୁର୍ନୀତିକୁ ବିରୋଧ କରିବା ସହ ଭିଜିଲାନ୍ସ ବିଭାଗକୁ ଯୋଗାଯୋଗ କରିଥିଲେ ଏବଂ ଭିଜିଲାନ୍ସ ବିଭାଗର ପୂର୍ବ ଯୋଜନା ମୁତାବକ ଆଜି ଭୋଇଙ୍କୁ କେମିକାଲ ଲଗା ଟଙ୍କା ପ୍ରଦାନ କରାଯିବା ସମୟରେ ଭିଜିଲାନ୍ସ ବିଭାଗ ମାଡିବସିଥିଲା ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.