ETV Bharat / state

Panchayat Election: ବରଗଡରେ ପ୍ରଥମ ଥର ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଲା AAP

author img

By

Published : Jan 28, 2022, 7:45 PM IST

Panchayat Election : ବରଗଡରେ ପ୍ରଥମ ଥର ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଲା AAP
Panchayat Election : ବରଗଡରେ ପ୍ରଥମ ଥର ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଲା AAP

ଆସନ୍ତା ମାସରେ ପଞ୍ଚାୟତ ନିର୍ବାଚନ । ଏନେଇ ଆମ ଆଦମୀ ପାର୍ଟି ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲାରେ ତିନୋଟି ଜିଲ୍ଳା ପରିଷଦ ପରିଷଦ ଜୋନ ପାଇଁ ପ୍ରାର୍ଥୀ ଦେଇଛି । ଅଧିକ ପଢନ୍ତୁ

ବରଗଡ: ଆସନ୍ତା ମାସରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ନିର୍ବାଚନରେ ଆମ ଆଦମୀ ପାର୍ଟି ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲାରେ ତିନୋଟି ଜିଲ୍ଳା ପରିଷଦ ଜୋନ ପାଇଁ ପ୍ରାର୍ଥୀ ଦେଇଛି ।

Panchayat Election : ବରଗଡରେ ପ୍ରଥମ ଥର ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଲା AAP

ବରଗଡ଼ ୨ରୁ ମରିୟମ ବାର୍ଲା, ବରଗଡ଼ ୩ରୁ ଖିରେଶ୍ୱର ସେଠ, ରାଜ ବୋଡାସମ୍ବର ୧ରୁ ପୌଲସ୍ତ୍ୟ ସାହା ପ୍ରାର୍ଥୀ ହୋଇଛନ୍ତି । ଏଥର ଏକ ପ୍ରସଙ୍ଗ ଭିତ୍ତିକ ରାଜନୀତି କରିବ ବୋଲି ଆମ ଆଦମୀ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ବିଳନୀରେ କୁହାଯାଇଛି । ଦିଲ୍ଲୀ ସରକାରଙ୍କ କ୍ରାନ୍ତିକାରୀ କାମ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ସହ ୨୦୦ ୟୁନିଟ ବିଜୁଳି ଫ୍ରି, ରୋଜଗାର, ମହିଳା ମାନଙ୍କୁ ବସ ସେବା ଫ୍ରି , ବାର୍ଦ୍ଧକ୍ୟ ଭତ୍ତା ୨୦୦୦ ଟଙ୍କା, ଚାଷୀଙ୍କୁ ଫସଲ କ୍ଷତି ପୂରଣ ହେକ୍ଟର ପିଛା ୫୦ ହଜାର ଟଙ୍କା ପ୍ରଦାନ ସହିତ ଅନେକ ପ୍ରସଙ୍ଗକୁ ନେଇ ଆପ ନିର୍ବାଚନ ପ୍ରଚାର କରିବ ବୋଲି ସୂଚନା ଦିଆଯାଇଥିଲା ।

ଏହାବି ପଢନ୍ତୁ : Panchayat Polls: ପ୍ରମିଳା କହିଲେ ଏକାକୀ ୮୦୦ ZP ଆସନ ଜିତିବ BJD

ବନ୍ଦ ପଡିଥିବା ରୋଜଗାର ସଂସ୍ଥା ସୂତା କଳ, ଚିନି କଳ, ରାମନଗରର ପୁନଃରୁଦ୍ଧାର ଓ କିଏ ବନ୍ଦ କରିଛି ତାହାକୁ ନେଇ ଜନମତ ସୃଷ୍ଟି କରିବ । ଏକ ମାତ୍ର ସିମେଣ୍ଟ କାରଖାନାରେ ସ୍ଥାନୀୟ ନିଯୁକ୍ତି ଓ ବିକାଶ ଉପରେ ଦଳ ପ୍ରସଙ୍ଗ କରିବ । ତେବେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ବରିଷ୍ଠ ସଭ୍ୟ ପବିତ୍ର ଦେହେରି, ଅସିତ ସାହୁ ଉପସ୍ଥିତ ଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.