ETV Bharat / state

ବରଗଡ଼ରେ ନବୀନ, ସ୍ବାସ୍ଥ୍ୟମନ୍ତ୍ରୀ-ବିଜେଡି ନେତାଙ୍କ ଗାଡିକୁ ଅଣ୍ଡାମାଡ଼ କଲେ ବିରୋଧୀ

author img

By

Published : Nov 13, 2021, 2:41 PM IST

ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତକୁ ବିରୋଧ କରି ଅଣ୍ଡାମାଡ଼ କଲେ ବିରୋଧୀ
ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତକୁ ବିରୋଧ କରି ଅଣ୍ଡାମାଡ଼ କଲେ ବିରୋଧୀ

ଆଜି(ସୋମବାର) ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ଥିବାବେଳେ ଏହାକୁ ବିରୋଧ କରି ବିରୋଧୀ କଂଗ୍ରେସ ଏବଂ କୋଶଲ ସେନା ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । ଅଧିକ ପଢନ୍ତୁ...

ବରଗଡ଼: ଆଜି(ସୋମବାର) ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ଥିବା ବେଳେ ଏହାକୁ ବିରୋଧ କରି ବିରୋଧୀ କଂଗ୍ରେସ ଏବଂ କୋଶଲ ସେନା ପକ୍ଷରୁ ଅଣ୍ଡା ମାଡ଼ କରାଯାଇଛି । ବରଗଡ଼ ସହର ତଥା ଭଟଲି, ବିଜେପୁର ଓ ବରପାଲି ଅଞ୍ଚଳର ବହୁ ବିରୋଧୀ ନେତାଙ୍କୁ ଆଗୁଆ ଗିରଫ କରାଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଅଣ୍ଡାମାଡ଼ କରିଛି ବିରୋଧୀ ।

ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତକୁ ବିରୋଧ କରି ଅଣ୍ଡାମାଡ଼ କଲେ ବିରୋଧୀ

ସେହିପରି ବରଗଡ଼ରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଅଣ୍ଡାମାଡ଼ କରିଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଗାଡିକୁ ମଧ୍ୟ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ କରାଯାଇଥିଲା । ତେବେ ସେମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗଲା ବେଳେ ବରଗଡ଼ ଏକାମ୍ର ଛକ, ହଲଦୀପାଲି ଛକ ଓ ଭିଭିନ୍ନ ଗ୍ରାମ ମାନଙ୍କରେ ପୂର୍ବରୁ ଜଗିରହି କୋଶଲ ସେନା ଓ କଂଗ୍ରେସ କର୍ମୀ ମାନେ ଅଣ୍ଡାମାଡ଼ କରିଥିବା ସୂଚନା ରହିଛି ।

ଏହା ପୂର୍ବରୁ ଗତକାଲି( ଶୁକ୍ରବାର) ରାତିରେ ବରଗଡ LIC ଛକ ଠାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ କରିଥିବା ଦେଖିବାକୁ ମିଳିଥିଲା । ଏନେଇ ରାସ୍ତାରେ ଅଣ୍ଡାମାଡ଼ କରୁଥିବା ବହୁ କର୍ମୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.