ETV Bharat / state

ବୀମା ଥାଇ ଫସଲ ବୀମାରାଶି ଦେଉନି କମ୍ପାନୀ, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ

author img

By

Published : Dec 15, 2021, 8:52 PM IST

ବୀମା ଥାଇ ଫସଲ ବୀମାରାଶି ଦେଉନି କମ୍ପାନୀ, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ
ବୀମା ଥାଇ ଫସଲ ବୀମାରାଶି ଦେଉନି କମ୍ପାନୀ, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ

ଫସଲ ବୀମା ରାଶି ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ପଦ୍ମପୁର ଅଞ୍ଚଳର ଶତାଧିକ ଚାଷୀ । ଅଧିକ ପଢ଼ନ୍ତୁ

ବରଗଡ଼: ଫସଲ ବୀମା ରାଶି ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ପଦ୍ମପୁର ଅଞ୍ଚଳର ଶତାଧିକ ଚାଷୀ । ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଚଳିତବର୍ଷ ମରୁଡ଼ି ଭଳି ପରିସ୍ଥିତି ଉପୁଜିଛି । ଫସଲ କ୍ଷୟକ୍ଷତିରୁ ରକ୍ଷା ପାଇଁ ଚାଷୀମାନେ ବୀମାରାଶି ଦେଇଥିଲେ । ହେଲେ ବୀମା କମ୍ପାନୀ ଚାଷୀଙ୍କୁ ଫସଲବୀମାରୁ ବଞ୍ଚିତ କରିଥିବା ଅଭିଯୋଗ ଆଣିଛନ୍ତି ଚାଷୀ ।

ବୀମା ଥାଇ ଫସଲ ବୀମାରାଶି ଦେଉନି କମ୍ପାନୀ, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ
ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଚଳିତ ଖରିଫ ଋତୁ ଚାଷରେ ବହୁ ଚାଷୀ ମରୁଡ଼ି ପରିସ୍ଥିତିର ଶିକାର ହୋଇଛନ୍ତି ମାତ୍ର ଏଭଳି ସ୍ଥିତିରେ ବୀମା କମ୍ପାନୀ ଚାଷୀଙ୍କୁ ବୀମା ସହାୟତାରୁ ବଞ୍ଚିତ କରିବା ପାଇଁ ନାନା ଆଳ ଦେଖାଇବା ଆରମ୍ଭ କରି ଦେଇଛି । ବୀମା କମ୍ପାନୀ ବେଆଇନ ଭାବେ ଚାଷୀଙ୍କ ବୀମା ଆବେଦନ ଖାରଜ କରିଛି ।

ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ପଦ୍ମପୁର ରାଜବୋଡାସମ୍ବର କୃଷକ ସଂଗଠନ ନେତୃତ୍ୱରେ ଶତାଧିକ ଚାଷୀ ବାଇକ୍‌ ରାଲିରେ କରିଥିଲେ । ଏହାପରେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାଷୀଙ୍କ ଏହି ଆନ୍ଦୋଳନକୁ ସମ୍ବିଧାନ ସୁରକ୍ଷା ମଞ୍ଚ ଓ କୋଶଳ ସେନା ସମେତ ବିଭିନ୍ନ ସଂଗଠନ ସମର୍ଥନ ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାଫ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.