ETV Bharat / state

ଫସଲବୀମା ଟଣାଓଟରା; କମ୍ପାନୀରେ ତାଲା ପକାଇଲେ ଚାଷୀ

author img

By

Published : Sep 22, 2019, 9:15 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା , ବରଗଡ

ବରଗଡରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ଚାଷୀ ଓ ବୀମା କମ୍ପାନୀ ମଧ୍ୟରେ ଲାଗି ରହିଛି ସମସ୍ୟା । ଚାଷୀମାନେ ବୀମା କମ୍ପାନୀକୁ ତାଲା ପକାଇ ରଖିଛନ୍ତି ।

ବରଗଡ: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ଗତ 10 ତାରିଖରୁ ବରଗଡରେ ଚାଷୀ ବୀମା କମ୍ପାନୀକୁ ତାଲା ପକାଇ ରଖିଛନ୍ତି | ତେବେ ଆଜି ସୁଦ୍ଧା ଚାଷୀ ଓ ବୀମା କମ୍ପାନୀ ମଧ୍ୟରେ କୌଣସି ସମାଧାନର ବାଟ ଫିଟି ନାହିଁ । ବରଗଡ ଜିଲ୍ଲାପାଳ ଅଫିସରେ ପ୍ରଶାସନ ଓ ଚାଷୀ ମାନଙ୍କ ମଧ୍ୟରେ ପୁଣି ଏକ ବୈଠକ ହୋଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା , ବରଗଡ

ଜିଲ୍ଲାର ଚାଷୀ ସଂଗଠନ ସମନ୍ବୟ ସମିତି ଫସଲବୀମା ନେଇ ବିଭିନ୍ନ ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ACF ଓ YCF ଆଳରେ ବୀମା କମ୍ପାନୀ କିପଋ ଚାଷୀଙ୍କ ସହିତ ଖେଳ ଖେଳୁଛନ୍ତି | ଫସଲବୀମାର ପ୍ରିମିୟମ ଭରିବାର ଦୁଇମାସ ପରେ ନୂତନ ନିୟମକୁ ଲାଗୁ କରିବା ଚାଷୀ ମାନେ ବେଆଇନ ବୋଲି କହିଛନ୍ତି | ଯଦି ପ୍ରିମିୟମ ଭରିବା ପୂର୍ବରୁ ନୂତନ ନିୟମ ଘୋଷଣା ହୋଇଥାନ୍ତା ତାହେଲେ ଚାଷୀ ନିଜ ମୁତାବକ ପ୍ରିମିୟମ ଭରିଥାନ୍ତେ।

ତେବେ ଚାଷୀ ସଂଗଠନ ପକ୍ଷରୁ ଆହୁରି ପାଞ୍ଚ ଦିନ ସମୟ ଦିଆଯାଇଛି । ଆଗାମୀ ପାଞ୍ଚଦିନ ମଧ୍ୟରେ ବୀମା କମ୍ପାନୀ ଚାଷୀଙ୍କ ସମସ୍ୟାର ସମାଧାନ ନ କଲେ ବୀମା କମ୍ପାନୀ ଅଫିସରେ ପଡିଥିବା ତାଲାକୁ ଖୋଲାଯିବ ନାହିଁ ବୋଲି ଚାଷୀ ମାନେ କହିଛନ୍ତି । ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା କୃଷି ଉପନିର୍ଦେଶକଙ୍କ ଅଫିସରେ ଏକ ସ୍ଵତନ୍ତ୍ର ସେଲ ଗଠନ କରାଯିବାକୁ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ନିର୍ଦେଶ ଦେଇଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା କୁ ନେଇ ଲାଗିରହିଥିବା ଚାଷୀ ଅସନ୍ତୋଷ ଯୋଗୁଁ ଗତ 10 ତାରିଖରୁ ବରଗଡର ବିମାକମ୍ପାନୀ ରେ ତାଲା ପକାଇ ରଖିଛନ୍ତି ଏଠାକାର ଚାଷୀ | ତେବେ ଆଜି ସୁଦ୍ଧା ଚାଷୀ ଓ ବୀମା କମ୍ପାନୀ ମଧ୍ୟରେ କୌଣସି ସମାଧାନର ବାଟ ଫିଟିନଥିବା ବେଳେ ବରଗଡ ଜିଲ୍ଲାପାଳ ଅଫିସରେ ପ୍ରଶାସନ ଓ ଚାଷୀ ମାନଙ୍କ ମଧ୍ୟରେ ପୁଣି ଏକ ବୈଠକ ବସିଥିଲା |
Body:ଜିଲ୍ଲାର ଚାଷୀ ସଂଗଠନ ସମନ୍ବୟ ସମିତି ଫସଲବୀମା ନେଇ ବିଭିନ୍ନ ସମସ୍ୟା ବିଷୟରେ ଦ୍ରୁଷ୍ଟି ଆକର୍ଷଣ କରିଥିବା ବେଳେ ACF ଓ YCF ଆଲରେ ବୀମା କମ୍ପାନୀ କିପଋ ଚାଷୀଙ୍କ ସହିତ ଖେଳ ଖେଳୁଛି ସେନେଇ ଅବଗତ କରାଇଥିଲେ |ଚାଷୀ ମାନେ ଫସଲବୀମାର ପ୍ରିମିୟମ ଭରିବାର ଦୁଇମାସ ପରେ ନୂତନ ନିୟମ କୁ ଲାଗୁକରାଇଥିବା ବେଆଇନ ବୋଲି କହିଥିଲେ | ଏହି ନିୟମ ଚାଷୀ ପ୍ରିମିୟମ ଭରିବା ପୂର୍ବରୁ ଘୋଷଣା କରିଥିଲେ ଚାଷୀମାନେ ଇଚ୍ଛା ମୁତାବକ ପ୍ରିମିୟମ ଭରିଥାନ୍ତେ ନହେଲେ ନାହି | ତେବେ ଚାଷୀ ସଂଗଠନ ପକ୍ଷରୁ ଆହୁରି ପାଞ୍ଚ ଦିନ ସମୟ ଦିଆଯାଇଥିଲା ଏବଂ ଆଗାମୀ ପାଞ୍ଚଦିନ ମଧ୍ୟରେ ବୀମାକମ୍ପାନୀ ଚାଷୀଙ୍କ ସମସ୍ୟାର ସମାଧାନ ନକରିଲେ ବୀମା କମ୍ପାନୀ ଅଫିସରେ ପଡିଥିବା ତାଲାକୁ ଖୋଲାଯିବ ନାହି ବୋଲି ଚାଷୀ ମାନେ ଜଣେଇଦେଇଥିଲେ |
ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା କୃଷି ଉପନିର୍ଦେଶକଙ୍କ ଅଫିସରେ ଏକ ସ୍ଵତନ୍ତ୍ର ସେଲ ଗଠନ କରାଯିବାକୁ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପଧାନ ନିର୍ଦେଶ ଦେଇଥିଲେ |Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.