ETV Bharat / state

ମଙ୍ଗଳବାର ବରଗଡରେ 32ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Jan 20, 2020, 9:41 PM IST

ବରଗଡରେ ନବନିର୍ମିତ ମୁଖ୍ୟ ଚିକିତ୍ସାଳୟ ଓ ସାଇନ୍ସ ପାର୍କ ଉଦଘାଟନ ସହିତ ସମୁଦାୟ 32 ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । 11 ପ୍ଲାଟୁନ ଫୋର୍ସ ମୁତୟନ । ଅଧିକ ପଢନ୍ତୁ...

baragarh
ବରଗଡରେ 32 ଗୋଟି ପ୍ରକଳ୍ପର ଶିଳାନ୍ୟାଶ କରିବେ ମୁଖ୍ୟମନ୍ତ୍ରୀ

ବରଗଡ: ଆସନ୍ତାକାଲି(ମଙ୍ଗଳବାର) ବରଗଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାରେ ନବନିର୍ମିତ ମୁଖ୍ୟ ଚିକିତ୍ସାଳୟ ଓ ସାଇନ୍ସ ପାର୍କ ଉଦଘାଟନ ସହିତ ସମୁଦାୟ 32 ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି।

ବରଗଡରେ 32 ଗୋଟି ପ୍ରକଳ୍ପର ଶିଳାନ୍ୟାଶ କରିବେ ମୁଖ୍ୟମନ୍ତ୍ରୀ

ବରଗଡ ସହରରୁ 8 କିମି ଦୂରରେ ଥିବା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା(ଖେଦାପାଲି) ନିକଟରେ ନିର୍ମିତ ହୋଇଥିବା ମୁଖ୍ୟ ଡାକ୍ତରଖାନା ପରିସରରେ ହେଲିକପ୍ଟର ଯୋଗେ ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ସେଠାରେ ନୂତନ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଉଦଘାଟନ କରିବେ । ପରେ ନିକଟରେ ରହିଥିବା ସାଇନ୍ସ ପାର୍କର ମଧ୍ୟ ଉଦଘାଟନ କରିବେ। ସେହିପରି ସମୁଦାୟ ୩୨ ଗୋଟି ପ୍ରକଳ୍ପର ଶିଳାନ୍ୟାଶ କରିବା ପରେ ୧୨ଟା ୪୫ ମିନିଟରେ ଟୁକୁର୍ଲା ନିକଟରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ।

ଉକ୍ତ ସାଧାରଣ ସଭାରେ ଅନେକ ଯୋଜନାର ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ବିତରଣ କରିବେ ଏବଂ ଦିନ ପ୍ରାୟ ୧ଟାରେ ମୁଖ୍ୟମନ୍ତ୍ରୀ ପୁଣି ହେଲିକପ୍ଟର ଯୋଗେ ବରଗଡ ଛାଡିବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ୧୧ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ବେଳେ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଆସନ୍ତା କାଲି ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଗସ୍ତରେ ଆସୁଥିବାବେଳେ ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି | ନବ ନିର୍ମିତ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସାଇନ୍ସ ପାର୍କ ଉଦ୍ଘାଟନ ସହିତ ସମୁଦାୟ 32 ଗୋଟି ପ୍ରକଳ୍ପର ଶିଳାନ୍ୟାଶ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |ତେବେ ପୋଲିସ ପକ୍ଷରୁ ୧୧ ପ୍ଲାଟୁନ ପୋଲିସ ମୃତୟନ କରାଯାଇଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି |
Body:ବରଗଡ ସହରରୁ 8 କିଲୋମିଟର ଦୂରରେଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା(ଖେଦାପାଲି) ନିକଟରେ ନିର୍ମିତ ହୋଇଥିବା ମୁଖ୍ୟ ଡାକ୍ତରଖାନା ପରିସରକୁ ହେଲିକପ୍ଟର ଯୋଗେ ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ |ସେଠାରେ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଉଦଘାଟନ କରିବା ପରେ ନିକଟରେ ରହିଥିବା ସାଇନ୍ସ ପାର୍କ ମଧ୍ୟ ଉଦ୍ଘାଟନ କରିବେ ସେହିପରି ସମୁଦାୟ ୩୨ ଗୋଟି ପ୍ରକଳ୍ପର ଶିଳାନ୍ୟାଶ କରିବା ପରେ ୧୨ଟା ୪୫ ମିନିଟରେ ଟୁକୁର୍ଲା ନିକଟରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ। ଉକ୍ତ ସାଧାରଣ ସଭାରେ ଅନେକ ଯୋଜନାର ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ବିତରଣ କରିବେ ଏବଂ ଦିନ ପ୍ରାୟ ୧ଟାରେ ମୁଖ୍ୟମନ୍ତ୍ରୀ ପୁଣି ହେଲିକପ୍ଟର ଯୋଗେ ବରଗଡ ଛାଡିବାର କାର୍ଯ୍ୟକ୍ରମ ରହିଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।Conclusion:

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.