ETV Bharat / state

ବରଗଡ ମହିଳା ଆୟୁଷ ଡାକ୍ତରଙ୍କ ପ୍ରଶଂସାରେ ମୁଖ୍ୟମନ୍ତ୍ରୀ, ଜବାବରେ ଧନ୍ୟବାଦ ଜଣାଇଲେ ଲୋଟସ

author img

By

Published : Oct 26, 2020, 8:21 PM IST

ବରଗଡ ମହିଳା ଆୟୁଷ ଡାକ୍ତରଙ୍କ ପ୍ରଶଂସାରେ ମୁଖ୍ୟମନ୍ତ୍ରୀ, ଜବାବରେ ଧନ୍ୟବାଦ ଜଣାଇଲେ ଲୋଟସ
ବରଗଡ ମହିଳା ଆୟୁଷ ଡାକ୍ତରଙ୍କ ପ୍ରଶଂସାରେ ମୁଖ୍ୟମନ୍ତ୍ରୀ, ଜବାବରେ ଧନ୍ୟବାଦ ଜଣାଇଲେ ଲୋଟସ

ବରଗଡର ଆୟୁଷ ଡାକ୍ତର ତଥା ଦାୟିତ୍ବବାନ କୋଭିଡ ଯୋଦ୍ଧା ଡାକ୍ତର ଲୋଟସ ମିଶ୍ର । ଯାହାକୁ ନେଇ ଟ୍ବିଟ ଯୋଗେ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାର ଜବାବରେ ଡାକ୍ତରାଣୀ ଲୋଟସ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

ବରଗଡ: ସାରା ଦେଶ କୋରୋନାକୁ ନେଇ ଭୟଭୀତ ଥିବାବେଳେ ଡାକ୍ତର,ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ କୋଭିଡ ଯୋଦ୍ଧା ନିରନ୍ତର ଲୋକଙ୍କୁ ସେବା ଯୋଗାଇବାରେ ଲାଗିଛନ୍ତି । ଏମିତି ସ୍ଥିତିରେ ସେମାନଙ୍କ ନିସ୍ବାର୍ଥ ତ୍ୟାଗ ବାସ୍ତବରେ ପ୍ରଶଂସନୀୟ । ଆଉ ଏମିତି କିଛି କାମ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଣ୍ଟିଛନ୍ତି ବରଗଡର ଆୟୁଷ ଡାକ୍ତର ତଥା ଦାୟିତ୍ବବାନ କୋଭିଡ ଯୋଦ୍ଧା ଡାକ୍ତର ଲୋଟସ ମିଶ୍ର । ଟ୍ବିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କୋରୋନା ଯୋଦ୍ଧାଙ୍କ ପ୍ରଶଂସା କରିଛନ୍ତି ।

ବରଗଡ଼ କଟାପାଲି ଗ୍ରାମରେ କୋରୋନା ସଂକ୍ରମଣ ଅସମ୍ଭାଳ ହୋଇପଡିଥିବା ବେଳେ ମହାମାରୀ ସମୟରେ କଟାପାଲି ସିଏଚସିରେ କାର୍ଯ୍ୟରତ ଆୟୁଷ ଡାକ୍ତର ଲୋଟସ ମିଶ୍ରଙ୍କ ଜନସେବା କରି ଚାଲିଥିଲେ । ଫଳରେ ସେ ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ । ଏବେ ସେ କୋରୋନା ସହ ଲଢି ଏହି ଯୁଦ୍ଧରେ ବିଜୟୀ ହୋଇଛନ୍ତି । ଆଉ ପୁନଶ୍ଚ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।

ବରଗଡ ମହିଳା ଆୟୁଷ ଡାକ୍ତରଙ୍କ ପ୍ରଶଂସାରେ ମୁଖ୍ୟମନ୍ତ୍ରୀ, ଜବାବରେ ଧନ୍ୟବାଦ ଜଣାଇଲେ ଲୋଟସ

ହଟସ୍ପଟ ଅଞ୍ଚଳରେ ନିଜର ଏକମାତ୍ର ଶିଶୁକୁ ଛାଡି ଜନସେବା କରିବା ବାସ୍ତବରେ ପ୍ରଶଂସନୀୟ କାର୍ଯ୍ୟ । ଆଉ ତାଙ୍କ ସମର୍ପିତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିବା ପରେ ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ଆଜି ସେ ଦାୟିତ୍ୱ ସହ କାର୍ଯ୍ୟ ତୁଳାଇପାରିଛନ୍ତି । ଏଥିସହ କଟାପାଲି ସିଏଚସିର ସମସ୍ତ କର୍ମଚାରୀ ସହଯୋଗରେ ହିଁ ଏହି ସଫଳତା ପାଇପାରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.