ETV Bharat / state

ବରଗଡ଼ରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

author img

By ETV Bharat Odisha Team

Published : Dec 20, 2023, 8:30 AM IST

Updated : Dec 20, 2023, 9:46 AM IST

agricultural machinery exhibition
agricultural machinery exhibition

agricultural machinery exhibition: ବରଗଡ଼ରେ ଆରମ୍ଭ ହେଲା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା । ଚାଷରେ ଯନ୍ତ୍ରପାତି ବ୍ୟବହାର କରି ଫସଲ ଦ୍ବିଗୁଣିତ କରିବାର ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ତତ୍ତ୍ବବଧାନରରେ ଏହି ମେଳା ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ

agricultural machinery exhibition

ବରଗଡ଼: ବରଗଡ଼ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା । ଜିଲ୍ଲା ପ୍ରଶାସନ ପକ୍ଷରୁ ବରଗଡ଼ ଜର୍ଜ ହାଇସ୍କୁଲ ପଡିଆ ଠାରେ ଏହି ମେଳା ଅନୁଷ୍ଠିତ ହୋଇଛି । ତେବେ ଜିଲ୍ଲା ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ଏଠାରେ କୃଷକମାନଙ୍କର ବିକାଶ ଏବଂ ଉନ୍ନତି ପାଇଁ ନୂତନ ଯୋଜନା କରାଯାଉଛି । କିପରି କୃଷକମାନେ ସମସ୍ତ କୃଷି ଯନ୍ତ୍ରପାତି ବିଷୟରେ ଜ୍ଞାନ ପାଇପାରିବେ ଏବଂ ସରକାରଙ୍କ ସବ୍‌ସିଡି ଯୋଜନା ମାଧ୍ୟମରେ କିପରି ଯନ୍ତ୍ରପାତି କମ ଦରରେ କ୍ରୟ କରିପାରିବେ । ସେହି ଉଦ୍ଦେଶ୍ୟ ନେଇ ୫ ଦିନ ଧରି ଏହି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଆୟୋଜିତ ହୋଇଛି ।

ଏହି ମେଳାରେ ବରଗଡ଼, ସମ୍ବଲପୁର , ବଲାଙ୍ଗୀର , ସୋନପୁର ଏବଂ ଝାରସୁଗୁଡ଼ା ଆଦି ଆଖପାଖ ଜିଲ୍ଲାର ବହୁ ଚାଷୀମାନେ ଯୋଗ ଦେଇଛନ୍ତି । ବିଭିନ୍ନ କମ୍ପାନୀଗୁଡ଼ିକ ସେମାନଙ୍କର କୃଷି ଯନ୍ତ୍ରପାତିକୁ ଏହି ମେଳାରେ ସାମିଲ କରିଥିବା ବେଳେ ବହୁ ଆଖପାଖ ଜିଲ୍ଲାର ଚାଷୀମାନେ ଭିନ୍ନ ପ୍ରକାରର ମେସିନ ବିଷୟରେ ଜ୍ଞାନ ଆହରଣ କରିବାର ସୁଯୋଗ ପାଇପାରିଛନ୍ତି । ତେବେ ପାଞ୍ଚଦିନ ଧରି ଚାଲିଥିବା ଏହି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାରେ ଚାଷୀମାନେ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ ହୋଇପାରିଛନ୍ତି । ଏପରିକି 40 ପ୍ରତିଶତରୁ 70 ପ୍ରତିଶତ ପର୍ଯ୍ୟନ୍ତ ବିଭିନ୍ନ ମେସିନ୍‌ରେ ରିହାତି ରହିଥିବା ବେଳେ ଏଠାକାର ଚାଷୀମାନେ ଏପରି ସୁବର୍ଣ୍ଣ ସୁଯୋଗ ପାଇ ବେଶ ଖୁସି ଅନୁଭବ କରିଛନ୍ତି । ଉତ୍ସାହର ସହିତ ବିଭିନ୍ନ ପ୍ରକାରର ଯନ୍ତ୍ରପାତିର କାର୍ଯ୍ୟକଳାପ ବିଷୟରେ ଅବଗତ ହୋଇପାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବଲାଙ୍ଗୀରରେ ଆରମ୍ଭ ହେଲା କୃଷି ଯନ୍ତ୍ରପାତି ମେଳା

ଗତ ବର୍ଷ ସମ୍ବଲପୁର ଜିଲ୍ଲାରେ ଏହି କୃଷି ମେଳା ହୋଇଥିବା ବେଳେ ଚଳିତବର୍ଷ ଏହା ବରଗଡ଼ ଜିଲ୍ଲାରେ ହୋଇଛି । ଚାଷୀମାନେ ନୂତନ ପଦ୍ଧତିରେ ଓ କମ୍ ଖର୍ଚ୍ଚରେ କିପରି ଚାଷ କାମ କରି ଉନ୍ନତି କରିପାରିବେ । ସେହି ଉଦ୍ଦେଶ୍ୟ ନେଇ ଏହି ମେଳାରେ ଅନେକ ଯନ୍ତ୍ରପାତିର ପ୍ରଦର୍ଶନୀ କରାଯାଇ ଚାଷୀମାନଙ୍କୁ ସମସ୍ତ ଯନ୍ତ୍ରପାତି ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି । ଆଖପାଖ 5ଟି ଜିଲ୍ଲାର ଚାଷୀଙ୍କୁ ନେଇ ବିଭିନ୍ନ ସେସନରେ ତାଲିମ ପ୍ରଦାନ କରାଯାଉଛି । ତେବେ ଏହି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରୀତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧିୟିକା ସ୍ନେହଙ୍ଗିନୀ ଛୁରିଆ, ଆପିକଲ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର ଓ କୃଷି ବିଭାଗ ମୁଖ୍ୟ ଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର ଆଦି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ବିରାଟ କୃଷି ଯନ୍ତ୍ରପାତି ମେଳାରେ ପ୍ରତିଦିନ ଲୋକଙ୍କ ଭିଡ଼ ଲାଗି ରହିଛି ।

ଇଟିଭି ଭାରତ, ବରଗଡ

Last Updated :Dec 20, 2023, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.