ETV Bharat / state

ଜିଲ୍ଲାର 2ଟି ପଞ୍ଚାୟତରେ ଶେଷ ହେଲା ସାନି ନିର୍ବାଚନ

author img

By

Published : May 27, 2022, 10:10 PM IST

ବରଗଡ଼ ବ୍ଲକର ଗୋବିନ୍ଦପୁର ଗ୍ରାମପଞ୍ଚାୟତରେ 11ଟି ବୁଥରେ ନିର୍ବାଚନ ଚାଲିଥିବା ବେଳେ ଭଟଲି ବ୍ଲକ କେଲେଣ୍ଡାପାଲି ଗ୍ରାମପଞ୍ଚାୟତର 16 ଗୋଟି ବୁଥରେ ନିର୍ବାଚନ ସମ୍ପାଦିତ ହୋଇଛି । ଅଧିକ ପଢନ୍ତୁ

ବରଗଡ଼ ଜିଲ୍ଲାର 2ଟି ପଞ୍ଚାୟତରେ ଶେଷ ହେଲା ସାନି ନିର୍ବାଚନ
ବରଗଡ଼ ଜିଲ୍ଲାର 2ଟି ପଞ୍ଚାୟତରେ ଶେଷ ହେଲା ସାନି ନିର୍ବାଚନ

ବରଗଡ଼: ଆଜି(ଶୁକ୍ରବାର) ବରଗଡ଼ ଜିଲ୍ଲାର ଦୁଇଗୋଟି ପଞ୍ଚାୟତରେ ସାନି ନିର୍ବାଚନ ଶାନ୍ତିଶୃଙ୍ଖଳା ସହିତ ସମ୍ପାଦିତ ହୋଇଛି । ବରଗଡ଼ ବ୍ଲକର ଗୋବିନ୍ଦପୁର ଗ୍ରାମପଞ୍ଚାୟତରେ 11ଟି ବୁଥରେ ନିର୍ବାଚନ ଚାଲିଥିବା ବେଳେ ଭଟଲି ବ୍ଲକ କେଲେଣ୍ଡାପାଲି ଗ୍ରାମପଞ୍ଚାୟତର 16 ଗୋଟି ବୁଥରେ ନିର୍ବାଚନ ସମ୍ପାଦିତ ହୋଇଛି । ତେବେ ଗତ ପଞ୍ଚାୟତ ନିର୍ବାଚନ ବେଳେ ଉଭୟ ପଞ୍ଚାୟତର ଜଣେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିଲା ଯାହାଫଳରେ ସରପଞ୍ଚ ନିର୍ବାଚନ ହୋଇପାରିନଥିଲା । ତେବେ ଆଜି ଗଣତନ୍ତ୍ରର ମହାପର୍ବରେ ପୁଣି ସାମିଲ ହେଇଛନ୍ତି ଉଭୟ ପଞ୍ଚାୟତବାସୀ ଏବଂ ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି ।

ବରଗଡ଼ ଜିଲ୍ଲାର 2ଟି ପଞ୍ଚାୟତରେ ଶେଷ ହେଲା ସାନି ନିର୍ବାଚନ



ଆଜି ସକାଳ 7ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଉଭୟ ବରଗଡ଼ ଓ ଭଟଲି ବ୍ଲକର ଦୁଇ ପଞ୍ଚାୟତରେ ମତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବରଗଡ଼ ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତରେ ଶତକଡ଼ା 81.73 ଭୋଟର ମତଦାନ କରିଥିବା ବେଳେ ଭଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତରେ ଶତକଡା 76.84 ଭୋଟର ମତଦାନ କରିଛନ୍ତି । ତେବେ ମତଦାନରେ ସାମିଲ ହୋଇ ଲୋକେ ଖୁସି ବ୍ୟକ୍ତ କରିଛନ୍ତି ।



ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.