ETV Bharat / state

ବରଗଡରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ିକୁ ଅଣ୍ଡାମାଡ଼

author img

By

Published : Nov 13, 2021, 6:41 AM IST

Updated : Nov 13, 2021, 6:54 AM IST

ବରଗଡରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ିକୁ ଅଣ୍ଡାମାଡ଼
ବରଗଡରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବିଜେପୁରରୁ ବରଗଡ଼କୁ ଫେରୁଥିବା ସମୟରେ ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡାମାଡ । ଅଧିକ ପଢନ୍ତୁ...

ବରଗଡ: ପୁଣି ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ । କିଛିଦିନ ତଳେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗାଡିକୁ ଅଣ୍ଡାମାଡ ହୋଇ ଥିବାବେଳେ ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡାମାଡ କରିଛି ରାଜ୍ୟ କଂଗ୍ରେସ ।

ବରଗଡରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବରଗଡ଼ କଂଗ୍ରେସ ଭବନ ସମ୍ମୁଖରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଯାଉଥିବା ସମୟରେ କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିବା ଜଣାପଡିଛି । ଜିଲ୍ଲା କଂଗ୍ରେସର ଯୁବ କର୍ମୀମାନେ ଟୁକୁନି ସାହୁଙ୍କୁ ବିରୋଧ କରି ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିବା ପାଇଁ ପୂର୍ବରୁ ଜଗିରହିଥିଲେ । ଯେତେବେଳେ କଂଗ୍ରେସ ଭବନ ସମ୍ମୁଖକୁ ଟୁକୁନିଙ୍କ ଗାଡ଼ି ଅତିକ୍ରମ କରିଛି ସେତେବେଳେ କଂଗ୍ରେସ କର୍ମୀମାନେ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ କରିଛନ୍ତି ।

ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ ରହିଥିବାରୁ ଏଠାରେ ସମସ୍ତ ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ଡେରା ପଡ଼ିଛି । ଟୁକୁନି ସାହୁ ମଧ୍ୟ ବରଗଡ଼ ଆସି ପହଞ୍ଚିଥିଲେ । ସେ ବିଜେପୁରରୁ ବରଗଡ଼କୁ ଫେରୁଥିବା ସମୟରେ ବରଗଡ଼ କଂଗ୍ରେସ ଭବନ ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ଥିବା କଂଗ୍ରେସ କର୍ମୀମାନେ ଟୁକୁନିଙ୍କୁ ବିରୋଧ କରି ତାଙ୍କ ଗାଡ଼ିକୁ ଅଣ୍ଡାମାଡ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated :Nov 13, 2021, 6:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.