ETV Bharat / state

ଫାଷ୍ଟ ଟ୍ୟାଗ ବ୍ୟବସ୍ଥାରେ ଟୋଲ ଫି ଆଦାୟକୁ କଂଗ୍ରେସର ବିରୋଧ

author img

By

Published : Dec 29, 2020, 10:59 PM IST

congress press meet in baragarh
ଫାଷ୍ଟ ଟ୍ୟାଗ ବ୍ୟବସ୍ଥାରେ ଟୋଲ ଫି ଆଦାୟକୁ କଂଗ୍ରେସର ବିରୋଧ

ବରଗଡ ଜିଲ୍ଲା ଜାତୀୟ ରାଜପଥରେ ଟୋଲ ଆଦାୟକୁ ବିରୋଧ କରି କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଫି ଆଦାୟ ବନ୍ଦ କରାନଗଲେ ଆନ୍ଦୋଳନ ପାଇଁ ଦଳର ଚେତାବନୀ । ଅଧିକ ପଢନ୍ତୁ...

ବରଗଡ: ଜିଲ୍ଲା ଜାତୀୟ ରାଜପଥରେ ଟୋଲ ଆଦାୟକୁ ବିରୋଧ କରି ବର୍ଷିଲା କଂଗ୍ରେସ । ବରଗଡ଼ ଜିଲ୍ଲାରେ ଆସନ୍ତା ଜାନୁୟାରୀ ପ୍ରଥମ ଦିନରୁ ଟୋଲ ଗେଟରେ ଫାଷ୍ଟ ଟ୍ୟାଗ ବ୍ୟବସ୍ଥା ଲାଗୁ ହେବାକୁ ଥିବାବେଳେ ଗତ ୭ ବର୍ଷ ଧରି ବରଗଡ଼ ଆରଟିଓ ଅଧୀନରେ ଥିବା ଯାନବାହନଗୁଡିକୁ ଟୋଲ ଦେୟ ଦେବାକୁ ପଡୁନଥିଲା । ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି କଂଗ୍ରେସ । ଟୋଲ ଗେଟରେ ଏହି ଟୋଲ ଫି ଆଦାୟ ବନ୍ଦ କରାନଗଲେ ଆସନ୍ତା 2 ତାରିଖରେ ବ୍ୟାପକ ଆନ୍ଦୋଳନ କରିବାକୁ କଂଗ୍ରେସ ଚେତାବନୀ ଦେଇଛି ।

ଫାଷ୍ଟ ଟ୍ୟାଗ ବ୍ୟବସ୍ଥାରେ ଟୋଲ ଫି ଆଦାୟକୁ କଂଗ୍ରେସର ବିରୋଧ

ଜିଲ୍ଲା ଜାତୀୟ ରାଜପଥର ପ୍ରବେଶ ଠାରୁ ଆରମ୍ଭ କରି ପ୍ରସ୍ଥାନ ପର୍ଯ୍ୟନ୍ତ ରାସ୍ତା ବିପଦ ସଙ୍କୁଳ ହୋଇପଡିଥିବା ସହ ଜାତୀୟ ରାଜପଥରେ ବେରିକେଟିଂ ନଥିବା ହଜାର ହଜାର ଗଛ କଟାଯାଉଛି । ଏପରିକି ବୃକ୍ଷରୋପଣ କରାଯାଉ ନଥିବା ନେଇ ଅଭିଯୋଗ କରିଛି କଂଗ୍ରେସ । ଏପରି ସ୍ଥିତିରେ ଏସବୁ ସମସ୍ୟାକୁ ଦୃଷ୍ଟି ନଦେଇ ମୋଦି ସରକାର ଫାଷ୍ଟ ଟ୍ୟାଗ ଲାଗୁ କରି ଜୋର ଜବରଦସ୍ତ ଟ୍ୟାସ୍କ ଆଦାୟ କରିବାର ଯୋଜନା କରୁଥିବା କଂଗ୍ରେସ କହିଛି । ଆସନ୍ତା ୧ ତାରିଖରେ ବରଗଡ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ମଧ୍ୟ ଯଦି ଏହାର ସମାଧାନ ନ ହୁଏ ତେବେ ୨ ତାରିଖରେ ଜିଲ୍ଲାପାଳ ଅଫିସ ଘେରାଉ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ବରଗଡ ଜିଲ୍ଲା କଂଗ୍ରେସ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.