ETV Bharat / state

ରାଜ୍ୟରେ ନାରୀ ନିର୍ଯାତନାକୁ ବିରୋଧ, ବରଗଡ ଜିଲ୍ଲା କଂଗ୍ରେସର ଏସପି ଅଫିସ ଆଗରେ ଧାରଣା

author img

By

Published : Dec 22, 2020, 7:47 AM IST

ବରଗଡ ଜିଲ୍ଲା କଂଗ୍ରେସ ଦଳ ଆଜି ଏସପି ଅଫିସ ଆଗରେ ଗଣ ଧାରଣାରେ ବସିଲା
ବରଗଡ ଜିଲ୍ଲା କଂଗ୍ରେସ ଦଳ ଆଜି ଏସପି ଅଫିସ ଆଗରେ ଗଣ ଧାରଣାରେ ବସିଲା

ରାଜ୍ୟରେ ଚାଲିଥିବା ନାରୀ ନିର୍ଯାତନା, ଯୌନନିର୍ଯାତନା, ନାବାଳିକାଙ୍କୁ ଗଣଦୁଷ୍କର୍ମ, ଚୋରି, ଡକାୟତି ଓ ହତ୍ୟା ପରି ଅପରାଧ ବିରୋଧରେ ବରଗଡ କଂଗ୍ରେସର ଗଣଧାରଣା। ଅଧିକ ପଢନ୍ତୁ...

ବରଗଡ: ଆଜି(ସୋମବାର) ବରଗଡ ଏସ.ପି ଅଫିସ ଆଗରେ ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଗଣ ଧାରଣା ଦିଆଯାଇଛି | ବର୍ତ୍ତମାନ ସମୟରେ ରାଜ୍ୟରେ ଚାଲିଥିବା ନାରୀ ନିର୍ଯାତନା, ଯୌନନିର୍ଯାତନା, ନାବାଳିକାଙ୍କୁ ଗଣଦୁଷ୍କର୍ମ, ଚୋରି, ଡକାୟତି ଓ ହତ୍ୟା ପରି ଅପରାଧ ବିରୋଧରେ ରାଜ୍ୟସରକାରଙ୍କ ନୀରବତା ଓ ନିଷ୍କ୍ରିୟତାକୁ ଆଖି ଆଗରେ ରଖି ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଆଜିର ଏହି ଗଣ ଧାରଣା କାର୍ଯ୍ୟକ୍ରମ କରାଯାଇଥିଲା | ସକାଳ 10ଟା ରୁ ଅପରାହ୍ନ 1 ଟା ପର୍ଯ୍ୟନ୍ତ ଏହି ଗଣ ଧାରଣାରେ ଜିଲ୍ଲା କଂଗ୍ରେସ ଦଳର ସମସ୍ତ କର୍ମୀ ମାନେ ଯୋଗ ଦେଇଥିଲେ |

ବରଗଡ ଜିଲ୍ଲା କଂଗ୍ରେସ ଦଳ ଆଜି ଏସପି ଅଫିସ ଆଗରେ ଗଣ ଧାରଣାରେ ବସିଲା

ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ଦଳର ଏହି ଗଣ ଧାରଣାରେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ଏବଂ ବରଗଡ ଜିଲ୍ଲା ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ସେବା ଦଳ, ମହିଳା କଂଗ୍ରେସ ସମେତ ଦଳର ସମସ୍ତ ବରିଷ୍ଠ ନେତୃବର୍ଗ ତଥା କର୍ମୀମାନେ ଏହି ପ୍ରତିବାଦ ସଭାରେ ଉପସ୍ଥିତ ଥିଲେ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.