ETV Bharat / state

ପଦ୍ମପୁର ଉପକାରଗାରରେ ଜେଲ ଅନ୍ତେବାସୀଙ୍କ କୋଭିଡ଼ଜନିତ ମୃତ୍ୟୁ

author img

By

Published : Jun 7, 2021, 7:01 PM IST

ପଦ୍ମପୁର ଉପକାରଗାରରେ ଜେଲ ଅନ୍ତେବାସୀଙ୍କ କୋଭିଡ଼ ଜନୀତ ମୃତ୍ୟୁ
ପଦ୍ମପୁର ଉପକାରଗାରରେ ଜେଲ ଅନ୍ତେବାସୀଙ୍କ କୋଭିଡ଼ ଜନୀତ ମୃତ୍ୟୁ

କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜେଲ ଅନ୍ତେବାସୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ବରଗଡ଼: ଜିଲ୍ଲାରେ କୋରୋନା ମହାମାରୀ ଚାରିପଟେ ଛାଇ ଯାଇଥିବା ବେଳେ ଜେଲ ଭିତରେ ଥିବା ଜେଲ ଅନ୍ତେବାସୀ ମାନଙ୍କୁ ମଧ୍ୟ ଛାଡ଼ିନାହିଁ । ବରଗଡ଼ ଜିଲ୍ଲା ପଦ୍ମପୁର ଉପକାରଗାରରେ ଥିବା ଜଣେ ବିଚାରଧୀନ ଜେଲ ଅନ୍ତେବାସୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ଜଣେ କଏଦୀଙ୍କ କୋଭିଡ଼ରେ ମୃତ୍ୟୁ ହେବା ବରଗଡ ଜିଲ୍ଲାରେ ଏହା ପ୍ରଥମ ଘଟଣା ।

ପଦ୍ମପୁର ଉପକାରଗାରରେ ଜେଲ ଅନ୍ତେବାସୀଙ୍କ କୋଭିଡ଼ ଜନୀତ ମୃତ୍ୟୁ


ପଦ୍ମପୁର ଉପକାରାଗାର ଜଣେ ବିଚାରଧୀନ ଜେଲ ଅନ୍ତେବାସୀ ଜଣକ କୋରୋନା ଆକ୍ରାନ୍ତ ହୋଇ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ଅବସ୍ଥାରେ ମୄତ୍ୟୁ । ପାଇକମାଲ ଥାନା ଢେଙ୍କିମୁଣ୍ଡା ଗ୍ରାମର ଛତରାମ ଧନଓ୍ବର ହତ୍ୟା ଉଦ୍ୟମ ଅଭିଯୋଗରେ ଗତ ନଭେମ୍ବର ୨୦୨୦ ରୁ ପଦ୍ମପୁର ଉପକାରାଗାରେ ବିଚାରଧିନ କଏଦୀ ଭାବରେ ଥିଲେ ।

ଗତ ମେ ମାସ ୨୧ ତାରିଖ ଦିନ ପଦ୍ମପୁର ଉପକାରାଗାର ଅନ୍ତେବାସୀ ମାନଙ୍କ କୋରୋନା ପରୀକ୍ଷା କରାଗଲା ଏବଂ ସେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେ । ୨୩ ତାରିଖ ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୄତ୍ୟୁ ହୋଇଥିବା ନେଇ ପଦ୍ମପୁର ଉପକାରଗାରର ଏସ.ଡ଼ି.ଏମ.ଓ ସୂଚନା ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.