ETV Bharat / state

Ambabhona PS Vandalism Case: ସାଂସଦ ସୁରେଶ ପୁଝାରୀଙ୍କୁ ଜବାବ ଦେଲେ ବିଧାୟକ ସୁଶାନ୍ତ ସିଂ

author img

By ETV Bharat Odisha Team

Published : Nov 9, 2023, 10:03 PM IST

Ambabhona PS Vandalism Case: ସାଂସଦ ସୁରେଶ ପୁଝାରୀଙ୍କୁ ଜବାବ ଦେଲେ ବିଧାୟକ ସୁଶାନ୍ତ ସିଂ
Ambabhona PS Vandalism Case: ସାଂସଦ ସୁରେଶ ପୁଝାରୀଙ୍କୁ ଜବାବ ଦେଲେ ବିଧାୟକ ସୁଶାନ୍ତ ସିଂ

ଏକ ଭିଡିଓ ଜରିଆରେ ବିଜେଡି ବିଧାୟକ ସୁଶାନ୍ତ ସିଂ ସାଂସଦ ସୁରେଶ ପୂଜାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ‘‘ ଆପଣ ଗଣମାଧ୍ୟମରେ ଯେଉଁ ଆରୋପ ଲଗାଉଛନ୍ତି, ଗୁଡୁ ମୁସଲିମ, ରାଜା ଖାଁ କିମ୍ବା ମାଓବାଦୀ ଲିଙ୍କ କଥା କହିଛନ୍ତି, ଆପଣଙ୍କ ଦଳ ତ କେନ୍ଦ୍ରରେ ଶାସନ କରୁଛି । ଅଧିକ ପଢନ୍ତୁ

Ambabhona PS Vandalism Case: ସାଂସଦ ସୁରେଶ ପୁଝାରୀଙ୍କୁ ଜବାବ ଦେଲେ ବିଧାୟକ ସୁଶାନ୍ତ ସିଂ

ବରଗଡ: ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସାଂସଦ ସୁରେଶ ପୂଜାରୀ ଓ ବିଜେଡି ବିଧାୟକ ସୁଶାନ୍ତ ସିଂ । ସାଂସଦ ସୁରେଶ ପୂଜାରୀଙ୍କ ଅଭିଯୋଗର ଜବାବ ରଖି ସୁଶାନ୍ତ କହିଛନ୍ତି ଆପଣ ନିରାଧାର ଅଭିଯୋଗ ଆଣୁଛନ୍ତି । ଆପଣଙ୍କୁ ନିର୍ବାଚନରେ ଲୋକେ ପରାସ୍ତ କରିବେ । ନିର୍ବାଚନରେ ଜବାବ ଦିଆଯିବ ।

ଏକ ଭିଡିଓ ଜରିଆରେ ବିଜେଡି ବିଧାୟକ ସୁଶାନ୍ତ ସିଂ ସାଂସଦ ସୁରେଶ ପୂଜାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ‘‘ ଆପଣ ଗଣମାଧ୍ୟମରେ ଯେଉଁ ଆରୋପ ଲଗାଉଛନ୍ତି, ଗୁଡୁ ମୁସଲିମ, ରାଜା ଖାଁ କିମ୍ବା ମାଓବାଦୀ ଲିଙ୍କ କଥା କହିଛନ୍ତି, ଆପଣଙ୍କ ଦଳ ତ କେନ୍ଦ୍ରରେ ଶାସନ କରୁଛି । ସବୁ ତଦନ୍ତକାରୀ ସଂସ୍ଥା ଆପଣଙ୍କ ହାତରେ । ଗୋଟିଏ ପ୍ରମାଣ ମୋ ବିରୋଧରେ ଦେଖାନ୍ତୁ । ମୁଁ ରାଜନୀତି ଛାଡିଦେବି । ’’ ସେହିପରି ସୁଶାନ୍ତ କହିଛନ୍ତି ଆପଣଙ୍କ ଭାଗ୍ୟ ଭଲ ଗତ ନିର୍ବାଚନରେ ଜିତି ଗଲେ । ଏଥର ଜିତି କି ଦେଖାନ୍ତୁ । ଲକ୍ଷାଧିକ ଭୋଟରେ ପରାସ୍ତ ହେବେ । ଘଟଣାକୁ ନେଇ ଯେଉଁ ଭିନ୍ନ ଭିନ୍ନ ଅଭିଯୋଗ ହେଉଛି ପ୍ରଥମ କଥା ହେଲା ବିଜେଡି ଦଳ ଭୋଜି କରିଯାଇନାହିଁ । ସୋହେଲା ଅନ୍ତ ପୂଜା କମିଟି ଓ ଅନ୍ୟ ଗ୍ରାମୀବାସୀ ଭୋଜି କରୁଥିଲେ । ଯେଉଁଥିରେ ସବୁ ଦଳ ଲୋକ ଥିଲେ । ସ୍ଥାନୀୟ ପୋଲିସ ଭୁଲ ତଥ୍ୟ ପାଇଁ ସେଠି ପହଞ୍ଚି ଦାଦାଗିରି କରିଥିଲା ।

ଅଧିକ ପଢନ୍ତୁ- Ambabhona PS Vandalism Case: ବିଧାୟକ ସୁଶାନ୍ତ ସିଂଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ

ସେହିପରି ସାଂସଦଙ୍କୁ ସୁଶାନ୍ତ କହିଛନ୍ତି ଆପଣଙ୍କ ନେତା ମାନେ 6 ମାସ ତଳେ ପୋଲିସକୁ ଆକ୍ରମଣ କରିଥିଲା । ଆଜି ଯେଉଁ ମାନେ ଆପଣଙ୍କ ସହିତ ବସିଛନ୍ତି ସେମାନେ ଜେଲ ଯାଇଥିଲେ । ଆମେ କୌଣସି ଅନ୍ୟାୟ କାମ କେବେ କରିନାହୁଁ । ଆପଣଙ୍କ ଦଳର ଲୋକ ବରଗଡରେ ନିଶା କାରବାର କରୁଛନ୍ତି। ଆପଣଙ୍କ ପଛରେ ଲୋକ ନାହାଁନ୍ତି । ଆଗାମୀ ନିର୍ବାଚନରେ ବରଗଡରେ ବିଜେପିର ଶୋଚନୀୟ ପରାଜୟ ହେବ ବୋଲି ସୁଶାନ୍ତ କହିଛନ୍ତି ।

ସୂଚନାଯୋଗ୍ୟଯେ ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ଏବେ ବିଜେପି ବିଜେଡି ଉପରେ ଭାରି ପଡିଛି । ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବି କରି ତୁହାକୁ ତୁହା ଥାନା ଘେରାଉ ସହ ଆନ୍ଦୋଳନ କରୁଛି । ଗତକାଲି ସାଂସଦ ସୁରେଶ ପୂଜାରୀ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇ ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରିଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.