ETV Bharat / state

ତୈଳଦର ବୃଦ୍ଧି ପ୍ରତିବାଦ, ବରଗଡ଼ ବ୍ଲକ ଅଫିସରେ କଂଗ୍ରେସର ବିକ୍ଷୋଭ

author img

By

Published : Jul 8, 2021, 11:44 AM IST

ତୈଳଦର ବୃଦ୍ଧି ପ୍ରତିବାଦରେ ବରଗଡ଼ ବ୍ଲକ ଅଫିସରେ ବିକ୍ଷୋଭ ପ୍ରଦର୍ଶନ
ତୈଳଦର ବୃଦ୍ଧି ପ୍ରତିବାଦରେ ବରଗଡ଼ ବ୍ଲକ ଅଫିସରେ ବିକ୍ଷୋଭ ପ୍ରଦର୍ଶନ

ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବରଗଡ଼ ବ୍ଲକ କାର୍ଯ୍ୟାଳୟରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ବରଗଡ଼: ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବରଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କଳା ବରଗଡ ବିଧାନସଭା କଂଗ୍ରେସ କମିଟି । ଦିନକୁ ଦିନ ତୈଳଦର ବୃଦ୍ଧି ସହ ବିଭିନ୍ନ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁ ଜନସାଧାରଣ ଉପରେ ପ୍ରଭାବ ପଡୁଛି । ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ତୈଳଦର ବୃଦ୍ଧି ପ୍ରତିବାଦରେ ବରଗଡ଼ ବ୍ଲକ ଅଫିସରେ ବିକ୍ଷୋଭ ପ୍ରଦର୍ଶନ

ବିକ୍ଷୋଭରେ କଂଗ୍ରେସ ନେତା ନିପନ ଦାଶଙ୍କ ନେତୃତ୍ବରେ ଛାତ୍ର ଯୁବ କଂଗ୍ରେସର ଶତାଧିକ କର୍ମୀ ସାମିଲ ଥିବା ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲାରେ ପେଟ୍ରୋଲ ଦର ଲିଟର ପିଛା 100 ଟଙ୍କା ଉପରେ ରହି ଥିବାବେଳେ ରୋଷେଇ ଗ୍ୟାସ ସିଲିଣ୍ଡରର ପିଛା 900 ଟଙ୍କା ଦେବାକୁ ପଡ଼ୁଛି । ତେବେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଗ୍ୟାସ ସିଲିଣ୍ଡରର ଅହେତୁକ ଦର ବୃଦ୍ଧିର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଯୁବନେତା ନିପନ ଦାସଙ୍କ ଅଧ୍ୟକ୍ଷତାରେ ବ୍ଲକ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.