ETV Bharat / state

ଧନୁଯାତ୍ରାର ଚତୁର୍ଥ ଦିନ: ରାକ୍ଷସଙ୍କ ନିହତ ଖବର ପାଇ ବିବ୍ରତ ହେଲେ କଂସ

author img

By

Published : Jan 4, 2020, 8:27 PM IST

_dhanu yatra
ଚତୁର୍ଥ ଦିନର ଧନୁଯାତ୍ରାରେ ରାକ୍ଷସ ମାନଙ୍କର ନିହତ ଖବର ପାଇ ବିବ୍ରତ ହେଲେ କଂସ

ଧନୁଯାତ୍ରାର ଚତୁର୍ଥ ଦିନରେ ଭଗବାନ ଶ୍ରୀକୃଷ୍ଣ ଓ ବଡ଼ଭାଇ ବଳରାମ ଚନ୍ଦ୍ରକଳା ପରି ନନ୍ଦଉଆସରେ ବଢ଼ିବାକୁ ଲାଗିଥିବା ବେଳେ ଗୋଟିଏ ପରେ ଗୋଟିଏ ଲୀଳା କରୁଛନ୍ତି। ଏପଟେ ରାକ୍ଷସଙ୍କ ନିହତ ଖବର ପାଇ ବିବ୍ରତ ହେଲେ ମହାରାଜ କଂସ। ଅଧିକ ଖବର ପଢନ୍ତୁ...

ବରଗଡ: ବିଶ୍ବର ସର୍ବବୃହତ ଖୋଲା ରଙ୍ଗମଞ୍ଚର ଚତୁର୍ଥ ଦିନରେ ମହାରାଜ କଂସଙ୍କ ଦ୍ବାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀଙ୍କୁ ବଳରାମଙ୍କ ହାତରେ ନିଧନ ହୋଇଥିବା ବେଳେ ଗୋପୁରରେ ଜାରି ରହିଛି ଉତ୍ସବର ମାହୋଲ। ଏପଟେ ମହାରାଜ କଂସ ଷଡ଼ମଲ୍ଲଙ୍କ ନିଧନରେ ମର୍ମାହତ ହୋଇ ଗୋପପୁରକୁ କୃଷ୍ଣ ଓ ବଳରାମଙ୍କ ନିଧନ କରିବାକୁ କାଳୀୟ ନାଗକୁ ପଠାଇଛନ୍ତି ।

ଧନୁଯାତ୍ରାର ଚତୁର୍ଥ ଦିନରେ ଭଗବାନ ଶ୍ରୀକୃଷ୍ଣ ଓ ବଡ଼ଭାଇ ବଳରାମ ଚନ୍ଦ୍ରକଳା ପରି ନନ୍ଦଉଆସରେ ବଢ଼ିବାକୁ ଲାଗିଥିବା ବେଳେ ଗୋଟିଏ ପରେ ଗୋଟିଏ ଲୀଳା କରିଛନ୍ତି। କେତେବେଳେ ଗୋପାଳ ବାଳକଙ୍କ ସହ ଖେଳିବାରେ ବ୍ୟସ୍ତ ତ ଆଉ କେତେବେଳେ ଲୁଚି ଲୁଚି ମାଟି ଖାଇବାରେ ବ୍ୟସ୍ତ।

ଏମିତି ଦିନେ ଭଗବାନ ଶ୍ରୀ କୃଷ୍ଣ ମାଟି ଖାଉଥିବା ବେଳେ ମାଁ ଯଶୋଦାଙ୍କ ହାତରେ ଧରାପଡ଼ିଛନ୍ତି। ମା' ତାଙ୍କୁ ପାଟି ଖୋଲିବା ପାଇଁ କହିବାରୁ ନିଜ ପାଟିରେ ମାଁ ଯଶୋଦାଙ୍କୁ ବିଶ୍ବରୂପ ଦର୍ଶନ କରାଇଛନ୍ତି। ଏପଟେ କଂସଙ୍କ ଦ୍ବାରା ପ୍ରେରିତ ପୁତନା, ବକା, ସକଟା, ତୃଣା ଓ ଧେନୁକା କପଟରେ କୃଷ୍ଣ ଓ ବଳରାମକୁ ମାରିବାକୁ ଆସି ସମସ୍ତେ ନିହତ ହୋଇଛନ୍ତି। ଏଥିପାଇଁ ସାରା ଗୋପପୁର ଉତ୍ସବ ମୁଖରିତ ହୋଇଥିବା ବେଳେ ଘରେ ଘରେ କୃଷ୍ଣ ଓ ବଳରାମଙ୍କ ପାଦ ଧୋଇ ପୂଜା କରାଯାଇଛି। ଯାହାକୁ ଦେଖି ଦର୍ଶକ ମଧ୍ୟ ଆତ୍ମବିଭୋର ହୋଇପଡ଼ିଛନ୍ତି।

ଚତୁର୍ଥ ଦିନର ଧନୁଯାତ୍ରାରେ ରାକ୍ଷସ ମାନଙ୍କର ନିହତ ଖବର ପାଇ ବିବ୍ରତ ହେଲେ କଂସ


ଏପେଟ ମହାରାଜ କଂସ ସୈନ୍ୟ ସାମନ୍ତଙ୍କ ସହ ଦିଗବିଜୟରେ ବାହାରି ଥିବା ବେଳେ ବାଣା ସୁରକୁ ପରାସ୍ତ କରି ତାଙ୍କ ସହ ବନ୍ଧୁତା ସ୍ଥାପନ କରିଛନ୍ତି । ଏପରିକି ଖୁସୀ ମୁହୂର୍ତ୍ତରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ନୃତ୍ୟ ଗୀତକୁ ଉପଭୋଗ କରିଛନ୍ତି ମହାରାଜ କଂସଙ୍କ ସହ ମଥୁରାବାସୀ । ଠିକ୍ ଏତିକି ବେଳେ ଗୋପପୁରରୁ ଖବର ଆସିଛି ଯେ କୃଷ୍ଣ ଓ ବଳରାମଙ୍କ ହାତରେ ଷଡ଼ମଲ୍ଲ ସହ ପୁତନା ରାକ୍ଷସୀର ମୃତ୍ୟୁ ହୋଇଛି। ଯେଉଁଥିରେ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଛନ୍ତି ମହାରାଜ କଂସ।

କୃଷ୍ଣଙ୍କୁ ମାରିବା ପାଇଁ ପାତ୍ର ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଚିଟାଉ ପଠାଇଛନ୍ତି। ଗୋପପୁରକୁ ରାଣୀ ପଦ୍ମାବତୀ କରିବେ ଧନ୍ବନ୍ତରୀ ଓଷା ଏଥିପାଇଁ ଶତଭାର ପଦ୍ମ ଆବଶ୍ୟକ। କାଳିନ୍ଦି ହ୍ରଦକୁ ପଦ୍ମତୋଳି ଗଲାବେଳେ କାଳୀୟନାଗ ଦଂଶିବ କୃଷ୍ଣ ଓ ବଳରାମଙ୍କୁ। ଏହି ଖୁସୀରେ ଆତ୍ମହରା ହୋଇପଡ଼ିଛନ୍ତି ମହାରାଜ କଂସ।

ଧନୁଯାତ୍ରାର ଚତୁର୍ଥ ଦିନରେ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋନ କରାଯାଇଥିଲା। ଧନୁଯାତ୍ରାର ପଞ୍ଚମ ଦିନରେ କୃଷ୍ଣ ଓ ବଳରାମଙ୍କ ଗୋ ଚାରଣ, ଗୋ ଉପାସନା ସହ ଦଧିଚୋରୀ, ଯାମଳାର୍ଜୁନ ଓ କାଳୀୟ ଦଳନ ଦୃଶ୍ୟ ପରିବେଷଣ ହେବ।

ବରଗଡରୁ ରାଜେସ ସରାପ,ଇଟିଭି ଭାରତ

Intro:ବିଶ୍ୱର ସର୍ବ ବୃହତ ଖୋଲା ରଂଗମଂଚ ର ଚତୁର୍ଥ ଦିନରେ ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ ମାନଙ୍କୁ ବଳରାମଙ୍କ ହାତରେ ନିଧନ ହୋଇଥିବା ବେଳେ ଗୋପୁରରେ ଦେଖାଦେଇଛି ଉତ୍ସବର ମାହୋଲ । ଏପଟେ ମହାରାଜ କଂସ ଷଡ଼ମଲ୍ଲ ଙ୍କ ନିଧନରେ ମର୍ମାହତ ହୋଇ କାଳୀୟ ନାଗକୁ ପଠାଇଛନ୍ତି ଗୋପପୁରକୁ କୃଷ୍ଣ ଓ ବଳରାମଙ୍କୁ ମାରିବା ପାଇଁ । ।
Body:ଧନୁଯାତ୍ରାର ଚତୁର୍ଥ ଦିନରେ ଭଗବାନ ଶ୍ରୀକୃଷ୍ଣ ଓ ବଡ଼ଭାଇ ବଳରାମ ଚନ୍ଦ୍ରକଳା ପରି ନନ୍ଦଉଆସରେ ବଢ଼ିବାକୁ ଲାଗିଥିବା ବେଳେ ଗୋଟିଏ ପରେ ଗୋଟିଏ ଲିଳା କରିଛନ୍ତି । କେତେବେଳେ ଗୋପାଳ ବାଳକ ଙ୍କ ସହ ଖେଳିବାରେ ବ୍ୟସ୍ତ ତ ଆଉ କେତେବେଳେ ଲୁଚି ଲୁଚି ମାଟି ଖାଇବାରେ ବ୍ୟସ୍ତ । ତେବେ ଏମିତି ଦିନେ ଭଗବାନ ଶ୍ରୀ କୃଷ୍ଣ ମାଟି ଖାଉଥିବା ବେଳେ ମାଁ ଯଶୋଦାଙ୍କ ହାତରେ ଧରାପଡ଼ିଛନ୍ତି । ମାଁ ତାଙ୍କୁ ପାଟି ଖୋଲିବା ପାଇଁ କହିବାରୁ ନିଜ ପାଟିରେ ମାଁ ଯଶୋଦା ଙ୍କୁ ବିଶ୍ୱରୂପ ଦର୍ଶନ କରାଇଛନ୍ତି । ଏପଟେ କଂସଙ୍କ ପ୍ରେରିତ ପୁତନା, ବକା, ସକଟା, ତୃଣା ଓ ଧେନୁକା କପଟରେ କୃଷ୍ଣ ଓ ବଳରାମ କୁ ମାରିବାକୁ ଆସି ଗୋଟି ଗୋଟି କରି ନିହତ ହୋଇଛନ୍ତି କୃଷ୍ଣ ଓ ବଳରାମଙ୍କ ହାତରେ । ଏଥିପାଇଁ ସାରା ଗୋପପୁର ଉତ୍ସବ ମୁଖରିତ ହୋଇଥିବା ବେଳେ ଘରେ ଘରେ କୃଷ୍ଣ ଓ ବଳରାମଙ୍କ ପାଦଧୋଇ ପୂଜା କରାଯାଇଛି । ଯାହାକୁ ଦେଖି ଦର୍ଶକ ମଧ୍ୟ ଆତ୍ମବିଭୋର ହୋଇପଡ଼ିଛନ୍ତି ।
ଏପେଟ ମହାରାଜ କଂସ ସୈନ୍ୟ ସାମନ୍ତ ଙ୍କ ସହ ଦିଗବିଜୟରେ ବାହାରି ଥିବା ବେଳେ ବାଣା ସୁର କୁ ପରାସ୍ତ କରି ତାଙ୍କ ସହ ବନ୍ଧୁତା ସ୍ଥାପନ କରିଛନ୍ତି ଏବଂ ଏପରି ,କ ଖୁସୀ ମୁହୂର୍ତ୍ତରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ନୃତ୍ୟ ଗୀତକୁ ଉପଭୋଗ କରଛନ୍ତି ମହାରାଜ କଂସ ଙ୍କସହ ମଥୁରାବାସୀ । ଠିକ୍ ଏତିକି ବେଳେ ଗୋପପୁରରୁ ଖବର ଆସିଛି ଯେ କୃଷ୍ଣ ଓ ବଳରାମଙ୍କ ହାତରେ ଷଡ଼ମଲ୍ଲ ସହ ପୁତନା ରାକ୍ଷସୀର ମୃତ୍ୟୁ ହୋଇଛି
ଅତ୍ୟନ୍ତ ମର୍ମାହତ ହୋଇପଡ଼ିଛନ୍ତି ମହାରାଜ କଂସ । କୃଷ୍ଣଙ୍କୁ ମାରିବା ପାଇଁ ପାତ୍ର ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଚିଟାଉ ପଠାଇଛନ୍ତି ଗୋପପୁର କୁ ରାଣୀ ପଦ୍ମବତୀ କରିବେ ଧନ୍ୱନ୍ତରୀ ଓଷା ଏଥିପାଇଁ ଶତଭାର ପଦ୍ମ ଆବଶ୍ୟକ । କାଳିନ୍ଦି ହ୍ରଦକୁ ପଦ୍ମତୋଳି ଗଲାବେଳେ କାଳୀୟନାଗ ଦଂଶିବ କୃଷ୍ଣ ଓ ବଳରାମଙ୍କୁ । ଏହି ଖୁସୀରେ ଆତ୍ମହରା ହୋଇପଡ଼ିଛନ୍ତି ମହାରାଜ କଂସ । ତେବେ ଧନୁଯାତ୍ରାର ଚତୁର୍ଥ ଦିନରେ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋନ କରାଯାଇଥିଲା ।
ତେବେ ଧନୁଯାତ୍ରାର ପଂଚମ ଦିନରେ କୃଷ୍ଣ ଓ ବଳରାମ ଙ୍କ ଗୋ ଚାରଣ , ଗୋ ଉପାସନା ସହ ଦଧିଚୋରୀ, ଯାମଲାର୍ଜ୍ଜୁନ ଓ କାଳୀୟ ଦଳନଦୃଶ୍ୟ ପରିବେଷଣ ହେବ । ..
ବାଇଟ ୧ - କଂସ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.