ETV Bharat / state

ପୁସ୍ତକ ପରିବହନ ଆଳରେ ହେଉଥିଲା ବେଆଇନ କଫ୍ ସିରପ ଚାଲାଣ, ୩ ଗିରଫ

author img

By

Published : Mar 14, 2023, 8:18 PM IST

ବରଗଡରୁ ବିପୁଳ ପରିମାଣର ବେଆଇନ କଫ୍ ସିରଫ ଓ ଇଞ୍ଜେକ୍ସନ ଜବତ
ବରଗଡରୁ ବିପୁଳ ପରିମାଣର ବେଆଇନ କଫ୍ ସିରଫ ଓ ଇଞ୍ଜେକ୍ସନ ଜବତ

ବରଗଡରୁ ବିପୁଳ ପରିମାଣର ବେଆଇନ କଫ୍ ସିରଫ ଓ ଇଞ୍ଜେକ୍ସନ ଜବତ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପଦ୍ମପୁର ପୋଲିସ । ଅଧିକ ପଢନ୍ତୁ

ବରଗଡରୁ ବିପୁଳ ପରିମାଣର ବେଆଇନ କଫ୍ ସିରଫ ଓ ଇଞ୍ଜେକ୍ସନ ଜବତ

ବରଗଡ: ପୁସ୍ତକ ପରିବହନ ଆଳରେ ହେଉଥିଲ ବେଆଇନ କଫ୍ ସିରପ ଚାଲାଣ । ଅଧାବାଟରେ ମାଡିବସିଲା ପଦ୍ମପୁର ପୋଲିସ । ବରଗଡ ଜିଲ୍ଲାରେ ବ୍ୟାପକ ନିଶା କାରବାର ଚାଲିଥିବା ବେଳେ କଟକରୁ ବରଗଡ ଆସୁଥିବା ଏକ ବେଲୋରୋ ଗାଡିରୁ ପଦ୍ମପୁର ଠାରେ ବିପୁଳ ପରିମାଣର ବେଆଇନ କଫ୍ ସିରପ ଓ ଇଞ୍ଜେକ୍ସନ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକ ଟଙ୍କା ହେବ । ଗାଡିରୁ ମୋଟ ୧୬ ପେଟି କଫ ସିରଫ ଓ ଗୋଟିଏ ପେଟି ଇଞ୍ଜେକ୍ସନ ଜବତ ହୋଇଥିବା ଜଣାପଡିଛି । ତେବେ ଏହି ଘଟଣାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏନେଇ ଆଜି ପଦ୍ମପୁର ଏସଡିପିଓ ବିଭୁତି ଭୂଷଣ ଭୋଇ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, କଟକରୁ ବରଗଡ ଆସୁଥିବା OD17V8687 ନମ୍ବର ବିଶିଷ୍ଟ ଏକ ମହେନ୍ଦ୍ର ବୋଲେରୋ ପିକଅପ୍ ଗାଡିରେ କଫ୍ ସିରଫ ଓ ଇଞ୍ଜେକ୍ସନ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୋଲିସକୁ ଖବର ମିଳିଥିଲା । ଏନେଇ ବରଗଡ ଏସପି ପ୍ରହଲ୍ଲାଦ ସାହାଇ ମୀନାଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା । ଏହାପରେ ପଦ୍ମପୁର ଗାଇସିଲେଟ ରାସ୍ତାରେ ନାକା କରାଯାଇଥିଲା । ଏହି ସମୟରେ ପୁସ୍ତକ ବୋଝେଇ ଉକ୍ତ ବୋଲେରୋ ଗାଡି ସେଠାରେ ପହଞ୍ଚିଥିଲା । ପୋଲିସ ଗାଡିର ୱେ ବିଲ୍ ଯାଞ୍ଚ କରିବାବେଳେ ଏହା କଟକରୁ ବରଗଡ ସହରକୁ ଆସିବାର ଥିବା ଜଣାପଡିଥିଲା ।

କିନ୍ତୁ ଗାଡିଟି ବରଗଡ ସହର ପରିବର୍ତ୍ତେ ପଦ୍ମପୁର ଆସୁଥିବାରୁ ପୋଲିସର ସନ୍ଦେହ ହୋଇଥିଲା । ପରେ ଗାଡି ଯାଞ୍ଚ କରାଯିବାରୁ ବହି ଭିତରୁ ୧୬ ପେଟି କଫ୍ ସରିପ ଓ ଗୋଟିଏ ପେଟି ଇଞ୍ଜେକ୍ସନ ଜବତ ହୋଇଥିଲା । ପୋଲିସ 100mlର ୨୫୬୦ଟି କଫ ସିରଫ ବୋତଲ, ୬୦୦୦ ପେଣ୍ଟାଜୋସାଇନ ଇଞ୍ଜେକ୍ସନ, ୧୨୮ ପ୍ୟାକେଟ ସ୍କୁଲ ନୋଟବୁକ ସମେତ ଉକ୍ତ ବୋଲେରା ଗାଡି ଜବତ କରିଛି । ଏହି ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩୦ ହଜାର ୧୭୦ ଟଙ୍କା, ୩ଟି ମୋବାଇଲ, ଗୋଟିଏ ଏସବିଆଇ ଏଟିଏମ୍ କାର୍ଡ, ଏକ ଆଧାର କାର୍ଡ, ଗାଡିର ଆରସି ବହି ଜବତ ହୋଇଛି । ପଦ୍ମପୁର ଅଞ୍ଚଳ ପଡୋଶୀ ଛତିଶଗଡ ରାଜ୍ୟକୁ ଲାଗି ରହିଥିବା ଯୋଗୁଁ ଏହି ଅଞ୍ଚଳରେ ନିଶା ମଫିଆମାନେ ଖୁବ୍ ସକ୍ରିୟ ରହିଛନ୍ତି । ନିଶାଦ୍ରବ୍ୟ ଗୁଡିକ ପଦ୍ମପୁର ଅଞ୍ଚଳରୁ ଛତିଶଗଡ ଏବଂ ପଶ୍ଚିମ ଓଡିଶାର ଅଧିକାଂଶ ପ୍ରାନ୍ତକୁ ଚାଲାଣ କରାଯାଉଥିବା ଜଣାପଡିଛି


ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.