ETV Bharat / state

କୋରୋନା ସଂକ୍ରମିତ ଚିହ୍ନଟ ପରେ ବରଗଡ ଜିଲ୍ଲାପାଳ ଅଫିସ 3 ଦିନ ସଟଡାଉନ

author img

By

Published : Aug 29, 2020, 6:57 AM IST

ସଂକ୍ରମିତ ଚିହ୍ନଟ ପରେ ବରଗଡ ଜିଲ୍ଲାପାଳ ଅଫିସ 3 ଦିନ ସଟଡାଉନ
ସଂକ୍ରମିତ ଚିହ୍ନଟ ପରେ ବରଗଡ ଜିଲ୍ଲାପାଳ ଅଫିସ 3 ଦିନ ସଟଡାଉନ

ବରଗଡ ଜିଲ୍ଲାପାଳଙ୍କ ଅଫିସରେ କୋରୋନା ପଜିଟିଭ୍ ଚିହ୍ନଟ। ଏନେଇ ତିନି ଦିନ ପାଇଁ ସଟଡ଼ାଉନ ହେଲା ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ।

ବରଗଡ: ତିନି ଦିନ ପାଇଁ ସଟଡ଼ାଉନ ହେଲା ବରଗଡ ଜିଲ୍ଲାପାଳ କାର୍ଯ୍ୟାଳୟ । ଅଫିସରେ ଜଣେ ବ୍ୟକ୍ତିଙ୍କର କୋରୋନା ରିପୋର୍ଟ ପଜିଟିଭ ବାହାରିବା ପରେ ସମ୍ପୂର୍ଣ୍ଣ ଜିଲ୍ଲାପାଳ ଅଫିସକୁ 3 ଦିନ ପାଇ ବନ୍ଦ ରଖାଯାଇଛି । ଏନେଇ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଘୋଷଣା କରିଛନ୍ତି।

ଖବର ଥାଉକି, ବରଗଡ ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ଜଣେ କର୍ମଚାରୀ କୋରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ଶୁକ୍ରବାର ଏହା ଜଣାପଡିବା ପରେ ଜିଲ୍ଲାପାଳ ଅଫିସକୁ ୨୮, ୨୯ ଏବଂ ୩୦ ତାରିଖ ତିନିଦିନ ସଟ୍ ଡାଉନ୍ ଘୋଷଣା କରାଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଏହି ସୂଚନା ଦେଇଛନ୍ତି ।

ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାଜନକ ହୋଇ ପଡିଛି । ଫଳରେ ସାମାଜିକ ଦୂରତ୍ୱ ଅବଲମ୍ବନ, ମାସ୍କ ପିନ୍ଧିବା ଏବଂ ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.