ETV Bharat / state

ମାସ୍କ ଦୁର୍ନୀତି ଅଭିଯୋଗରେ ଜିଲ୍ଲାପାଳଙ୍କ ଅଫିସ ଘେରିଲା ବରଗଡ କଂଗ୍ରେସ

author img

By

Published : Jun 11, 2020, 8:26 PM IST

ମାସ୍କ ଦୁର୍ନୀତି ଅଭିଯୋଗରେ ଜିଲ୍ଲାପାଳଙ୍କ ଅଫିସ ଘେରିଲା ବରଗଡ କଂଗ୍ରେସ
ମାସ୍କ ଦୁର୍ନୀତି ଅଭିଯୋଗରେ ଜିଲ୍ଲାପାଳଙ୍କ ଅଫିସ ଘେରିଲା ବରଗଡ କଂଗ୍ରେସ

କୋରୋନା ମହାମାରୀ ସମୟରେ ମାସ୍କ କିଣାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ବରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟଲୟରେ ଆନ୍ଦୋଳନ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ବରଗଡ: ମହାମାରୀ କୋରୋନାକୁ ନେଇ ଲେକଙ୍କ ମନରେ ଆତଙ୍କ । କୋରୋନା ଯୁଦ୍ଧରେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଲୋକେ କୋଟି କୋଟି ଟଙ୍କା ଦାନ କରିଛନ୍ତି । ମାତ୍ର ରାଜ୍ୟ ସରକାର କୋରୋନା ମୁକାବିଲା ପାଇଁ ବିଭିନ୍ନ ସରଞ୍ଜାମ କିଣିବା ଆଲରେ ଏହି ଅର୍ଥ ସବୁର ମହାଦୁର୍ନୀତି କରିଥିବା ଅଭିଯୋଗ କରିଛି କଂଗ୍ରେସ ଦଳ । ତେବେ ବରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟଲୟରେ ଆନ୍ଦୋଳନ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ମାସ୍କ ଦୁର୍ନୀତି ଅଭିଯୋଗରେ ଜିଲ୍ଲାପାଳଙ୍କ ଅଫିସ ଘେରିଲା ବରଗଡ କଂଗ୍ରେସ

କୋରୋନା ମହାମାରୀ ସମୟରେ ମାସ୍କ କିଣାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଏହି ଦୁର୍ନୀତିର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଦଳ । ମାସ୍କ ଏବଂ କୋଭିଡ ମେସିନ କିଣାବିକାରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଜଣେ ବିଚାରପତିଙ୍କ ଦ୍ବାରା ଏହାର ତଦନ୍ତ କରାଯାଉ ବୋଲି କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଛି ।

କଂଗ୍ରେସ ପକ୍ଷରୁ ହୋଇଥିବା ଏହି ଆନ୍ଦୋଳନରେ ନିପନ କୁମାର ଦାଶ, ପ୍ରଦୀପ ଦେବତା, ନିହାର ରଞ୍ଜନ ମହାନନ୍ଦ, ଦିଲୀପ ପଣ୍ଡା, ପ୍ରତାପ ନାୟକ ଓ ଯୁଗଳ ପ୍ରସାଦ ସିଂହଙ୍କ ସମେତ ବରଗଡ ଜିଲ୍ଲାର ବହୁ କଂଗ୍ରେସ ନେତା ସାମିଲ ହେବା ସହ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.