ETV Bharat / state

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା: କଂସ ଅଭିନୟ ପାଇଁ କଳାକାରଙ୍କ ଅଡିସନ

author img

By

Published : Nov 10, 2022, 10:28 PM IST

ବିଶ୍ୱ ଦରବାରରେ କଂସ ଅଭିନୟ ପାଇଁ କଳାକାରଙ୍କ ଅଡିସନ
ବିଶ୍ୱ ଦରବାରରେ କଂସ ଅଭିନୟ ପାଇଁ କଳାକାରଙ୍କ ଅଡିସନ

ବରଗଡର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଏନେଇ ଚାଲିଛି କଂସ ଅଭିନୟ ପାଇଁ ନୂତନ କଳାକାର ଚୟନ। ଅଧିକ ପଢନ୍ତୁ

ବରଗଡ: ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ହେବାକୁ ଯାଉଛି ବରଗଡର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା l ଧନୁଯାତ୍ରାର ହୀରକ ଜୟନ୍ତୀ ପାଳନ ଅବସରରେ ଉତ୍ତମ କଳା ପ୍ରଦର୍ଶନ ନିମନ୍ତେ ଚାଲିଛି ନୂତନ କଳାକାର ଚୟନ ପ୍ରକ୍ରିୟା l ଏହି ନୂତନ କଳାକାର ଚୟନ ପ୍ରକ୍ରିୟାର ଆଜି ଶେଷ ଦିନରେ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କୁହାଯାଉଥିବା କଂସ ଅଭିନୟ ପାଇଁ କଳାକାର ଚୟନ ଜାରି ରହିଛି l

ବିଶ୍ୱ ଦରବାରରେ କଂସ ଅଭିନୟ ପାଇଁ କଳାକାରଙ୍କ ଅଡିସନ

ରାଜ୍ୟର ବିଭିନ୍ନ ସ୍ଥାନରୁ କଂସ ଭୂମିକା ପାଇଁ ଅନେକ କଳାକାର ଆଜି ବରଗଡ ଟାଉନ ହଲକୁ ପହଞ୍ଚି ନିଜ ନିଜର କଳା ପ୍ରଦର୍ଶନ କରିଛନ୍ତି l ଧନୁଯାତ୍ରାରେ କଂସ ଭୂମିକା ପାଇଁ ସମୁଦାୟ 59 ଜଣ କଳାକାର ଆବେଦନ କରିଥିବା ବେଳେ 3 ଜଣ କଳାକାରଙ୍କୁ 60 ବର୍ଷ ହୋଇଥିବା କାରଣରୁ ବାଦ ଦିଆଯାଇଛି l ତିନି ଦିନ ଧରି କଳାକାର ଚୟନ ପ୍ରକ୍ରିୟା ଚାଲିଥିବା ବେଳେ କେବଳ କଂସ ଭୂମିକା କୁ ଛାଡ଼ି ଦେଲେ ବାକି ସମସ୍ତ ପାର୍ଶ୍ଵ କଳାକାର ମାନଙ୍କର ଅଡିସନ ଶେଷ ହୋଇଯାଇଛି l ଏନେଇ ଆଜି କେବଳ କଂସ ଭୂମିକା ପାଇଁ କଳାକାର ମାନଙ୍କର ଅଡିସନ ଜାରି ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଅଡିସନରେ ପାସ ହୋଇ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାରେ ଅଭିନୟ ପାଇଁ ଉତ୍ତୀର୍ଣ ହୋଇଥିବା ସମସ୍ତ କଳାକାରଙ୍କ ନାମ ଘୋଷଣା କରାଯିବ l

ତେବେ ପ୍ରଥମ ଦିନରେ ମହାରାଜା ଉଗ୍ରସେନ, ବାସୁଦେବ, ଦେବକୀ, ସେନାପତି ଓ ନାରଦ ଭୂମିକାରେ ଅଭିନୟ ପାଇଁ କଳାକାର ମାନେ ନିଜ ପରିଦର୍ଶିତା ବିଚାରକ ମଣ୍ଡଳୀ ସମ୍ମୁଖରେ ଉପସ୍ଥାପନ କରିଥିବା ବେଳେ ଦ୍ଵିତୀୟ ଦିନରେ ଚଣ୍ଡୁର, ମୁଷ୍ଟିକ , ମହାମନ୍ତ୍ରୀ , ଅକ୍ରୁର ଓ ସର୍ତ୍ତିକ ଭୂମିକାରେ ଅଭିନୟ ପାଇଁ କଳାକାର ମାନଙ୍କର ଅଡିସନ ହୋଇଥିଲା ଏବଂ ଆଜି ଏହି ପ୍ରକ୍ରିୟାର ଶେଷ ଦିନରେ ମୁଖ୍ୟ ଆକର୍ଷଣ କଂସ ଭୂମିକା ପାଇଁ ଚାଲିଛି ଅଡିସନ l ବିଶ୍ୱ ଦରବାରରେ ନିଜ କଳା ପ୍ରଦର୍ଶନର ସୁଯୋଗ ନେବାକୁ ଆଜି ସମୁଦାୟ 56 ଜଣ କଳାକାର କଂସ ଭୂମିକା ପାଇଁ ଅଡିସନ ରେ ଭାଗ ନେବାକୁ ପହଞ୍ଚିଛନ୍ତି l ସମସ୍ତ କଳାକାରଙ୍କ ଆଶା ସେମାନେ ବିଶ୍ବ ଦରବାରରେ କଳାପ୍ରଦର୍ଶନ କରିବେ ମାତ୍ର ବିଚାରକ ମଣ୍ଡଳୀ କେଉଁ କଳାକାର ମାନଙ୍କୁ ଚୟନ କରୁଛନ୍ତି ତାହା ଆଜି ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା ହୋଇଯିବା ନେଇ ସୂଚନା ମିଳିଛି l

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.