ETV Bharat / state

ବରଗଡରେ ଉଦଘାଟନ ହେଲା ପୋକ୍ସୋ କୋର୍ଟ

author img

By

Published : Feb 29, 2020, 6:38 AM IST

bargarh-pocso-court-innagurated-by-district-judge
ବରଗଡରେ ଉଦଘାଟନ ହେଲା ପୋକସୋ କୋର୍ଟ

ବରଗଡ ଜିଲ୍ଲା ଜର୍ଜଙ୍କ ଦ୍ଵାରା ସିଭିଲ କୋର୍ଟ ପରିସରରେ ପୋକସୋ କୋର୍ଟ ଉଦଘାଟନ ହୋଇଯାଇଛି । ଜିଲ୍ଲାରେ ସମୁଦାୟ ୩୦୦ ରୁ ଅଧିକ ପୋକସୋ ମାମଲା ବିଚାରାଧୀନ ଅବସ୍ଥାରେ ପଡିରହିଛି । ଏହା ଦ୍ବାରା ଆଗାମୀ ଦିନରେ ଯେପରି ପୋକସୋ ମାମଲା ଗୁଡିକର ତ୍ବରିତ ବିଚାର ନିର୍ଦିଷ୍ଟ ସମୟସୀମା ମଧ୍ୟରେ ହୋଇପାରିବ ।

ବରଗଡ: ଆରମ୍ଭ ହେଲା ପୋକ୍ସୋ କୋର୍ଟ । ବରଗଡ ଜିଲ୍ଲା ଜର୍ଜଙ୍କ ଦ୍ଵାରା ସିଭିଲ କୋର୍ଟ ପରିସରରେ ପୋକ୍ସୋ କୋର୍ଟର ଉଦଘାଟନ ହୋଇଯାଇଛି | ଜିଲ୍ଲାରେ ସମୁଦାୟ ୩୦୦ ରୁ ଅଧିକ ପୋକ୍ସୋ ମାମଲା ବିଚାରାଧୀନ ଅବସ୍ଥାରେ ପଡି ରହିଛି ।

ବରଗଡରେ ଉଦଘାଟନ ହେଲା ପୋକସୋ କୋର୍ଟ

ଦିନକୁ ଦିନ ସମାଜରେ ବଢି ଚାଲିଛି ଶିଶୁ ନିର୍ଯ୍ୟାତନା । ଯେଉଁ ଜିଲ୍ଲାରେ ଶିଶୁମାନଙ୍କ ବିରୋଧରେ ହେଉଥିବା ଯୌନ ଅପରାଧ ମାମଲା ୧୦୦ ରୁ ଅଧିକ ରହୁଛି ସେହି ଜିଲ୍ଲା ମାନଙ୍କରେ ପୋକ୍ସୋ କୋର୍ଟ ସ୍ଥାପନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଛି । ତଦନୁସାରେ ବରଗଡର ଜିଲ୍ଲାରେ ୩୦୦ ରୁ ଅଧିକ ମାମଲା ଥିବାରୁ ଏଠାରେ ମଧ୍ୟ ଏହି କୋର୍ଟ କାର୍ଯ୍ୟକ୍ଷମ କରାଯାଇଛି | ଆଗାମୀ ଦିନ ମାନଙ୍କରେ ଯେପରି ପୋକ୍ସୋ ମାମଲା ଗୁଡିକର ବିଚାର ନିର୍ଦିଷ୍ଟ ସମୟସୀମା ମଧ୍ୟରେ କରାଯାଇପାରିବ ତାହା ରହିଛି ଏହି କୋର୍ଟର ମୁଖ୍ୟ ଉଦ୍ଦେଶ୍ୟ । ଏହା ଦ୍ବାରା ମାମଲା ଗୁଡିକର ତୁରନ୍ତ ଫୈସଲା ହେବା ସହ ପୀଡ଼ିତା ଶୀଘ୍ର ନ୍ୟାୟ ପାଇପାରିବେ | ତେବେ ଉକ୍ତ କୋର୍ଟର ପ୍ରଥମ ବିଚାରପତି ଭାବେ ଆଶୁତୋଷ ଦାସ ନିଯୁକ୍ତି ପାଇଛନ୍ତି |

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.