ଉଦ୍ଧାର ବଜ୍ରକାପ୍ତା ଜଙ୍ଗଲ ବିଭାଗକୁ ହସ୍ତାନ୍ତର

author img

By

Published : Oct 17, 2021, 4:18 PM IST

ଉଦ୍ଧାର ବଜ୍ରକାପ୍ତା ଜଙ୍ଗଲ ବିଭାଗକୁ ହସ୍ତାନ୍ତ

ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ରେମତା ଗ୍ରାମବାସୀ ଉଦ୍ଧାର ବଜ୍ରକାପ୍ତାକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିଲେ । ଅଧିକ ପଢନ୍ତୁ...

ବରଗଡ଼: ଜିଲ୍ଲାର ବରପାଲି ବ୍ଲକରେ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ରେମତା ଗ୍ରାମବାସୀ ଉଦ୍ଧାର ବଜ୍ରକାପ୍ତାକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିଲେ ।

ଉଦ୍ଧାର ବଜ୍ରକାପ୍ତା ଜଙ୍ଗଲ ବିଭାଗକୁ ହସ୍ତାନ୍ତ
ସୂଚନା ଅନୁଯାୟୀ ଗତକାଲି(ଶନିବାର) ରାତିରେ ବରପାଲି ବ୍ଲକ ଅନ୍ତର୍ଗତ ରେମତା ଗାଁ ମଝିକୁ ଏକ ବଜ୍ରକାପ୍ତା ଚାଲି ଆସିଥିଲା । ଖଳ ଲୋକଙ୍କ ଠାରୁ ବଞ୍ଚାଇବାକୁ ଯାଇ ରେମତା ଗ୍ରାମବାସୀ ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ଗାଁର କ୍ଳବ ଘରେ ରଖିଥିଲେ।ଆଜି ସକାଳେ ରେମତା ଗାଁ ଲୋକେ ବନ ବିଭାଗକୁ ବଜ୍ରକାପ୍ତା ସମ୍ବନ୍ଧରେ ଖବର ଦେଇଥିଲେ ।

ଖବର ପାଇ ଆଜି ଭୋର ବରଗଡ଼ ରେଞ୍ଜ ବନ ବିଭାଗର ଏକ ଟିମ ଉକ୍ତ ସ୍ଥାନକୁ ଯାଇ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଛି । ତେବେ ବନ ବିଭାଗକୁ ସହଯୋଗ କରିଥିବାରୁ ଉକ୍ତ ଯୁବକଙ୍କୁ ବିଭାଗୀୟ ଅଧିକାରୀମାନେ ଖୁବ ପ୍ରଶଂସା କରିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.