ETV Bharat / state

ପ୍ରତିଶୃତି ଭୁଲି ଗଲେ ସରକାର, ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ସତ୍ଯାଗ୍ରହ

author img

By

Published : Feb 12, 2022, 8:04 AM IST

chit fund depositors protest infront of baragarh tahasildar office
ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚର ଧାରଣା

ଚିଟଫଣ୍ଡ କମ୍ପାନୀଙ୍କ ଦ୍ବାରା ଠକାମୀର ଶିକାର ହୋଇ ଆର୍ଥିକ କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନେ ଶୁକ୍ରବାର ବରଗଡ ତହସିଲ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ଜମାକାରୀଙ୍କୁ ଚିହ୍ନଟ କରିବା ସହ ତୁରନ୍ତ ଟଙ୍କା ଫେରସ୍ତ ପାଇଁ ଧାରଣା । ଅଧିକ ପଢନ୍ତୁ

ବରଗଡ: ଚିଟଫଣ୍ଡ କମ୍ପାନୀଙ୍କ ଦ୍ବାରା ଠକାମୀର ଶିକାର ହୋଇ ଆର୍ଥିକ କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନେ ଶୁକ୍ରବାର ବରଗଡ ତହସିଲ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ଜମାକାରୀଙ୍କୁ ଚିହ୍ନଟ କରିବା ସହ ତୁରନ୍ତ ଟଙ୍କା ଫେରସ୍ତ ପାଇଁ ଧାରଣା । ସେହିପରି ବରଗଡ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ 4 ଦଫା ଦାବିପତ୍ର କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ପ୍ରଦାନ କରାଯାଇଛି ।

ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚର ଧାରଣା

ତେବେ ଅର୍ଥ ସଂଗ୍ରହକାରୀ କମ୍ପାନୀ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକାମୀ କରିଥିବା ବେଳେ ସରକାର ଜମାକାରୀଙ୍କୁ ଜମା ଟଙ୍କା ଫେରସ୍ତ ପାଇଁ ପ୍ରତିଶ୍ରୁତି ଦେଇ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କର୍ପସ ପାଣ୍ଠି ଆଦି ଗଠନ କରି ଲୋକଙ୍କ ଟଙ୍କା ଫେରାଇବା ଲାଗି କହିଥିଲେ ।

ମାତ୍ର ସରକାର ନିଜର ପ୍ରତିଶ୍ରୁତି ପାଳନ ରକ୍ଷା କରି ନାହାନ୍ତି । ଶୁକ୍ରବାର ଅସନ୍ତୁଷ୍ଟ ଜମାକାରୀ ଗଣ ସତ୍ୟାଗ୍ରହ କରି ସରକାରଙ୍କୁ ଅନୁରୋଧ କରିବା ସହ ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି । ଜମାକାରୀଙ୍କ ସମସ୍ୟାର ସମାଧାନ ଶୀଘ୍ର କରା ନ ଗଲେ ଆଗାମୀ ଦିନରେ ଜମାକାରୀ କୃଷକ ଆନ୍ଦୋଳନ ଶୈଳୀରେ ବ୍ୟାପକ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ଅନ୍ୟପଟେ କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଆହ୍ବାନ କ୍ରମେ ବରଗଡ ଜିଲ୍ଲାର ସମସ୍ତ12ଟି ତହସିଲ ଆଗରେ ଧାରଣା ଦେଇଥିଲେ । ସେହିପରି ଆଜି ଓଡିଶାର 317ଟି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀମାନେ ଡିଜିଟାଲ ଆନ୍ଦୋଳନ କରିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.