ETV Bharat / state

ବରଗଡରେ IPL ବେଟିଂ, ୫ ଅଭିଯୁକ୍ତ ଗିରଫ

author img

By

Published : May 31, 2022, 7:19 AM IST

ବରଗଡରେ IPL ବେଟିଂ, ୫ ଅଭିଯୁକ୍ତ ଗିରଫ
ବରଗଡରେ IPL ବେଟିଂ, ୫ ଅଭିଯୁକ୍ତ ଗିରଫ

ଆଇପିଏଲ(IPL) ମ୍ୟାଚକୁ ନେଇ ବେଟିଂ । ବରଗଡ଼ରେ କାରବାର ଚାଲିଥିବା ଘଟଣାର ପର୍ଦ୍ଦାଫାଶ କଲା ବରଗଡ଼ ପୋଲିସ । ଅଧିକ ପଢନ୍ତୁ

ବରଗଡ: ଆଇପିଏଲ(IPL) ବେଟିଂର ଚେର ବରଗଡକୁ ଲମ୍ବିଛି । ବେଟିଂ ଘଟଣାର ପର୍ଦ୍ଦାଫାଶ କଲା ବରଗଡ଼ ପୋଲିସ । ଏନେଇ ଏସପିଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବେଟିଂରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଲକ୍ଷାଧିକ ଟଙ୍କା ଜବତ କରିଛି । ସମସ୍ତ ଗିରଫ ଅଭିଯୁକ୍ତ ହେଉଛନ୍ତି, ବରଗଡ଼ର ବିକି ମିତ୍ତଲ, ପ୍ରକାଶ ଅଗ୍ରୱାଲ, ଅର୍ଜୁନ ସେନାପତି, ବିମଳକାନ୍ତ ନାଗ ଏବଂ ଦିଲୀପ ଦାଶ ।

ବରଗଡରେ IPL ବେଟିଂ, ୫ ଅଭିଯୁକ୍ତ ଗିରଫ

ପୋଲିସ ସେମାନଙ୍କଠାରୁ ନଗଦ ୬ ଲକ୍ଷ ୧୪ ହଜାର ଟଙ୍କା, ଲାପଟପ, ଏଲ୍‌ସିଡି ଟିଭି, ମୋବାଇଲ ଫୋନ, ତାସ ଆଦି ଜବତ କରିଛି । ଗତ ୨୭ ତାରିଖରେ ରାଜସ୍ଥାନ ଏବଂ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ବରଗଡ଼ ସହର ଉପକଣ୍ଠ ଅମ୍ବାପାଲିସ୍ଥିତ ଏକ ନିର୍ମାଣାଧୀନ ଘରେ ଅଭିଯୁକ୍ତମାନେ ବେଟିଂ ଚଲାଇଥିଲେ । ଖବର ପାଇ ପୋଲିସର ଏକ ଟିମ୍‌ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିବା ବରଗଡ଼ ଏସ୍‌ପି ପରମାର୍‌ ସ୍ମିତ୍‌ ପୁରୁଷୋତ୍ତମ ଦାଶ ସୋମବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲା ରୂଜୁ ହୋଇଥିବା ବେଳେ ସମସ୍ତ ଅଭୁଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.