ETV Bharat / state

ଲୁଟ ପିକଅପ ଭ୍ୟାନ ଉଦ୍ଧାର, ପୋଲିସ ହୋମଗାର୍ଡ ସମେତ ୩ ଗିରଫ

author img

By

Published : Jun 12, 2021, 10:49 PM IST

ସୋହେଲା ପୋଲିସକୁ ମିଳିଛି ବଡ଼ ସଫଳତା । ଲୁଟ ପିକଅପ ଭ୍ୟାନ ଉଦ୍ଧାର କରିବା ସହିତ ସମ୍ବଲପୁରର ଜଣେ ହୋମଗାର୍ଡ ଏବଂ ଲୁଟରେ ସମ୍ପୃକ୍ତ ଅନ୍ୟ ଦୁଇ ଅପରାଧୀଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଅଧିକ ପଢନ୍ତୁ...

ଲୁଟ ପିକଅପ ଭ୍ୟାନ ଉଦ୍ଧାର, ପୋଲିସ ହୋମଗାର୍ଡ ସମେତ ୩ଗିରଫ
ଲୁଟ ପିକଅପ ଭ୍ୟାନ ଉଦ୍ଧାର, ପୋଲିସ ହୋମଗାର୍ଡ ସମେତ ୩ଗିରଫ

ବରଗଡ: ସୋହେଲା ପୋଲିସକୁ ମିଳିଛି ବଡ଼ ସଫଳତା । ଲୁଟ ହୋଇଥିବା ପିକଅପ ଭ୍ୟାନ ଉଦ୍ଧାର କରିବା ସହିତ ସମ୍ବଲପୁର ଜିଲ୍ଲାର ଜଣେ ହୋମଗାର୍ଡ ଏବଂ ଲୁଟରେ ସମ୍ପୃକ୍ତ ଅନ୍ୟ ଦୁଇ ଅପରାଧୀଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ଲୁଟ ପିକଅପ ଭ୍ୟାନ ଉଦ୍ଧାର, ପୋଲିସ ହୋମଗାର୍ଡ ସମେତ ୩ଗିରଫ

ସୂଚନା ଅନୁଯାୟୀ ଗତ ୮ ତାରିଖ ରାତି ପ୍ରାୟ ଅଢେଇ ଟା ସମୟରେ ରାଜ୍ୟ ସୀମାନ୍ତ ଲୁହୁରାଚଟି ପାଖରେ ଜାତୀୟ ରାଜପଥ ଉପରୁ ବିଜେପୁର ଥାନା ଏମ. ଗଣ୍ଡପାଲି ଗ୍ରାମର ଦୀପକ ପାଣିଗ୍ରାହୀଙ୍କ ବୋଲେରୋ ପିକ ଅପ ନମ୍ବର ଓଡ଼ି/୧୭ପି/୬୫୪୧କୁ ଅନ୍ୟ ଏକ ବୋଲେରୋ ଓଡ଼ି୧୭/ଏନ/୮୯୮୮ ରେ ଦୁଇ ଜଣ ଅଜ୍ଞାତ ଯୁବକ ଆସି ବୋଲେରୋ ଚାଳକ ଘନଶ୍ୟାମ ବନଛୋରଙ୍କୁ ଧମକ ଦେଇ ତାଙ୍କୁ ବନ୍ଧକ ବନେଇ ଲୁଟି ନେଇ ବରଗଡ ଆଡକୁ ପଳାଇଥିଲେ । ସୋହେଲା-ବରଗଡ ମଝି ଗୋବିନ୍ଦପୁର ନିକଟରେ ଲୁଟ ଗାଡି ଅଚଳ ହୋଇ ଯାଇଥିଲା । ଏହାର ସୁଯୋଗ ନେଇ ଡ୍ରାଇଭର ସେଠାରୁ ଖସି ଯାଇ ୯ ତାରିଖ ସକାଳେ ସୋହେଲା ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ସୋହେଲା ଥାନା କେଶ ନମ୍ବର ୯୭/୨୧ ର ଆଇପିସି ର ଧାରା ୪୯୪/୩୬୫ ରେ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ବରଗଡ ଏସ୍ପି ପଦ୍ମିନୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ବରେ ସୋହେଲା ଥାନା ଆଇଆଇସି ହାଡିବନ୍ଧୁ ଗଡତିଆ, ପାଇକମାଲ ଆଇଆଇସି ବିଶ୍ବଜିତ ମନବୋଧ, ବିଜେପୁର ଥାନା ଅଧିକାରୀ ସନୟ ନାୟକ,ପଦ୍ମପୁର ଥାନା ସବ ଇନ୍ସପେକ୍ଟର ସୌମ୍ୟ ରଂଜନ ପାତ୍ର ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସମ୍ବଲପୁରରୁ ଜଣେ ପୋଲିସ ହୋମ ଗାର୍ଡ ତରୁଣ ସୁରୁଜାଲଙ୍କ ନିକଟରୁ ଲୁଟ ହୋଇଥିବା ବୋଲେରୋ ଜବତ କରିଥିଲେ ।

ସେହିପରି ଏହି ଲୁଟ ମାମଲାର ମୁଖ୍ୟ ଅଭିଯୁକ୍ତ ରବି ଯାଦବ ଓରଫ ରବିଆ ଓରଫ ସିଂହମ ଯିଏକି ଜଣେ କୁଖ୍ୟାତ ଅପରାଧୀ ଯାହାଙ୍କ ନାମରେ ବରଗଡ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧିକ ମାମଲା ପୂର୍ବରୁ ରହିଛି ଏବଂ ଅନ୍ୟ ଅଭିଯୁକ୍ତ ବରଗଡ ମୋହିତ ଅଗ୍ରୱାଲଙ୍କୁ ଗିରଫ କରିଥିଲେ । ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ଲୁଟ ମାମଲାରେ ବ୍ୟବହାର ହୋଇଥିବା ବୋଲେରୋ ଚାଲକଙ୍କ ମୋବାଇଲ ଓ ଅନ୍ୟ ୩ ଗୋଟି ମୋବାଇଲ ଜବତ କରିଥିଲେ । ଆଜି ସମସ୍ତ ଅଭିଯୁକ୍ତଙ୍କୁ ସୋହେଲା କୋର୍ଟକୁ ଚାଲାଣ କରାଯାଇଥିବା ସୋହେଲା ଥାନାରେ ସାମ୍ବାଦିକ ସମ୍ମୀଳନୀରେ ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁ ପ୍ରକାଶ କରିଛନ୍ତି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.