ETV Bharat / state

Padmapur By Poll: କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ପ୍ରଚାର କରିପାରନ୍ତି: ବିଜେପି

author img

By

Published : Nov 19, 2022, 8:53 PM IST

Padmapur By Poll: କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ପ୍ରଚାର କରିପାରନ୍ତି: ବିଜେପି
Padmapur By Poll: କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ପ୍ରଚାର କରିପାରନ୍ତି: ବିଜେପି

ପଦ୍ମପୁର ଉପନିର୍ବାଚନ ( Padmapur By Poll) ବିଜୟ ପାଇଁ ବିଜେପି ପୁରା ଦମ ଲଗାଇବ । ପ୍ରଚାର ଅଭିଯାନରେ ଷ୍ଟାର ପ୍ରଚାରକଙ୍କ ବ୍ୟତୀତ ଯେଉଁ ନେତାଙ୍କ ଆବଶ୍ୟକତା ପଡିବ ସେହି ନେତାଙ୍କୁ ପଦ୍ମପୁର ଆଣି ଦଳ ପ୍ରଚାର କରିବ । ଯାହାର ସୂଚନା ରାଜ୍ୟ ବିଜେପି ଦେଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ( Padmapur By Poll) ବିଜୟ ପାଇଁ ବିଜେପି ପୁରା ଦମ ଲଗାଇବ । ପ୍ରଚାର ଅଭିଯାନରେ ଷ୍ଟାର ପ୍ରଚାରକଙ୍କ ବ୍ୟତୀତ ଯେଉଁ ନେତାଙ୍କ ଆବଶ୍ୟକତା ପଡିବ ସେହି ନେତାଙ୍କୁ ପଦ୍ମପୁର ଆଣି ଦଳ ପ୍ରଚାର କରିବ । ଏହାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।

Padmapur By Poll: କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ପ୍ରଚାର କରିପାରନ୍ତି: ବିଜେପି

ଆଜି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, "ପଦ୍ମପୁର ଲଢେଇ ପାଇଁ ବିଜେପି ପୁରା ରଣନୀତି ସହ କାମ କରୁଛି । ଷ୍ଟାର ପ୍ରଚାରକଙ୍କ ବ୍ୟତୀତ ଦଳର ସମସ୍ତ ନେତା ମୈଦାନକୁ ଓହ୍ଲାଇବେ । ଷ୍ଚାର ପ୍ରଚାର ତାଳିକାରେ ଯେହେତୁ 40 ଜଣରୁ ଅଧିକ ନେତା ସ୍ଥାନ ପାଇପାରିବେ ନାହିଁ, ତେଣୁ ସମସ୍ତ ନେତାଙ୍କୁ ସ୍ଥାନ ଦେବା ସମ୍ଭବ ନୁହେଁ । ପଦ୍ମପୁରର ସମସ୍ତ ଭୋଟ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଦଳର ସମସ୍ତ ନେତାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଦଳୀୟ ନେତା ମାନେ ପଦ୍ମପୁରରେ ରହି ନିର୍ବାଚନ ପ୍ରଚାରରେ ଲାଗିଛନ୍ତି ।"

ଏହାବି ପଢନ୍ତୁ-Padmapur By Poll: ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପଦ୍ମପୁର ବାସୀଙ୍କୁ ଲଲିପପ୍‌ କହିଲେ ପ୍ରଦୀପ ପୁରୋହିତ

ସେହିପରି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଦଳର ଆବଶ୍ୟକତା ଅନୁସାରେ ଆବଶ୍ୟକ ହେଲେ କେନ୍ଦ୍ରୀୟ ନେତା ମାନେ ମଧ୍ୟ ପ୍ରଚାର କରିବାକୁ ଆସିବେ । ରାଜ୍ୟର 3 ଜଣ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟତୀତ ରାଜ୍ୟର ସମସ୍ତ ଶୀର୍ଷ ନେତା ପ୍ରଚାର କରିବେ । ଆବଶ୍ୟକ ହେଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର (Union Minister Narendra Singh Tomar ) ମଧ୍ୟ ପ୍ରଚାର କରିପାରନ୍ତି ବୋଲି ପୃଥ୍ବୀରାଜ କହିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.