ETV Bharat / state

Asha Worker Protest: 11 ଦଫା ଦାବିନେଇ ଜିଲ୍ଲାପାଳ ଅଫିସ ଘେରିଲେ ଆଶାକର୍ମୀ

author img

By

Published : Dec 17, 2021, 10:13 PM IST

Asha Worker Protest : 11 ଦଫା ଦାବିନେଇ ବରଗଡ଼ ଜିଲ୍ଲାପାଳ ଅଫିସ ଘେରିଲେ ଆଶାକର୍ମୀ
Asha Worker Protest : 11 ଦଫା ଦାବିନେଇ ବରଗଡ଼ ଜିଲ୍ଲାପାଳ ଅଫିସ ଘେରିଲେ ଆଶାକର୍ମୀ

ବରଗଡ଼ ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ଆଶାକର୍ମୀ । 11 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ବରଗଡ଼ : ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ଆଶାକର୍ମୀ । ଜିଲ୍ଲାର ଶତାଧିକ ଆଶାକର୍ମୀ ମାନେ ଶୁକ୍ରବାର 11 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବରଗଡ଼ ସହରରେ ସମସ୍ତ ଆଶାକର୍ମୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାରଣାରେ ବସିଥିଲେ।

Asha Worker Protest : 11 ଦଫା ଦାବିନେଇ ବରଗଡ଼ ଜିଲ୍ଲାପାଳ ଅଫିସ ଘେରିଲେ ଆଶାକର୍ମୀ

ଦୀର୍ଘ 16 ବର୍ଷ ହେଲା 24 ଘଣ୍ଟା କାମ କରିଆସୁଥିଲେ ମଧ୍ୟ ଆଶାକର୍ମୀ ମାନଙ୍କର ଦରମା ମାତ୍ର 3500 ଟଙ୍କା ରହିଥିବା ବେଳେ ନାମମାତ୍ରକୁ ଇନସେଣ୍ଟିଭ ଦିଆଯାଉଛି । ଯାହା ପରିବାର ପୋଷଣ ପାଇଁ ସମୁଦ୍ରକୁ ଶଙ୍ଖେ ପରି ହେଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଶାକର୍ମୀଙ୍କୁ ଦେଉଥିବା ପାଉଣା ଖୁବ କମ ହେଉଥିବା ବେଳେ ମହାମାରୀ ସମୟରେ ଯେଉଁ ଭାବରେ ସଂକ୍ରମିତ ବ୍ୟକ୍ତିଙ୍କ ନିକଟକୁ ଯାଇ କାର୍ଯ୍ୟ କରିଥିଲେ ।

ତାହାକୁ ହୃଦବୋଧ କରି ସରକାର ଆଶକର୍ମୀଙ୍କ ଦରମା ବଢ଼ାଇବା ଉଚିତ ବୋଲି କହିଛି ଆଶକର୍ମୀ ସଙ୍ଗଠନ। ତେବେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ବରଗଡ଼ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ 11 ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ସମସ୍ୟାର ଶୀଘ୍ର ସମାଧାନ କରା ନ ଗଲେ । ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆଶକର୍ମୀ ସଂଘ ଚେତାବନୀ ଦେଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.