ETV Bharat / state

ଟୋକନ ବ୍ୟବସ୍ଥାକୁ ବିରୋଧ, ପଶ୍ଚିମ ଓଡିଶାରେ ତାତିଲେ ଚାଷୀ

author img

By

Published : Nov 21, 2019, 10:59 AM IST

Updated : Nov 21, 2019, 5:34 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବରଗଡ

ପଶ୍ଚିମ ଓଡିଶାରେ ତେଜୁଛି ଟୋକନ ବ୍ୟବସ୍ଥା ବିରୋଧୀ ଚାଷୀ ଆନ୍ଦୋଳନ । ଗତ ସୋମବାରରୁ ଚାଷୀମାନେ ବରଗଡ଼, ଅତାବିରା, ଭେଡେନ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରି ଦେଇଥିବା ବେଳେ ଗୁରୁବାର ରାସ୍ତା ଉପରେ ହଜାର ହଜାର ବସ୍ତା ଧାନ ଗଦା କରି ବରଗଡ଼ ସମ୍ବଲପୁର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ।

ବରଗଡ: ପଶ୍ଚିମ ଓଡିଶାରେ ତେଜୁଛି ଟୋକନ ବ୍ୟବସ୍ଥା ବିରୋଧୀ ଚାଷୀ ଆନ୍ଦୋଳନ । ଗତ ସୋମବାରରୁ ଚାଷୀମାନେ ବରଗଡ଼, ଅତାବିରା, ଭେଡେନ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରି ଦେଇଥିବା ବେଳେ ଗୁରୁବାର ରାସ୍ତା ଉପରେ ହଜାର ହଜାର ବସ୍ତା ଧାନ ଗଦା କରି ବରଗଡ଼ ସମ୍ବଲପୁର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଯାହାର ବିରୋଧ କରି ବରଗଡ଼ ଜିଲ୍ଲାରେ ଚାଷୀ ଆନ୍ଦୋଳନ ଉଗ୍ର ରୁପ ଧାରଣ କରିଛି ।


ଗୋଡଭଗା ସମଲେଶ୍ବରୀ ମନ୍ଦିର ସମ୍ମୁଖ ରାଜପଥରେ ଚାଷୀମାନେ ଧାନ ଗଦା କରି ଟୋକନ ବ୍ୟବସ୍ଥାର ପ୍ରତିବାଦ କରିବା ସହ ଏହି ବ୍ୟବସ୍ଥାକୁ ଉଠାଇବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ରାସ୍ତାରେ ଧାନ ଗଦା ହୋଇଥିବାରୁ ରାଜପଥ ଅବରୋଧ ହୋଇଛି । ଫଳରେ ରାଜପଥର ଉଭୟ ପାଶ୍ବରେ ଯାନବାହାନ ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ତେବେ ସ୍କୁଲ ବସ୍‌ ଏବଂ ଆମ୍ବୁଲାନ୍ସକୁ ଛାଡ଼ିଦେଇ ସମସ୍ତ ଯାନବାହାନ ଯିବା ଆସିବା ବନ୍ଦ ରହିଛି । ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଚାଷୀଙ୍କ ସହିତ ଉପଜିଲ୍ଲାପାଳଙ୍କ ଆଲୋଚନା ସତ୍ତ୍ଵେ ଚାଷୀ ନିଜ ଦାବିରେ ଅଟଳ ଅଛନ୍ତି । ଯେପର୍ଯ୍ୟନ୍ତ ସରକାର ଏହି ଟୋକନ ସିଷ୍ଟମକୁ ଉଚ୍ଛେଦ ନ କରିଛନ୍ତି ଆନ୍ଦୋଳନରୁ ଚାଷୀ ଓହରିବେ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତିରେ ଜିଲ୍ଲାପ୍ରଶାସନ ଦଖଲ ଦେଇପାରିବେ ନାହିଁ ବୋଲି ଜଣାଇ ଦେଇଛନ୍ତି । ତେବେ ସରକାର ଯାହା ନିଷ୍ପତ୍ତି ନେବେ ସେ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଉଭୟ ଚାଷୀ ଓ ପ୍ରଶାସନ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରଖିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:
ବରଗଡ ଜିଲ୍ଲା ଅତାବିରା ବ୍ଲକରେ ଆଜି ଚାଷୀ ରାସ୍ତା ରୋକ ଆନ୍ଦୋଳନକୁ ଓହଳାଇଛନ୍ତି | ହଜାର ହଜାର ବସ୍ତା ଧାନ ବସ୍ତା ରାସ୍ତା ଉପରେ ଜମା କରି ଯାନବାହାନ ଯିବା ଆସିବା ଠପ କରିଦେଇଛନ୍ତି |
Body:ବରଗଡ ଜିଲ୍ଲାରେ ଟୋକାନ ବ୍ୟବସ୍ଥାକୁ ବିରୋଧ କରି ଅତାବିରା ବ୍ଲକର ଚାଷୀଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି | ପ୍ରଥମ ଦିନ କେବଳ ସରକାରୀ ଅଫିସ ଗୁଡିକୁ ବନ୍ଦ କରାଯାଇଥିଲା ଏବଂ ଗତକାଲି ଅତାବିରା ବ୍ଲକର ସମସ୍ତ ଦୋକାନ ବଜାର ସହିତ ସରକାରୀ ଅଫିସ ଗୁଡିକ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା | ତେବେ ଆଜି କୃଶକ ସଂଗଠନ ପକ୍ଷରୁ ପୁଣି ଆନ୍ଦୋଳନକୁ ତୀବ୍ର କରାଯାଇଛି | ଚାଷୀ ମାନେ ରାଜାରାସ୍ତାରେ ହଜାର ହଜାର ଧାନ ବସ୍ତା ପକାଇ ଆନ୍ଦୋଳନ ଊ ଓହଲ୍ଲାଇଛନ୍ତି | ଫଳରେ ବରଗଡ ସମ୍ବଲପୁର କୁ ସଂଯୋଗ କରୁଥିବା ରାଜରାସ୍ତା ସମ୍ପୂର୍ଣ ଅଚଳ ହୋଇପଡିଛି | ରାଜରାସ୍ତାରେ ଶହ ଶହ ଯାନବାହାନ ଅଟକିରହିଛି | ଟୋକାନ ବ୍ୟବସ୍ଥାକୁ ନେଇ ସରକାର ମଧ୍ୟ ଜିଦରେ ଅତଳ ରହିଥିବା ବେଳେ ଚାଷୀ ମାନେ ମଧ୍ୟ ଏହାକୁ ବିରୋଧ କରି ଆନ୍ଦୋଳନକୁ ତୀବ୍ର କରୁଛନ୍ତି ତେବେ ଆଜି ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ରହିଛି |Conclusion:
Last Updated :Nov 21, 2019, 5:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.