ETV Bharat / state

ଚାପି ଦେଲା ଟ୍ରକ, ବାଇକ ଆରୋହୀ ମୃତ

author img

By

Published : Apr 21, 2022, 8:00 AM IST

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ
ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଭଟଲି ଛକ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଏକ ଟ୍ରକ ଚକ ତଳେ ପଡ଼ିଯାଇ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ହେଲେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଅଧିକ ପଢନ୍ତୁ

ବରଗଡ: ଜିଲ୍ଲା ଭଟଲି ଛକ ନିକଟରେ ଥିବା ହିରୋ ସୋରୁମ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣା ହୋଇଛି ।ଏକ ଟ୍ରକ ଚକ ତଳେ ପଡ଼ିଯାଇ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ହେଲେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ ବୁଧବାର ବରଗଡ଼ ଭଟଲି ଛକ ନିକଟରେ ଥିବା ହିରୋ ସୋ ରୁମ ସମ୍ମୁଖରେ ରାସ୍ତା କଡ଼ରେ ଏକ ଚାରି ଚକିଆ ଗାଡି ଛିଡ଼ା ହୋଇଥିଲା । ହେଲେ ଏ ଗାଡିଟି ଭିତର ପଟୁ ଡୋର ହଠାତ ଖୋଲି ଦେବାରୁ ବାଇକରେ ଆସୁଥିବା ଜଣେ ବ୍ୟକ୍ତି ଏଥିରେ ବାଡେଇ ହୋଇ ପଡି ଯାଇଥିଲେ । ଏହି ସମୟରେ ଅପରପଟୁ ଆସୁଥିବା ଏକ ମାଲ ଵୋଝେଇ ଟ୍ରକର ପଛ ପଟ ଚକତଳେ ପଡ଼ି ଯାଇଥିଲେ ।

ତେବେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ମିଳି ପାରିନାହିଁ । ତେବେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖାଯାଇଥିଲା । ଉତ୍ୟକ୍ତ ଲୋକେ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବି କରିବା ସହିତ ଭଟଲି ରୋଡ଼ରେ ପ୍ରତିଦିନ ହେଉଥିବା ଟ୍ରାଫିକ ସମସ୍ୟା କାରଣରୁ ଏପରି ଦୁର୍ଘଟଣା ଘଟୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ। ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ଵରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।

ବରଗଡରୁ ରାଜେସ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.