ETV Bharat / state

କଳାକାରଙ୍କ ସଙ୍ଗମସ୍ଥଳ ପାଲଟିଛି ବରଗଡ ଧନୁଯାତ୍ରା

author img

By

Published : Jan 11, 2020, 12:17 PM IST

Baragarh Dhanuyatra has become the Mahasangam of all artists
କଳାକାରଙ୍କ ସଙ୍ଗମସ୍ଥଳ ବରଗଡ ଧନୁଯାତ୍ରା

ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା। ଏହି ଯାତ୍ରା କଳା ଓ ସଂସ୍କୃତିର ବାର୍ତ୍ତା ବହନ କରିଥାଏ। ମୁକ୍ତାକାଶ ଏହି ରଙ୍ଗମଞ୍ଚ ବିଭିନ୍ନ ରାଜ୍ୟର କଳାକାରଙ୍କ ନିଖୁଣ କଳାକୃତିରେ ଶୋଭାବର୍ଦ୍ଧନ କରିବା ସହ ଦେଶ ବିଦେଶର କଳାକାରଙ୍କ ପାଲଟିଛି ମହାମିଳନସ୍ଥଳ। ଅଧିକ ପଢନ୍ତୁ...


ବରଗଡ: ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା। ବିଶ୍ବପ୍ରସିଦ୍ଧ ଏହି ଯାତ୍ରା କଳା ଓ ସଂସ୍କୃତିର ବାର୍ତ୍ତା ବହନ କରିଥାଏ। ମୁକ୍ତାକାଶ ଏହି ରଙ୍ଗମଞ୍ଚ ବିଭିନ୍ନ ରାଜ୍ୟର କଳାକାରଙ୍କ ନିଖୁଣ କଳାକୃତିରେ ଶୋଭାବର୍ଦ୍ଧନ କରିବା ସହ ଦେଶ ବିଦେଶର କଳାକାରଙ୍କ ଏହା ହେଉଛି ମହାମିଳନସ୍ଥଳ। କେବଳ ଏତିକି ନୁହେଁ ଦୀର୍ଘ 11 ଦିନ ଧରି ନୃତ୍ୟଗୀତରେ ଦୁଲୁକି ଉଠେ ତ୍ରିପୁରା ବିଜୟୀ ମଥୁରା ନଗରୀ ମହାରାଜ କଂସଙ୍କ ରାଜ ଦରବାର।

କଳାକାରଙ୍କ ସଙ୍ଗମସ୍ଥଳ ପାଲଟିଛି ବରଗଡ ଧନୁଯାତ୍ରା

ଧନୁଯାତ୍ରାକୁ ବିଶ୍ଵପ୍ରସିଦ୍ଧ କରିବାରେ ଏହାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରାଜ୍ୟ ତଥା ଦେଶ ବାହାରୁ ଅନେକ ନୃତ୍ୟ ଦଳ ନିଜର କଳା ପରିବେଷଣ କରିବା ପାଇଁ ଏହି ମଞ୍ଚକୁ ଆସିବା ସହ ନିଜ ଅଞ୍ଚଳର କଳା ଓ ସଂସ୍କୃତିକୁ ବିଶ୍ଵ ଦରବାରରେ ପହଞ୍ଚାଇବାକୁ ଚେଷ୍ଟା କରିଥାନ୍ତି। ଚଳିତ ବର୍ଷ ହିମାଚଳ ପ୍ରଦେଶ, କେରଳ, ଜମ୍ମୁ-କାଶ୍ମୀର, ନାଗାଲ୍ୟାଣ୍ଡ ଓ ଆସାମ ଭଳି ଅନେକ ରାଜ୍ୟର କଳାକାରଙ୍କ ସୁଅ ଛୁଟିଛି କଂସ ଦରବାରକୁ। ମଞ୍ଚସ୍ଥ କଲାକାର ମହାରାଜା ଓ ମଥୁରାବାସୀଙ୍କ ସମ୍ମଖରେ ନୃତ୍ୟଗୀତ ପରିବେଷଣ କରି ନିଜକୁ ବେଶ ଗର୍ବିତ ମନେ କରିଛନ୍ତି।

ଚଳିତ ବର୍ଷ 130ରୁ ଊର୍ଦ୍ଧ୍ବ ସାଂସ୍କୃତିକ ଦଳ ଏଥିରେ ଭାଗ ନେଇ ଦୀର୍ଘ 11 ଦିନ ଧରି ନିଜର ନୃତ୍ୟଗୀତର ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଶ୍ଵର ସର୍ବ ବୃହତ ଖୋଲା ରଙ୍ଗମଞ୍ଚ ବରଗଡ ର ଧନୁଯାତ୍ରା କଲାକାର ମାନଙ୍କ ପାଇଁ ଏକ ମହାସମୁଦ୍ର ତଥା ଦେଶ ବିଦେଶର କଲାକାର ମାନଙ୍କର ଏକ ମହାମିଲନ ସ୍ଥଲ | ଧନୁଯାତ୍ରା କୁ ବିଶ୍ଵପ୍ରସିଦ୍ଧ କରିବାୄର ଏହାର ସଂସ୍କୃତିକ କାର୍ଯ୍ୟକ୍ରମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ରାଜ୍ୟ ତଥା ଦେଶ ବାହାରୁ ଅନେକ ନୃତ୍ୟ ଦଲ ଗୁଡିକ ନିଜର କଲା ପରିବେଷଣ କରିବାପାଇଁ ଏହି ମଞ୍ଚ କୁ ଆସିବା ସହ ନିଜ ଅଞ୍ଚଲର କଲା ଓ ସଂସ୍କୃତି କୁ ବିଶ୍ଵ ଦରବାରରେ ପହଞ୍ଚାଇବାପଇଁ ପ୍ରଚେଷ୍ଟା କରିଥାନ୍ତି | ଚଲିତ ବର୍ଷ ୧୩୦ ରୁ ଊର୍ଦ୍ଧ୍ବ ସଂସ୍କୃତିକ ଦଳ ଦୀର୍ଘ ୧୧ ଦିନ ଧରି ନିଜର ନୃତ୍ୟଗୀତର ପରିବେଷଣ କରି ଦର୍ଶକ ମାନଙ୍କୁ ବିମୁହିତ କରିଥିଲେ |

Body:କଲା ଓ ସଂସ୍କୃତି ର ବାର୍ତ୍ବା ବହନ କରେ ବରଗଡର ବି ଶ୍ଵପ୍ରସିଦ୍ଧ ଧନୁଯାତ୍ରା | ଦୀର୍ଘ ୧୧ ଦିନ ଧରି ଚାଲୁଥିବା ଏହି ଧନୁଯାତ୍ରାକୁ ଉପଭୋଗ କରିବାପାଇଁ ଦେଶ ବିଦେଶରୁ ଏଠାରେ କଳାକାର ଓ ଦର୍ଶକ ମାନଙ୍କର ସମାଗମ ହୋଇଥାଏ |ନୃତ୍ୟ ଗୀତରେ ଦୁଲୁକି ଉଠିଥାଏ ତ୍ରିପୁରା ବିଜୟୀ ମଥୁରା ନଗରୀ ମହାରାଜା କଂସଙ୍କ ରାଜା ଦରବାର | ଦେଶ ବିଦେଶରୁ ଆସିଥିବା ସଂସ୍କୃତିକ ଦଳର ନୃତ୍ୟ ଗୀତ ଦେଖି ଏଠାକାର ଦର୍ଶକ ହୋଇଯାନ୍ତି ଖୁଶି | ଚଲିତ ବର୍ଷ ହିମାଚଲ ପ୍ରଦେଶ , କେରଲ ,ଜାମ୍ମୁ କାଶ୍ମୀର , ନାଗାଲ୍ୟାଣ୍ଡ ଓ ଆଶାମ ରାଜ୍ୟ ଭଲି ଅନେକ ରାଜ୍ୟର କଲାକାର ମାନଙ୍କ ସୁଅ ଛୁଟିଛି କଂସ ଦରବାରକୁ | କଲାକାର ମାନେ ମହାରାଜଙ୍କ ମଥୁରା ବାସୀଙ୍କ ସମ୍ମଖରେ ନୃତ୍ୟଗୀତ ପରିବେଷଣ କରି ନିଜକୁ ବେଶ ଗର୍ବିତ ମନେ କରିଥାନ୍ତି |

Conclusion:ଧନୁଯାତ୍ରା ସମୟରେ ମହାରାଜା କଂସ ଙ୍କ ରାଜଦରବାର ଠାରେ କଲା ,ସଂସ୍କୃ ତି ,ଐତିହ୍ୟ ଓ ପରମ୍ପରା ର ମହାମିଳନ
ହେବା ସହ ଆମ ରାଜ୍ୟ ତଥା ଅନ୍ୟ ରାଜ୍ୟର ସଂସ୍କୃ ତି ର ମଧ୍ୟ ଆଦାନ ପ୍ରଦାନ ହୋଇଥାଏ |
ବାଇଟ 1- ଦୀପା ଘୋଷ ( କୋଲକାତା କଳାକାର )
ବାଇଟ 2- ଜାୟା ବିଶ୍ରା (ଆଶାମ କଳାକାର )
ବାଇଟ 3- ସୋମା କୁଣ୍ଡୁ ( ୱେଷ୍ଟ ବେଙ୍ଗଲ କଳାକାର )
ବାଇଟ 4- ବାଲାଜି ତରାସିଆ ( ଦର୍ଶକ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.