ETV Bharat / state

ବରଗଡ଼ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବାଜିମାତ

author img

By

Published : Mar 13, 2022, 3:16 PM IST

ବରଗଡ଼ ଜିଲ୍ଲାରେ ହୋଇଛି ବିଜେଡିର ମହାବିଜୟ । ଆଉ ବିଜୟ ପରେ ପୁଣି ବ୍ଲକ ଅଧ୍ୟକ୍ଷ ପଦ ନିର୍ବାଚନରେ ମଧ୍ୟ ବିଜେଡି ତାର ସଫଳତାର ସ୍ବାଦ ଚାଖିଛି । ଜିଲ୍ଲାର 12ଟି ଯାକ ବ୍ଲକ ଅଧ୍ୟକ୍ଷ ପଦ ହାସଲ କରିଛି ବିଜେଡି । ଅଧିକ ପଢ଼ନ୍ତୁ

BJD kinBJD wins in Bargarh blockg in Bargarh block chairman seat
BJD wins in Bargarh block

ବରଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବରଗଡ଼ ଜିଲ୍ଲାରେ ହୋଇଛି ବିଜେଡିର ମହାବିଜୟ । ଆଉ ବିଜୟ ପରେ ପୁଣି ବ୍ଲକ ଅଧ୍ୟକ୍ଷ ପଦ ନିର୍ବାଚନରେ ମଧ୍ୟ ବିଜେଡି ତାର ସଫଳତାର ସ୍ବାଦ ଚାଖିଛି । ଜିଲ୍ଲାର 12ଟି ଯାକ ବ୍ଲକ ଅଧ୍ୟକ୍ଷ ପଦ ହାସଲ କରିଛି ବିଜେଡି । ଏପରିକି ଅନେକ ବ୍ଲକରେ ନିର୍ଦ୍ବନ୍ଦରେ ବିଜେଡି ଅଧ୍ୟକ୍ଷ ପଦ ହାସଲ କରିଛି । ଏହାପରେ ବରଗଡ଼ରେ ଶୁଭୁଛି କେବଳ ଶଙ୍ଖର ଧ୍ବନି ।

BJD wins in Bargarh block Chairman election

ବରଗଡ଼ ଜିଲ୍ଲାର 12ଟି ବ୍ଲକରେ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ ବିଜୟୀ ହୋଇଛନ୍ତି । ବରଗଡ଼ରୁ ନଳିନୀ ପାଣ୍ଡେ, ଅମ୍ବାଭୋନାରୁ କିର୍ତ୍ତୀଚନ୍ଦ୍ର ଦୁଆନ, ଭଟଲିରୁ ନିତ୍ୟାନନ୍ଦ ପ୍ରଧାନ, ଅତାବିରାରୁ ଗୀତାଞ୍ଜଳି ନାଏକ, ଭେଡେନରୁ ସୁପ୍ରଭା ମହାଲିଙ୍ଗ, ପାଇକମାଳରୁ ଭାବନା ସିଂହ, ପଦ୍ମପୁରରୁ ରଞ୍ଜିତ ସିଂ ବରିହା, ଝାରବନ୍ଧରୁ ଲିପସା ପ୍ରଧାନ, ଗାଇସିଲଟରୁ ପ୍ରଣୟ ସାହୁ, ସୋହେଲାରୁ ବବି ପ୍ରଧାନ, ବରପାଲିରୁ ରୀନା ରଇତ, ବିଜେପୁରରୁ ମୋଥିଲାଲ ସାହୁ ବିଜେଡି ଅଧ୍ୟକ୍ଷ ପଦ ହାସଲ କରିଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.