ETV Bharat / state

ଆକାଶ ଛୁଆଁ ପରିବା ଦର, ମହରଗ ମାଡରେ ଘାଇଲା ଖାଉଟି

author img

By

Published : Nov 12, 2019, 10:13 PM IST

ବରଗଡରେ ଆକାଶ ଛୁଆଁ ହୋଇଛି ପନିପରିବା ଦର | ଦୀର୍ଘ ଦୁଇ ମାସ ହେଲା ପିଆଜ ଦର କିଲୋ ପିଛା 60 ରୁ 70 ଟଙ୍କା ଥିବାବେଳେ କାର୍ତ୍ତିକ ମାସ ସାରା ବଜାରରେ ପନିପରିବା ଦର ମଧ୍ୟ ବଢିଛି | ଯାହା ଖାଉଟିଙ୍କୁ ନାନା ଅସୁବିଧାରେ ପକାଉଛି ।

ଡିଜାଇନ ଫଟୋ

ବରଗଡ: ଜିଲ୍ଲାରେ ଆକାଶ ଛୁଆଁ ହୋଇଛି ପନିପରିବା ଦର | ଦୀର୍ଘ ଦୁଇ ମାସ ହେଲା ପିଆଜ ଦର କିଲୋ ପିଛା 60 ରୁ 70 ଟଙ୍କା ଥିବାବେଳେ କାର୍ତ୍ତିକ ମାସ ସାରା ବଜାରରେ ପନିପରିବା ଦର ମଧ୍ୟ ବଢିଛି | ଯାହା ଖାଉଟିଙ୍କୁ ନାନା ଅସୁବିଧାରେ ପକାଉଛି ।

ଭାତହାଣ୍ଡିରେ ଆକାଶ ଛୁଆଁ ପରିବା ଦର

ବରଗଡ ଜିଲ୍ଲା ଧାନଚାଷ ଏବଂ ପନିପରିବା ଚାଷ ପାଇ ରାଜ୍ୟରେ ପ୍ରସିଦ୍ଧ ହୋଇଥିବାବେଳେ ଏଠାରୁ ଅନ୍ୟ ସ୍ଥାନକୁ ବହୁ ପନିପରିବା ପ୍ରତିଦିନ ରପ୍ତାନୀ ହୋଇଥାଏ | ବାଇଗଣ, କୋବି, ଭେଣ୍ଡି, ଝୁଡଙ୍ଗ, ପୋଟଳ ଆଦି ଅନେକ ପନିପରିବା ବରଗଡରେ ପ୍ରଚୁର ମାତ୍ରାରେ ଉତ୍ପାଦନ ହେଉଥିଲେ ମଧ୍ୟ ବର୍ତ୍ତମାନ ଆକାଶ ଛୁଆଁ ହୋଇଛି ପରିବା ଦର | 200 ଟଙ୍କାର ପରିବା କିଣିଲେ ବି ବ୍ୟାଗ ଭରୁନି । ବଜାରରୁ ପରିବା କିଣି ଅଧା ଭର୍ତ୍ତି ମୁଣା ନେଇ ଘରକୁ ଫେରୁଛନ୍ତି ଗ୍ରାହକ |

ସେପଟେ ପରିବା ବେପାରୀମାନେ ମଧ୍ୟ ମାନ୍ଦା ବେପାରକୁ ନେଇ ଚିନ୍ତାରେ ପଡିଛନ୍ତି | ସାଧାରଣତଃ କାର୍ତ୍ତିକ ମାସରେ ଅଧିକାଂଶ ଲୋକେ ଆମିଷକୁ ବର୍ଜନ କରି ନିରାମିଷ ଖାଦ୍ୟ ଖାଉଥିବା ବେଳେ ଏହି ମାସରେ ପନିପରିବା ଦର ବୃଦ୍ଧି ପାଇଥାଏ । ହେଲେ ଚଳିତ ବର୍ଷ ଅଦିନିଆ ବର୍ଷା କାରଣରୁ ବହୁ ଫସଲ ନଷ୍ଟ ହୋଇଯାଇଛି ଯାହାଫଳରେ ବଜାରରେ କମ ପରିମାଣରେ ପରିବା ବିକ୍ରି ପାଇଁ ଆସୁଛି ଏବଂ ଗ୍ରାହକ ସଂଖ୍ୟା ଅଧିକ ତେଣୁ ଆକାଶ ଛୁଆଁ ଦାମ ହେଉଥିବା କୁହାଯାଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲାରେ ଆକାଶ ଛୁଆଁ ହୋଇଛି ପନିପରିବା ସହିତ ପିଆଜ ଦର | ଦୀର୍ଘ ଦୁଇ ମାସ ହେଲା ପିଆଜ ଦର କିଲୋ ପିଛା ୬୦ ରୁ ୭୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ କାର୍ତ୍ତିକ ମାସସାରା ବଜାରରେ ପନିପରିବା ଦର ମଧ୍ୟ ବଢିରହିଛି | ଗରିବ ଲୋକେ ପିଆଜ କିଣିବା ବନ୍ଦ କରିଦେଇଥିବା ବେଳେ ଚାକିରିଆ ଲୋକେ ମଧ୍ୟ ପିଆଜ କିଣିବାକୁ ପସନ୍ଦ କରୁନାହାନ୍ତି | ଗୋଟେ କିଲୋ ଜାଗାରେ ଅଳ୍ପ ପିଆଜ କିଣୁଛନ୍ତି ଲୋକେ |
Body: ବରଗଡ ଜିଲ୍ଲା ଧାନଚାଷ ଏବଂ ପନିପରିବା ଚାଷ ପାଇ ରାଜ୍ୟରେ ପ୍ରସିଦ୍ଧ ହୋଇଥିବା ବେଳେ ବରଗଡରୁ ଅନ୍ୟ ସ୍ଥାନକୁ ବହୁ ପନିପରିବା ପ୍ରତିଦିନ ରପ୍ତାନି ହୋଇଥାଏ | ବାଇଗଣ , କୋବି , ଭେଣ୍ଡି , ଝୁଡଙ୍ଗ , ପୋଟଳ , ଆଦି ବହୁ ପନିପରିବା ବରଗଡରେ ପ୍ରଚୁର ମାତ୍ରାରେ ଉତ୍ପାଦନ ହେଉଥିଲେ ମଧ୍ୟ ବର୍ତ୍ତମାନ ଆକାଶ ଛୁଆଁ ହୋଇଛି ପରିବା ଦର | ୨୦୦ ଟଙ୍କାର ପାରିବା କିଣିଲେ ବ୍ୟାଗ ପୂର୍ଣ ହୋଇପାରୁନାହି , ବଜାରରୁ ପାରିବା କିଣି ଅଧା ଭର୍ତ୍ତି ମୁଣା ନେଇ ଘରକୁ ଫେରୁଛନ୍ତି ଗ୍ରାହକ | ସେପଟେ ପରିବା ବ୍ୟାପାରୀ ମାନେ ମଧ୍ୟ ମାନ୍ଦା ବେପାର କୁନେଇ ଚିନ୍ତାରେ ପଡିଯାଇଛନ୍ତି | କାର୍ତ୍ତିକ ମାସରେ ଅଧିକାଂଶ ଲୋକେ ଆମିଷ କୁ ବର୍ଜନ କରି ନିରାମିଷ ଖାଦ୍ୟ ଖାଉଥିବା ବେଳେ ଏହି ମାସରେ ପନିପରିବା ଦର ବୃଦ୍ଧି ପାଇବା ସ୍ଵାଭାବିକ କିନ୍ତୁ ଚଳିତ ବର୍ଷ ଅଦିନିଆ ବର୍ଷା କାରଣରୁ ବହୁ ପନିପରିବା ଫସଲ ନଷ୍ଟ ହୋଇଯାଇଛି ଯାହାଫଳରେ ବଜାରରେ କମ ପରିମାଣରେ ପରିବା ବିକ୍ରି ପାଇଁ ଆସୁଛି ଏବଂ ଗ୍ରାହକ ସଂଖ୍ୟା ଅଧିକ ତେଣୁ ଆକାଶ ଛୁଆଁ ଦାମ ଯୋଗୁଁ ହାତ ମାରିହେଉନାହି ପରିବା ଉପରେ |
ଅନ୍ୟପଟେ ପିଆଜ ଦର ଦୁଇ ମାସ ହେଲା କିଲୋ ପିଛା ୬୦ ରୁ ୭୦ ଟଙ୍କା ପର୍ଯ୍ୟନ୍ତ ରହିଛି ଯାହା ସମସ୍ତଙ୍କ ଉପରେ ବହୁ ପ୍ରଭାବ ପକାଇଛି | ଭାତ ପିଆଜ ଖାଇ ଦିନ କାଟୁଥିବା ବହୁ ଗରିବ ପରିବାରଙ୍କ ପାଇଁ ପିଆଜ ସାତ ସପନ ହୋଇଛି ଦୁଇ ମାସ ହେଲା | ପିଆଜର ଆହେତୁକ ଦର କାରଣରୁ ବିଭିନ୍ନ ସ୍ଥାନ ମାନଙ୍କରେ ଯୋଗାଣ ବିଭାଗ ପକ୍ଷରୁ ପିଆଜ କମ ଦରରେ ବିକ୍ରି କରାଯାଉଥିବା ବେଳେ କିନ୍ତୁ ବରଗଡ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଏପରି କୌଣସି ପଦକ୍ଷେପ ଆଜି ନିଆଯାଇନାହି ଯାହା ଫଳରେ ବାଧ୍ୟ ହୋଇ ଲୋକେ ଉଚ୍ଚ ଦରରେ ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି |

ବାଇଟ ୧- ଜନାର୍ଦନ ଦାସ ( ଗ୍ରାହକ )
ବାଇଟ ୨- ଅଜିତ ବିଭାର ( ଗ୍ରାହକ )
ବାଇଟ ୩- ଭବାନୀ ସାହୁ ( ବୁଦ୍ଧିଜୀବୀ )
ବାଇଟ ୪-- ରମେଶ କୁମାର ସା ( ବେପାରୀ )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.