ETV Bharat / state

ଦିଲ୍ଲୀ ଦରବାରରେ ପହଞ୍ଚିବ ବରଗଡ ଚାଷୀଙ୍କ ସମସ୍ୟା, ନଭେମ୍ବରରେ ଆନ୍ଦୋଳନ କରିବ ଭାରତୀୟ କିଷାନ ସଂଘ

author img

By

Published : Apr 11, 2023, 11:29 AM IST

indian farmers union meeting
bargarh indian farmers union meeting

ବରଗଡ ଜିଲ୍ଲାରେ କୃଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଭାରତୀୟ କିଷାନ ସଂଘ ଏକ ବୈଠକ କରିିଛି । ଅଧିକ ପଢନ୍ତୁ

ନଭେମ୍ବରରେ ଆନ୍ଦୋଳନ କରିବ ଭାରତୀୟ କିଷାନ ସଂଘ

ବରଗଡ: ଜିଲ୍ଲାରେ କୃଷକମାନଙ୍କର କିପରି ଉନ୍ନତିକୁ ଗୁରୁତ୍ବ ଦିଆଯାଇଛି । କୃଷକଙ୍କ ଉନ୍ନତି ସହ ସେମାନଙ୍କ ଦାବି କିପରି ଦିଲ୍ଲୀ ଦରବାରରେ ପହଞ୍ଚିବ ସେନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ଚାଷୀମାନଙ୍କୁ ନେଇ ବରଗଡରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ବରଗଡର ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘରେ ଅନୁଷ୍ଠିତ ଏହି ଜରୁରୀ ବୈଠକରେ କେନ୍ଦ୍ର ସରକାରଙ୍କ ନିକଟରେ ଭାରତୀୟ କିଷାନ ସଂଘର 5 ଗୋଟି ଦାବି ଓ ରାଜ୍ୟ ସରକାରଙ୍କ ନିକଟରେ 7 ଗୋଟି ଦାବି ଉପସ୍ଥାପନ କରିବା ନେଇ ନିଷ୍ପତ୍ତି ହୋଇଛି । ଆସନ୍ତା ନଭେମ୍ବର ମାସରେ ରାଜଧାନୀ ଭୁବନେଶ୍ବର ଠାରେ ଏକ ଲକ୍ଷରୁ ଅଧିକ ଚାଷୀଙ୍କୁ ନେଇ 4 ଗୋଟି ଦାବି ପୂରଣ ନେଇ ବ୍ୟାପକ ଆନ୍ଦୋଳନ କରାଯିବା ସହିତ ଚାଷୀଙ୍କ ସମ୍ବାଧାନିକ ହକ ପାଇଁ ଲଢେଇ କରିବେ ବୋଲି ନିଷ୍ପତ୍ତି ଗ୍ରହଣ ହୋଇଛି ।

ଭାରତୀୟ କିଶାନ ସଂଘ ପକ୍ଷରୁ କେନ୍ଦ୍ର ସରାକରଙ୍କ ପାଇଁ 5 ଗୋଟି ଦାବି ଗୁଡ଼ିକ ହେଲା...

୧. MSP ନୁହେଁ ଚାଷର ଲାଗତ ମୂଲ୍ୟ ଆଧାରରେ ଲାଭକାରୀ ମୂଲ୍ୟ ପ୍ରଦାନ
୨.କିଷାନ ସମ୍ମାନ ନିଧିର ବର୍ଦ୍ଧିତ ମୂଲ୍ୟ ନିର୍ଦ୍ଧାରଣ ଓ ପ୍ରଦାନ ।
୩. କୃଷି ଉପକରଣ କ୍ଷେତ୍ରରେ GST ସଂପୂର୍ଣ୍ଣ ଛାଡ଼ ।
୪. ଜିଏମ ଫସଲର ମାନ୍ୟତାକୁ ପ୍ରତ୍ୟହାର ।
୫. କୃଷି ପାଇଁ ଆୟତ-ନିର୍ଯାତ ନୀତିର ପରିବର୍ତ୍ତନ ।

ସେହିପରି ରାଜ୍ୟ ସରକାରଙ୍କ ଠାରେ ଭାରତୀୟ କିଶାନ ସଂଘର ରହିଥିବା ଦାବି ଗୁଡିକ ହେଲା..

୧. ଜିଲ୍ଲାର ସମସ୍ତ କୃଷି ତଥା ଉନ୍ନୟନ କମିଟି (DLPC)ରେ ଭାରତୀୟ କିସାନ ସଂଘର ପ୍ରତିନିଧିତ୍ୱ୍ପକୁ ମାନ୍ୟତା ଦିଆଯାଉ ।
୨. ଧାନ କିଣାବିକା ପ୍ରକ୍ରିୟାକୁ ରାଜ୍ୟ ସରକାର ଦିନକୁ ଦିନ ଅଯଥା ଜଟିଳ କରି ଚାଷୀକୁ ହଇରାଣ କରିବାରେ ବିରତ ରୁହନ୍ତୁ ଏବଂ ଚାଷୀର ଉତ୍ପାଦିତ ସମସ୍ତ ଧାନକିଣା ଯାଉ ।
୩. ଗତ ୪ବର୍ଷ ଲଗାତର ଚାଷୀ ଏହି ତ୍ରୁଟି ପୂର୍ଣ୍ଣ ଟୋକନ ବ୍ୟବସ୍ଥାରେ ନାହି ନ ଥିବା ଅବ୍ୟବସ୍ଥାର ସମ୍ମଖୀନ ହୋଇଛନ୍ତି ଫଳରେ ଚାଷୀ ଆତ୍ମହତ୍ୟା ଭଳି ଅଭାବନୀୟ ଘଟଣା ଘଟୁଛି ତେଣୁ ଟୋକନ ବ୍ୟବସ୍ଥାର ସଂପୂର୍ଣ୍ଣ ଉଚ୍ଛେଦ କରାଯାଇ ଚାଷୀର ଉତ୍ପାଦିତ ସମସ୍ତ ଧାନକୁ କିଣାଯାଉ ।
୪. ଗଭୀର ନଳକୂପ ଖନନ କରିଥିବା ଚାଷୀଙ୍କଠାରୁ ଚାଷ କରିଥିବା ଚାଷ ଜମିର ପରିମାଣକୁ କାର୍ଡରେ ଅନ୍ତର୍ଭୁକ୍ତ କରାଯାଇ ସମସ୍ତ ଧାନ କିଣାଯାଉ ଏବଂ ବିଜୁଳି ବିଲକୁ ସମ୍ପୂର୍ଣ ଛାଡ କରାଯାଉ ।
୫. ଗଙ୍ଗାଧର ଜଳସେଚନ ପ୍ରକଳ୍ପରେ ବିଜେପୁର ବ୍ଲକର ବଞ୍ଚିତ 6 ଗୋଟି ପଞ୍ଚ।ୟତକୁ ପ୍ରକଳ୍ପରେ ସାମିଲ କର।ଯାଉ ।
୬. ଗତ ୨୦୧୭ରୁ ଆଜି ପର୍ଯ୍ୟନ୍ତ ବକେୟା ଥିବା ବୀମା ପ୍ରାପ୍ୟ ରାଶି ଚାଷୀକୁ ପ୍ରଦାନ କରିବାକୁ ବୀମା କମ୍ପାନୀକୁ ଆଦେଶ ଦିଆଯାଉ ଏବଂ ୨୦୨୦-୨୦୨୧ର ବୀମା ପ୍ରାପ୍ୟକୁ କମ୍ପାନୀ ବିଭିନ୍ନ ଅ।ଳ ଦେଖାଇ ଅଯଥା ବିଳମ୍ବ କରୁଥବାରୁ ଚାଷୀ ଅସନ୍ତୋଷ ବଢି ଆନ୍ଦୋଳନର ମୁଣ୍ଡ ତେଜୁଛି ତେଣୁ ଏହାର ତୁରନ୍ତ ସମାଧାନ କରାଯାଉ ।
୭. ଚାଷକୁ ଶିଳ୍ପର ମାନ୍ୟତା ଦେଇ ଜୈବିକ ଚାଷକୁ ପ୍ରୋସ୍ରାହନ ଦିଆଯାଉ ।

ଭାରତୀୟ କିଶାନ ସଂଘର ଆଜିର ଜିଲ୍ଲା ସାଙ୍ଗଠିନିକ ବୈଠକରେ ମୁଖ୍ୟ ଅତିଥି ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ଗଜିନ୍ଦ୍ରଜୀ , ପୂର୍ବୋତ୍ତର ସଂଗଠନ ମନ୍ତ୍ରୀ ନିବାସଜୀ, ରାଷ୍ଟ୍ରୀୟ ସଦସ୍ୟ କେଦାର ମିଶ୍ର, ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ, ଜିଲ୍ଲା ସଭାପତି ପିତାମ୍ବର ସାହୁ, ଜିଲ୍ଲା ଉପ ସଭାପତି ସୋମନାଥ ଭୋଇ ଓ ରାଜ୍ୟ ଉପ ସଭାପତି ପ୍ରଦୀପ ଏହି ବୈଠକରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.