Dhanu Yatra: ନଗର ପରିକ୍ରମାରେ କଂସ ମହାରାଜା, ଥାନାରେ ଅପରାଧୀଙ୍କୁ କଲେ ଦଣ୍ଡିତ

author img

By

Published : Jan 1, 2023, 10:10 PM IST

Dhanu Yatra

ବରଗଡ଼ ତଥା ଗୋପପୁରରେ ନଗର ପରିକ୍ରମାରେ ବାହାରିଛନ୍ତି ମହାରାଜା କଂସ (Maharaja Kansa) । ଏହି ସମୟରେ ସେ ଜଣେ ମଦ୍ୟପଙ୍କୁ ଦଣ୍ଡିତ କରିବା ସହ ସାହାସୀ ପୋଲିସ ଅଫିସରଙ୍କୁ କରିଛନ୍ତି ସମ୍ମାନିତ । ଅଧିକ ପଢନ୍ତୁ

ନଗର ପରିକ୍ରମାରେ କଂସ ମହାରାଜା, ଥାନାରେ ଅପରାଧୀଙ୍କୁ କଲେ ଦଣ୍ଡିତ

ବରଗଡ଼: ୫ମ ଦିନରେ ପହଞ୍ଚିଛି ଜିଲ୍ଲାର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା(Dhanu Yatra) । ଧନୁଯାତ୍ରା ଦୀର୍ଘ ୧୧ଦିନ ଧରି ଚାଲିବାକୁ ଥିବା ବେଳେ ଏହି ଦିନରେ ଜିଲ୍ଲାରେ ଚାଲିଥାଏ ମହାରାଜା କଂସଙ୍କ ରାଜୁତି(Maharaja Kansa) । ବରଗଡ଼ ତଥା ମଥୁରା ନଗରୀ ପରିଭ୍ରମଣରେ ମଜରାଜା କଂସ ବାହାରି ଜଣେ ବ୍ୟକ୍ତିଙ୍କୁ ଦଣ୍ଡିତ କରିଛନ୍ତି । ନଗର ପରିଭ୍ରମଣ ସମୟରେ ରାସ୍ତାକଡ଼ରେ ବୁଲୁଥିବା ମଦ୍ୟପକୁ ମଥୁରା ନଗର ଥାନାକୁ ନେଇ ଚାବୁକ ମାଡ଼ କରି ଦଣ୍ଡିତ କରିଛନ୍ତି କଂସ ମହାରାଜା ।

ଅନ୍ୟପଟେ ଧନୁଯାତ୍ରାରେ ପୋଲିସ ବିଭାଗର ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ ଦେଖି ଖୁସିରେ ପୁଷ୍ପଗୁଚ୍ଛ ଦେଇ ଥାନା ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି ମହାରାଜା କଂସ । ଆଜି ମଥୁରା ନଗର ପରିକ୍ରମା କରି ହଠାତ ଥାନାକୁ ପହଞ୍ଚି ଯାଇଥିଲେ କଂସ ମହାରାଜ ଏବଂ ବାଘ ସହିତ ଲଢେଇ କରି ଲୋକଙ୍କ ଜୀବନ ବଞ୍ଚାଇଥିବା ଥାନା ଅଧିକାରୀ ସତ୍ୟଜିତ କାନ୍ଦେଲକରଙ୍କୁ ମହାରାଜା କଂସ ପୁଷ୍ପଗୁଛ ପ୍ରଦାନ କରି ପୁରସ୍କୃତ କରିଥିଲେ । ଥାନାରେ ଅଟକ ଥିବା ଅପରାଧୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢନ୍ତୁ- Dhanu Yatra: ମଥୁରା କାରାଗାରରେ କଂସକୁ ଦୈବବାଣୀ କଲେ ବିଜୁଳି କନ୍ୟା, ବିବ୍ରତ ମହାରାଜା

ରାସ୍ତାରେ ମଦ୍ୟପାନ କରି ବୁଲୁଥିବା ବ୍ୟକ୍ତିକୁ ମଥୁରା ନରେଶ କଂସ ମହାରାଜ ନିଜେ ଚାବୁକାରେ ପ୍ରହାର କରି ଦଣ୍ଡିତ କରିଥିଲେ । ସୂଚନା ଥାଉ କି ଗତ ଡିସେମ୍ବର ୨୮ ତାରିଖରୁ ବରଗଡ଼ରେ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଏହାପରେ ଜିଲ୍ଲାରେ ଆରମ୍ଭ ହୋଇଛି ମହାରାଜା କଂସଙ୍କ ରାଜୁତି । ଧନୁଯାତ୍ରା ଚାଲିଥିବା ବେଳେ ମହାରାଜାଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଶାସନ । ନାଟକ ପାଇଁ ସହରର ବିଭିନ୍ନ ଅଞ୍ଚଳ ପାଲଟିଛି ଦ୍ବାପର ଯୁଗର ଭୂଇଁ । ବରଗଡ଼ ମଥୁରାନଗରୀ ପାଲଟିଥିବା ବେଳେ ଅମ୍ବାପାଲି ପାଲଟିଛି ଗୋପପୁରୀ ।

ଏହାସହିତ ବରଗଡ଼-ଅମ୍ବାପାଲି ମଧ୍ୟ ଦେଇ ପ୍ରବାହିତ ହେଉଥିବା ଜୀରାନଦୀ ପାଲଟିଛି ଯମୁନା ନଦୀ । ଧନୁଯାତ୍ରା ଦେଖିବା ଲାଗି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବରଗଡ଼ର ଗୋପପୁର ଓ ମଥୁରାନଗରୀରେ ଲାଗିଛି ଗହଳି । ଯାତ୍ରା ପାଇଁ ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ବରଗଡ଼ । ଏଥିରେ ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇଥିବା ବେଳେ ମୀନାବଜାରର ମଧ୍ୟ ଆୟୋଜନ ହୋଇଛି । ସବୁଠୁ ଖାସ କଥା ହେଉଛି ଚଳିତ ବର୍ଷ ଯାତ୍ରାକୁ ପୁରୁଛି ୭୫ବର୍ଷ । ଅନେକ ବର୍ଷ ଧରି ଚାଲିଆସୁଥିବା ଏହି ପ୍ରସିଦ୍ଧ ଯାତ୍ରାକୁ ଚଳିତ ବର୍ଷ ଧୁମଧାମରେ ପାଳନ କରାଯାଉଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.