ETV Bharat / state

5ରେ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ; ପ୍ରସ୍ତୁତି ଜୋରଦାର, କରିବେ 20 କିମି ରୋଡ୍ ଶୋ

author img

By

Published : Mar 1, 2023, 7:26 PM IST

cm naveen pattanaik visit bargarh
cm naveen pattanaik visit bargarh

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତକୁ ନେଇ ଜିଲ୍ଲା ବିଜେଡି ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ

cm naveen pattanaik visit bargarh

ବରଗଡ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ବରଗଡ ଜିଲ୍ଲା ବିଜେଡି ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ବୈଠକ। ଆସନ୍ତା ମାର୍ଚ୍ଚ 5 ତାରିଖରେ ବିଜୁ ଜୟନ୍ତୀ ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତକୁ ନେଇ ବିଜେଡି ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏଥିସହ ଆଜି ଏନେଇ ବିଜେଡି ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାୟ ସାଢ଼େ ତିନି ମାସ ମଧ୍ୟରେ ଏହା ତିନି ତିନି ଥର ବରଗଡ଼ ଜିଲ୍ଲାକୁ ଗସ୍ତ ହୋଇଥିବା ବେଳେ ବରଗଡ ସୋହେଲା ହଳଦୀପାଲି ଛକ ଠାରେ ପ୍ରାୟ 9 ଟା 45 ମିନିଟ ସମୟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ହଲଦୀପାଲି ଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାୟ 4 ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ବିଜୁ ଏକ୍ସପ୍ରେସ ୱେ ର ଶୁଭ ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏଥିସହ ସରକାରୀ କାର୍ଯ୍ୟକ୍ରମ ସରିବା ପରେ ଏହି ସ୍ଥାନରୁ ପ୍ରାୟ 20କିଲୋମିଟର ବୀର ମାଟି ଘେସ ପର୍ଯ୍ୟନ୍ତ ରୋଡ଼ ଶୋ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହା ଛଡା ରାସ୍ତାରେ ଯିବା ସମୟରେ ରାସ୍ତାକଡ଼ରେ ଟୁରିଷ୍ଟ ମାନଙ୍କ ପାଇଁ ନିର୍ମିତ ହୋଇଥିବା କୋଠା ସାଙ୍ଗକୁ ସହିଦ କୁଞ୍ଜଳ ସିଂଙ୍କ ନାମରେ ନିର୍ମିତ ଉଦ୍ୟାନର ଶୁଭ ଉଦଘାଟନ କରିବେ । ଏହା ପରେ ଘେସରୁ ହେଲିକପ୍ଟର ଯୋଗେ ନୂଆପଡ଼ା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ବରଗଡ ଜିଲ୍ଲା ବିଜେଡି ଦଳର ତୃଣମୂଳ ସ୍ତରର କର୍ମୀ ଠାରୁ ନେଇ ନେତା , ବିଧାୟକ, ବିଧାୟିକା, ମନ୍ତ୍ରୀ ଓ ପର୍ଯ୍ୟବେକ୍ଷକ ସମସ୍ତେ ଉପସ୍ଥିତ ରହିବେ। ଆସନ୍ତା 5 ତାରିଖରେ ସାଢେ 4କୋଟି ଓଡିଶାବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ବିଜେଡି ଦଳ ପକ୍ଷରୁ କଡା ପ୍ରସ୍ତୁତି ଆରମ୍ଭ କରାଯାଇ ବରଗଡ଼ ସହରରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ତେବେ ଏହି ବୈଠକରେ ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ସୁଧୀର ସାମଲ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ,ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ଭଟଲି ବିଧାୟକ ସୁଶାନ୍ତ ସିଂ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ଚରଣ ନେପାକ ପ୍ରମୂଖ ଯୋଗଦେଇ କର୍ମୀଙ୍କୁ ଉତ୍ସାହିତ କରିବା ସହ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.