ETV Bharat / state

ବିପୁଳ ପରିମାଣର କଫ ସିରଫ ଜବତ, ଜଣେ ଗିରଫ

author img

By

Published : Nov 29, 2022, 9:36 PM IST

ବିପୁଳ ପରିମାଣର କଫ ସିରଫ ଜବତ,  ଜଣେ ଗିରଫ
ବିପୁଳ ପରିମାଣର କଫ ସିରଫ ଜବତ, ଜଣେ ଗିରଫ

ବିପୁଳ ପରିମାଣର କଫ ସିରଫ ଜବତ । ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ସମୟରେ କଫ ସିରଫ ଜବତ ହୋଇଥିଲା । ଅଧିକ ପଢ଼ନ୍ତୁ

ବରଗଡ଼ : ନିଶା ପାଇଁ ନିଶା ମାଫିଆଙ୍କ ଚୋରା ବାଟ । କଫ ସିରଫ ଆଳରେ ଚାଲିଛି ନିଶା କାରବାର । ଶସ୍ତାରେ ବଜାରରେ ମିଳୁଛି କଫ୍ ସିରଫ । କମ ଦାମରେ କିଣି ଫୁଲ୍ ନିଶା ଆପଣାଉଛନ୍ତି ନିଶାଡି । ଯାହାକୁ ନେଇ ବଜାରରେ ବେଆଇନ ଭାବେ ବିକ୍ରି ହେଉଛି ଏଭଳି ବିଭିନ୍ନ ବ୍ରାଣ୍ଡର କଫ ସିରଫ । ବିନା ଡ୍ରଗସ କଣ୍ଟ୍ରୋଲର ଅନୁମତିରେ ବଜାରରେ ସହଜରେ ବିକ୍ରି ହେଉଛି କଫ ସିରଫ । ୧୦ଟଙ୍କାରୁ ଆରମ୍ଭ କରି ୪୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ହେଉଛି କଫ ସିରଫ ।

ବିପୁଳ ପରିମାଣର କଫ ସିରଫ ଜବତ, ଜଣେ ଗିରଫ

ଏହି ପରୀପ୍ରେକ୍ଷୀରେ ଆଜି ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ବିପୁଳ ପରିମାଣର କଫ ସିରଫ ଜବତ ହୋଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ସମୟରେ କଫ ସିରଫ ଜବତ ହୋଇଛି । ଚଢ଼ଉ ସମୟରେ ନଗଦ 3ଲକ୍ଷ 10ହଜାର ଟଙ୍କା ଓ 50 ହଜାର ଟଙ୍କାର ନିଶା ଔଷଧ ଜବତ କରିଛି ଅବକାରୀ ବିଭାଗ । ଏହାସହ ଏଥିରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଜଣକ ହେଲା ମନୋଜ କୁମାର ବାଜପେୟୀ ।

ଏ ସମ୍ପର୍କରେ ଅବକାରୀ ବିଭାଗ ଇନ୍ସପେକ୍ଟର ସମରଜିତ ଦାଶ କହିଛନ୍ତି ''ଆଜି ସକାଳେ ଅବକାରୀ ବିଭାଗର ଗୋଟିଏ ଟିମ୍ ସକାଳେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ତାଲପାଲି ଛକ ଠାରେ ଗିରଫ ହୋଇଥିବା ଯୁବକକୁ ଦେଖି ସନ୍ଦେହ ହୋଇଥିଲା ଅବକାରୀ ବିଭାଗର । ଯୁବକ ଜଣକ ପୋଲିସ ଗାଡ଼ି ଦେଖି କାନ୍ଧରେ ଏକ ବସ୍ତା ଧରି ଦୌଡୁଥିଲା । ଏନେଇ ଅବକାରୀ ଟିମ ଯୁବକଙ୍କ ପଛରେ ଦୌଡ଼ି ତାଙ୍କୁ କାବୁ କରିଥିଲେ । ଏହାପରେ କାନ୍ଧରେ ଯୁବକ ଜଣକ ଧରିଥିବା ବସ୍ତାକୁ ଯାଞ୍ଚ କରିଥିଲେ ।

ଯାଞ୍ଚ ସମୟରେ ବସ୍ତା ଭିତରୁ ବିପୁଳ ପରିମାଣର କଫସିରପ ଜବତ ହୋଇଥିଲା । ଏହାସହ ୧୫୦ ଗୋଟି କଫ ସିରଫ, ୫୯୦ ଗୋଟି ନିଶା ଇଞ୍ଜେକସନ ଜବତ ହୋଇଥିଲା । ତେବେ ଗିରଫ ହୋଇଥିବା ଯୁବକ ନାଁରେ ଆଗରୁ ମଧ୍ୟ ଅନେକ ମାମଲା ଥାନାରେ ରହିଛି । ଏପରିକି ପଦ୍ମପୁର ଥାନାରେ ତା ନାଁରେ ଏନଡିପିଏସ ମାମଲାରେ ରୁଜୁ ହୋଇଛି । ଖାଲି ସେତିକି ନୁହେଁ ଦିନକୁ ଆମେ ୪ରୁ ୫ଥର ପାଟ୍ରୋଲିଂ ବି କରୁଛୁ । ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂରେ କୌଣସି ପ୍ରକାରର ଅବହେଳା କରାଯିବନି ।''

ସଂପ୍ରତି ପଦ୍ମପୁର ଉପନିର୍ବାଚନ ପାଇଁ ମାହୋଲ ସରଗରମ ରହିଥିବା ବେଳେ ନିଶା ବ୍ୟାପାରୀ ମାନଙ୍କର ନିଶା କାରବାର ବ୍ୟାପକ ହେବାରେ ଲାଗିଛି । ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ପଦ୍ମପୁର ଅଞ୍ଚଳକୁ କିପରି ନିର୍ବାଚନ ସମୟରେ ନିଶା ମୁକ୍ତ କରାଯିବ ସେନେଇ ଅବକାରୀ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ଲଗାତାର ଚଢଉ ଚାଲିଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.