ETV Bharat / state

ଭୋଟ ପରିଚୟ ପତ୍ର ଥାଇବି ମତଦାନରୁ ବଞ୍ଚିତ ହେଲେ ଭୋଟର

author img

By

Published : Feb 24, 2022, 10:00 PM IST

ଭୋଟ ପରିଚୟ ପତ୍ର ଥାଇବି ମତଦାନରୁ ବଞ୍ଚିତ ହେଲେ ଭୋଟର
ଭୋଟ ପରିଚୟ ପତ୍ର ଥାଇବି ମତଦାନରୁ ବଞ୍ଚିତ ହେଲେ ଭୋଟର

ବରଗଡ ଜିଲ୍ଲାରେ ଗୁରୁବାର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ଶେଷ । ଭୋଟର ପରିଚୟ ପତ୍ର ଥାଇ ମଧ୍ୟ ଭୋଟ ଦେବାରୁ ବଞ୍ଚିତ ହେଲେ ଅନେକ ଭୋଟର । ଅଧିକ ପଢନ୍ତୁ

ବରଗଡ : ଭୋଟର ପରିଚୟ ପତ୍ର ଥାଇ ମଧ୍ୟ ଭୋଟ ଦେବାରୁ ବଞ୍ଚିତ ହେଲେ ଅନେକ ଭୋଟର । ବରଗଡ ଜିଲ୍ଲାରେ ଗୁରୁବାର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସକାଳ 7 ଟାରୁ ଆରମ୍ଭ ହୋଇଯାଇ ଥିବା ବେଳେ 1 ଟାରେ ଶେଷ ହୋଇଛି । ବ୍ଲକର 361 ଗୋଟି ବୁଥରେ 68.78% ମତଦାନ ହୋଇଛି ।

ତେବେ ବରଗଡ ବ୍ଲକରେ ଆଜିର ମତଦାନ ପ୍ରକ୍ରିୟାରେ ଅନେକ ତ୍ରୁଟି ଦେଖାଦେଇଥିବା ଅଭିଯୋଗ ହୋଇଛି । ଅନେକ ଭୋଟର ନିଜର ମତଦାନ ନକରି ଘରକୁ ଫେରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଭୋଟର ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଭୋଟ ପରିଚୟ ପତ୍ର ଥାଇବି ମତଦାନରୁ ବଞ୍ଚିତ ହେଲେ ଭୋଟର

ଏହାବି ପଢନ୍ତୁ : ୟୁକ୍ରେନର ନିବେଦନ, ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଟଳିପାରିବ ଯୁଦ୍ଧ

ନିଜ ପାଖରେ ଭୋଟର ପରିଚୟ ପତ୍ରଥିଲେ ମଧ୍ୟ ମତଦାନ କେନ୍ଦ୍ର ଭିତରେ ଥିବା ଭୋଟର ଲିଷ୍ଟରେ ନାମ ନଥିବା କାରଣରୁ ଅନେକ ଭୋଟର ମତଦାନ କରିପାରି ନ ଥିଲେ । ତେବେ ଜିଲ୍ଲା ପ୍ରଶାସନ ମାସ ମାସ ଧରି ପଞ୍ଚାଯତ ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି ଚଳାଇଥିଲେ ସୁଦ୍ଧା ଭୋଟର ମାନେ ନିଜ ମୌଳିକ ଅଧିକାରରୁ ବଞ୍ଚିତ ହେବା ନିଶ୍ଚିତ ରୂପେ ଏହା ପ୍ରଶାସନର ଅବହେଳା ଉପରେ ପ୍ରଶ୍ନ ଉଠିଛି । ଗୋଟେ ପଟେ ସରକାର ଜନସାଧାରଣଙ୍କୁ ମତଦାନ କରିବାକୁ ପ୍ରତ୍ସୋହନ କରୁଥିବା ବେଳେ ଅନ୍ୟପଟେ ଜିଲ୍ଲା ପ୍ରଶାସନର ଅବହେଳା କାରଣରୁ ଅନେକ ଭୋଟର ଚଳିତ ପଞ୍ଚାଯତ ନିର୍ବାଚନରେ ଭୋଟ ଦେବାରୁ ବଞ୍ଚିତ ରହିଯାଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.