ETV Bharat / state

ଜିଲ୍ଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ

author img

By

Published : Jul 24, 2019, 9:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ଅଧିକ ମଦ ବିକ୍ରି କଲେ ପୁରସ୍କାର ପୁରଷ୍କାର ମିଳିବାକୁ ନେଇ ବିଧାନସଭା ଠାରୁ ଆରମ୍ଭ କରି ରାଜ୍ୟବ୍ୟାପୀ ଚର୍ଚ୍ଚା ଲାଗି ରହିଛି । ଏହାର ପ୍ରତିବାଦରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛି କଂଗ୍ରେସ ।


ବରଗଡ଼: ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ଉପରେ ବଢ଼ିଚାଲିଛି ନିର୍ଯ୍ୟାତନା । କେବଳ ମହିଳା ନୁହଁନ୍ତି ନାବାଳିକା ମଧ୍ୟ ଏଥିରୁ ବର୍ତ୍ତୀ ପାରୁନାହାନ୍ତି । ଅନ୍ୟପଟେ ନାରୀ ସୁରକ୍ଷା ପାଇଁ ମଦ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି ଦାବି ଉଠୁଛି। ସେପଟେ ସରକାର କିନ୍ତୁ ଅଧିକ ମଦ ବିକ୍ରି କଲେ ପୁରସ୍କାର ଦେବା କଥା କହୁଛନ୍ତି । ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼


ରାଜ୍ୟ ସରକାର ନାରୀ ସୁରକ୍ଷିତ ନୁହଁନ୍ତି । ବିଧାନସଭାରେ ମଦ ବିକ୍ରିକୁ ପ୍ରୋତ୍ସାହନ ଦେବା ଘଟଣାରୁ ପ୍ରମାଣିତ ହୋଇଛି ଏବଂ କଂଗ୍ରେସ ଦଳର ନେତା ନରସିଂହ ମିଶ୍ର ଯେତେବେଳେ ଏହି ପ୍ରଶ୍ନର ଉତ୍ତର ବିଧାନସଭାରେ ମାଗୁଛନ୍ତି ଶାସକ ଦଳ ପକ୍ଷରୁ କୌଣସି ଉତ୍ତର ଦିଆଯାଉନାହିଁ ।

ଏହା ବିରୋଧରେ କଂଗ୍ରେସ ଆନ୍ଦୋଳନ କରିବା ଏହି ମର୍ମରେ ବରଗଡ଼ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି ଦଳ । ଆଗାମୀ ଦିନ ମାନଙ୍କରେ ମହିଳାଙ୍କ ସୁରକ୍ଷା ଓ ମଦ ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ନିଆନଗଲେ କଂଗ୍ରେସ ପୁନଃର୍ବାର ରାଜରାସ୍ତାକୁ ଓହଲ୍ଲାଇବ ବୋଲି ଚେତାବନୀ ଦେଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ରାଜ୍ୟରେ ଦିନକୁ ଦିନ ମହିଳା ମାନଙ୍କ ଉପରେ ବଢ଼ିଚାଲିଛି ନିର୍ଯ୍ୟାତନା । କେବଳ ମହିଳା ନୁହେଁ ବରଂ ଛୋଟ ଛୋଟ ନାବାଳିକା ଝିଅ ମାନଙ୍କୁ ଧର୍ଷଣ ପରେ ହତ୍ୟା ଘଟଣା ମଧ୍ୟ ବଢ଼ି ଚାଲିଛି ଅନ୍ୟପଟେ ନାରୀ ସୁରକ୍ଷା ପାଇଁ ମଦ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି ମହିଳା ମାନେ ଦାବି କରିଆସୁଥିବା ବେଳେ ସରକାର କିନ୍ତୁ ଓଲଟା ଅଧିକ ମଦ ବିକ୍ରିକରିଲେ ପୁରସ୍କାର ଦେବାକଥା ବିଧାନସଭାରେ ଚର୍ଚ୍ଚା କରୁଛନ୍ତି । ଯାହାକୁ ବିରୋଧ କରି ଆଜି ବରଗଡ଼ ଜିଲ୍ଲା କଂଗ୍ରେସ ଦଳ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଆନ୍ଦୋଳନକୁ ଓହଲ୍ଲାଇଛି ।


Body:ରାଜ୍ୟରେ କିଛି ଦିନ ହେଲା ନାରୀ ଓ ନାବଳିକାଙ୍କ ଉପରେ ଧର୍ଷଣ ଓ ହତ୍ୟା ପରି ଘଟଣା ବଢି ଚାଲିଥିବାବେଳେ ରାଜ୍ୟ ସରକାର ନାରୀ ସୁରକ୍ଷା ପ୍ରତି ଆଦୌ ଚିନ୍ତିତ ନଥିବା ବିଧାନସଭାରେ ମଦ ବିକ୍ରିକୁ ପ୍ରୋତ୍ସାହନ ଦେବା ଘଟଣାରୁ ପ୍ରମାଣିତ ହୋଇଛି ଏବଂ କଂଗ୍ରେସ ଦଳର ନେତା ନରସିଂହ ମିଶ୍ର ଯେତେବେଳେ ଏହି ପ୍ରଶ୍ନର ଉତ୍ତର ବିଧାନସଭାରେ ମାଗୁଛନ୍ତି ଶାସକ ଦଳ ପକ୍ଷରୁ କୌଣସି ଉତ୍ତର ଦିଆଯାଉନାହିଁ ବୋଲି ଅଭିଯୋଗ କରି ଆଜି କଂଗ୍ରେସ ଦଳ ଆନ୍ଦୋଳନକୁ ଓହଲ୍ଲାଇଛି ।
ବରଗଡ଼ ଜିଲ୍ଲାପାଳଙ୍କୁ କଂଗ୍ରେସ ଦଳ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ଦିନ ମାନଙ୍କରେ ମହିଳା ମାନଙ୍କର ସୁରକ୍ଷା ବ୍ୟବସ୍ଥା ଓ ମଦ ବନ୍ଦ କରିବାକୁ ପଦକ୍ଷେପ ନିଆନଗଲେ କଂଗ୍ରେସ ଦଳ ରାଜରାସ୍ତାକୁ ଓହଲ୍ଲାଇବା ବୋଲି ଚେତାବନୀ ଦେଇଛି ।
ବାଇଟ ୧ - ପ୍ରଦୀପ ଦେବତା ( କଂଗ୍ରେସ )
ବାଇଟ ୨- ନିପନ ଦାସ ( କଂଗ୍ରେସ )


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.