ETV Bharat / state

ଭତ୍ତା ପଇସା ଘରେ ପ୍ରଦାନ ଦାବିରେ ଜିଲ୍ଲାପାଳ ଅଫିସ ଘେରିଲେ ହିତାଧିକାରୀ

author img

By

Published : May 3, 2023, 9:36 AM IST

beneficiaries protest
beneficiaries protest

ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ ବରଗଡ ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଭତ୍ତା ହିତାଧିକାରୀ । ଅଧିକ ପଢନ୍ତୁ

beneficiaries protest

ବରଗଡ: ଭତ୍ତା ଟଙ୍କା ଘରେ ପାଇବା ଦାବିରେ ହିତାଧିକାରୀଙ୍କ ଧାରଣା । ବ୍ୟାଙ୍କ ନୁହେଁ ଘରେ ଭତ୍ତା ଟଙ୍କା ପହଞ୍ଚାଇବାକୁ କଲେ । ଗତକାଲି ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ ହିତାଧିକାରୀ ଧାରଣା ଦେଇ ଘରେ ଭତ୍ତା ଟଙ୍କା ପାଇବାକୁ ଦାବି କରିଥିଲେ ।

ହିତାଧିକାରୀଙ୍କ କହିବା ଅନୁସାରେ, ସେମାନଙ୍କୁ ପୂର୍ବରୁ ପ୍ରତିମାସ 15 ତାରିଖ ପଞ୍ଚାୟତ ଅଫିସମାନଙ୍କରେ ଭତ୍ତା ପାଉଥିଲେ । ତେବେ କୌଣସି କାରଣ ବଶତଃ ଭତ୍ତା ନେବାକୁ ପଞ୍ଚାୟତ ଅଫିସକୁ ଯାଇ ନପାରିଲେ ମଧ୍ୟ ପଞ୍ଚାୟତରେ କାମ କରୁଥିବା PAG ମାନେ ଘରକୁ ଭତ୍ତା ଟଙ୍କା ଆଣି ଦେଉଥିଲେ । ଏପରିକି ମହାମାରୀ କୋରୋନା ସମୟରେ ମଧ୍ୟ ଘରକୁ ଘର ଯାଇ ଭତ୍ତା ଟଙ୍କା ପ୍ରଦାନ କରି ଯାଉଥିଲେ । କିନ୍ତୁ ବର୍ତ୍ତମାନ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଭତ୍ତା ଟଙ୍କାକୁ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଥିବା କାରଣରୁ ହିତାଧିକାରୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । 500 ଟଙ୍କା ଭତ୍ତା ପାଇଁ 12 ରୁ 15 କିଲୋମିଟର ଦୂର ଅଟୋ ଦ୍ଵାରା ହିତାଧିକାରୀଙ୍କୁ 200 ଟଙ୍କା ଭଡା କରି ଯିବାକୁ ପଡୁଛି । ଆହୁରି ମଧ୍ୟ କେତେ ଜଣଙ୍କର ଭତ୍ତା 5 ରୁ 6 ମାସ ହେଲା ବ୍ୟାଙ୍କରେ ପଡିନାହିଁ । ସେଥିପାଇଁ ହିତାଧିକାରୀ ବ୍ୟାଙ୍କକୁ ଗଲେ ବ୍ଲକକୁ ଯାଅ ଏବଂ ବ୍ଲକକୁ ଗଲେ ବ୍ୟାଙ୍କକୁ ଯାଅ ବୋଲି ହଇରାଣ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ହିତାଧିକାରୀ ।

ତେବେ ଅନେକ ବୃଦ୍ଧ, ବୃଦ୍ଧା, ବିଧବା ଏବଂ ଦିବ୍ୟାଙ୍ଗ ମାନେ ଭତ୍ତା ହିତାଧିକାରୀ ମାନେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ରାଜ୍ୟ ସରକାର ଦିବ୍ୟାଙ୍ଗ ମାନଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି ସତ ମାତ୍ର ସେହି ଭତ୍ତା ପଇସା ପାଇବାକୁ ଦିବ୍ୟାଙ୍ଗ ମାନେ କେତେ ଯେ ହଟହଟା ହେଉଛନ୍ତି ତାହା ଏସି ଅଫିସ ତଳେ ବସିଥିବା ସରକାରୀ ବାବୁ ମାନେ କିପରି ଜାଣିପାରିବେ ବୋଲି କହିଛନ୍ତି ଦିବ୍ୟାଙ୍ଗ ମାନେ । ନିକଟରେ ନବରଙ୍ଗପୁର ଜିଲ୍ଲାରେ ଜଣେ ବୃଦ୍ଧା ଭତ୍ତା ପଇସା ପାଇବାକୁ ଏକ ଚୌକିର ସହାୟତାରେ ବହୁ କଷ୍ଟରେ ଅନ୍ୟ ଗ୍ରାମକୁ ଯାଇ ଭତ୍ତା ପଇସା ଆଣିଥିଲେ ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହିତ ସରକାରଙ୍କ ନିୟମ ଉପରେ ପ୍ରଶ୍ନ ଉଠାଇଥିଲେ ଲୋକେ ।

ତେବେ ଏହି ଘଟଣାରେ ବରଗଡ ଜିଲ୍ଲା ଭଟଲି ବିଧାୟକ ସୁଶାନ୍ତ ସିଂ ନିଜେ ହସ୍ତକ୍ଷେପ କରି ନବରଙ୍ଗପୁର ଜିଲ୍ଲାର ଏହି ବୃଦ୍ଧାଙ୍କ ଭତ୍ତା ପଇସା ଘରକୁ ପହଞ୍ଚାଇବାର ବ୍ୟବସ୍ଥା କରାଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଭତ୍ତା ପାଉଥିବା ଦିବ୍ୟାଙ୍ଗ ମାନେ ଯିବା ଆସିବା ପାଇଁ ଅକ୍ଷମ, ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ମଧ୍ୟ ବ୍ୟାଙ୍କ ଯିବାକୁ ଅନ୍ୟର ସହାୟତା ଲୋଡା ଏପରି ପରିସ୍ଥିତିରେ ପୂର୍ବରୁ ଯେପରି ଘରକୁ ଭତ୍ତା ପହଞ୍ଚାଇ ଦିଆଯାଉଥିଲା ତାହା ବନ୍ଦ କରିଦିଆଗଲା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ହିତାଧିକାରୀ । ତେବେ ପୂର୍ବପରି ଯେପରି ଘରକୁ ଆଣି ଭତ୍ତା ପ୍ରଦାନ କରାଯାଉଥିଲା ଅନ୍ତତଃ ଦିବ୍ୟାଙ୍ଗ ମାନଙ୍କୁ ସେହିପରି ଘରେ ଭତ୍ତା ପ୍ରଦାନ କରାଯାଉ ବୋଲି ଦାବି କରି ଗତକାଲି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ହିତାଧିକାରୀ ସଂଘ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.