ETV Bharat / state

ନିଆଁରେ ପୋଡି ଅର୍ଦ୍ଧଦଗ୍ଧ ଅବସ୍ଥାରେ ତିନିଦିନ ଘର ଭିତରେ ପଡିରହିଲେ ଅସହାୟ ବୃଦ୍ଧା

author img

By ETV Bharat Odisha Team

Published : Dec 14, 2023, 10:35 PM IST

ଅର୍ଦ୍ଧଦଗ୍ଧ ଅସହାୟ ବୃଦ୍ଧା ଏନଜିଓ ଦ୍ବାରା ଉଦ୍ଧାର
ଅର୍ଦ୍ଧଦଗ୍ଧ ଅସହାୟ ବୃଦ୍ଧା ଏନଜିଓ ଦ୍ବାରା ଉଦ୍ଧାର

elderly lady rescued by NGO : ବରଗଡରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବୃଦ୍ଧା ଉଦ୍ଧାର । ଏନଜିଓ ର କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା । ଅଧିକ ପଢନ୍ତୁ

ଅର୍ଦ୍ଧଦଗ୍ଧ ଅସହାୟ ବୃଦ୍ଧା ଏନଜିଓ ଦ୍ବାରା ଉଦ୍ଧାର

ବରଗଡ : ସମାଜରେ ଧିରେ ଧିରେ ମଣିଷପଣିଆ ମରି ମରି ଯାଉଛି । ଏଭଳି ଏକ କୁତ୍ସିତ ଉଦାହରଣ ଦେଖିବାକୁ ମିଳିଛି ବରଗଡରେ । ନିଆଁରେ ପୋଡି ଅର୍ଦ୍ଧଦଗ୍ଧ ଅବସ୍ଥାରେ ତିନିଦିନ ଧରି ଘର ଭିତରେ ପଡିରହିଥିଲେ ଅସହାୟ ବୃଦ୍ଧା । ନା ତାଙ୍କୁ କେହି ଚିକିତ୍ସା କରାଇଥିଲେ ନା କେହି ତାଙ୍କ ପାଖ ମାଡିଥିଲେ | ତିନିଦିନ ଧରି 70 ବର୍ଷୀୟ ଅସହାୟ ବୃଦ୍ଧାଙ୍କ ଏପରି ଅବସ୍ଥା ବିଷୟରେ ଖବର ପାଇ ବରଗଡର ଏକ ଏନଜିଓ ଘଟଣାସ୍ଥଳକୁ ପହଞ୍ଚି ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିରହିଥିବା ବୃଦ୍ଧାଙ୍କୁ ଉଦ୍ଧାର କରିବା ସହିତ ତାଙ୍କର ଚିକିତ୍ସା କରାଇଛି ।

ସୂଚନା ଅନୁଯାୟୀ ବରଗଡ ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମ ର ମୁନସୀ ପଡ଼ାରେ ବସନ୍ତ ସାହୁ ନାମକ ବୃଦ୍ଧା ଏକାକୀ ବସବାସ କରୁଥିଲେ । ତାଙ୍କର ୭୦ ବର୍ଷ ରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ତାଙ୍କ ସହ କେହି ସଂପର୍କୀୟ ରହୁନଥିଲେ । ସରକାରି ଭତ୍ତା ଓ ଏଣେ ତେଣେ କାମ କରି ଚଳିବା ସହ ନିଜେ ନିଜ ହାତରେ ଯାହା କିଛି ରୋଷେଇ କରନ୍ତି ତାହା ଖାଉଥିଲେ ବୃଦ୍ଧା ଜଣକ । ତେବେ ନିଜେ ରୋଷେଇ କାମ କରୁଥିବା ସମୟରେ ଦିନେ ହଠାତ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ଘରେ ଥିବା ବିଭିନ୍ନ ଜିନିଷ ପୋଡି ଯିବା ସହ ତାଙ୍କ ଶରୀର ର ଅଧା ଅଂଶ ପୋଡ଼ି ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ବରଗଡ଼ର ଅଗରବତୀ ଫ୍ୟାକ୍ଟ୍ରିରେ GST ରେଡ୍, ଟିକସ ଫାଙ୍କିଥିବା ଅଭିଯୋଗ

ସ୍ଥାନୀୟ ଅଙ୍ଗନୱାଡ଼ି ଦିଦି ଖାଇବାକୁ ଦେଉଥିବା ବେଳେ କଟାପାଲିରେ ତାଙ୍କ ସମ୍ପର୍କୀୟ ଖବର ପାଇବା ପରେ ଦେଖିବାକୁ ଆସି ଥିଲେ କିନ୍ତୁ ବୃଦ୍ଧାଙ୍କୁ ସେହି ଶୋଚନୀୟ ଅବସ୍ଥାରେ ଛାଡି ଦେଇ ପଳାଇଥିଲେ । ସ୍ଥାନୀୟ ନିଷ୍ଠା ପରିବାର ନାମକ ଏନଜିଓ ପଥର୍ଲା ଗାଁ କୁ ଯାଇ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଉକ୍ତ ଏନଜିଓର ଉପଦେଷ୍ଟା ଅଶ୍ବିନୀ ତ୍ରିପାଠୀ ୧୦୮ ଆମ୍ବୁଲାନ୍ସ କୁ ଡକାଇଥିଲେ ଏବଂ 108 କର୍ମଚାରୀଙ୍କ ସହିତ ମିଶି ବୃଦ୍ଧାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଥିଲା । ବୃଦ୍ଧା ଜଣକ ସମ୍ପୂର୍ଣ୍ଣ ଭାବରେ ଭଲ ହେବା ପର୍ଯ୍ୟନ୍ତ ଚିକିତ୍ସାର ସବୁ ଦାୟିତ୍ଵ ନିର୍ବାହ କରିବେ ବୋଲି ଏନଜିଓ ତରଫରୁ ସୂଚନା ଦିଆଯାଇଛି । ଏନଜିଓର ଏପରି ମହାନ କାର୍ଯ୍ୟକୁ ବରଗଡ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.